Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Singh Dibakar

Inspirational

3.8  

Singh Dibakar

Inspirational

ହେ ମହାତ୍ମା ଗାନ୍ଧୀ

ହେ ମହାତ୍ମା ଗାନ୍ଧୀ

1 min
452


ଦେଶ ମାତୃକାର ହେ ବୀର ସନ୍ତାନ

ତୁମେ ହୃଦେ ଚିର ସ୍ମରଣୀୟ,

ଅହିଂସା ପୂଜାରୀ ଦେଉଛୁ ସମ୍ମାନ

ଗାଇ ତୁମ ନାମ ଜୟ ଜୟ ।।


ରଘୁପତି ରାଘବ ରାଜା ରାମ ଯେ

ଗୁଞ୍ଜୁଛି ଆଜି ସାରା ଦେଶରେ,

ବାପୁଜୀ ମହାତ୍ମା ନାମରେ ତୁମକୁ

ପୁଜା କରୁଛନ୍ତି ସାରା ବିଶ୍ଵରେ ।।


ଧନ୍ୟ ଧନ୍ୟ ତୁମେ ଯୋଗ୍ୟତମ ସୁତ

ଧନ୍ୟ ତୁମ ସେହି ପିତା ମାତା,

ଯାହାଙ୍କ କୋଳରେ ଜନମ ହୋଇଲ

ଯୁଗ ଜନ୍ମା ତୁମେ ଜାତି ପିତା ।।


ଜାତିର ଜନକ ମହାନୁ ଭବକ

ମୋହନ ଦାସ କରମ ଚାନ୍ଦ,

ସତ୍ୟ ଅହିଂସାର ପରମ ପୂଜାରୀ

ଝୁରେ ଆଜି ତୁମକୁ ଜଗତ ।।


ଛୁଆଁ ଅଛୁଆଁର ଭେଦଭାବ ଭୁଲି

କହିଲ ସର୍ବ ଧର୍ମ ସମାନ,

ଅନ୍ଧ ବିଶ୍ବାସକୁ ମନରୁ ପାଶୋରି

ମୁକ୍ତି ପଥ କରିଲ ବହନ ।।


ଏକତା ରଜ୍ଜୁରେ ଭାରତ ବାସୀଙ୍କୁ

ବାନ୍ଧି ରଖିଥିଲ ପରା ତୁମେ,

ଲକ୍ଷ ଲକ୍ଷ ଜନ ଯୋଗ ଦେଇଥିଲେ

ଶାନ୍ତି ଯାତ୍ରାର ମହା ସଂଗ୍ରାମେ ।।


ଜାଗରଣ କରି ସଂସ୍କାର ଆଣିଲ

ଦେଶ ପ୍ରେମ ଭରି ହୃଦୟରେ,

ଆଇନ୍ ଅମାନ୍ୟ ସତ୍ୟାଗ୍ରହ ଦେଖି

ବ୍ରିଟିଶ ଥରହର ଭୟରେ ।।


ବିଦେଶୀ ଦରବ ବର୍ଜନ କରିଲ

କରି ନିଜ ଦେଶୀ ପ୍ରଚଳନ,

ଗୋରା ସିପାହୀଙ୍କ ଲାଠିମାଡ ସହି

ଭୋଗିଲ କେତେ କାରାବରଣ ।।


ଅହିଂସା ନୀତିରେ ଫିରିଙ୍ଗି ହଟାଇ

ସ୍ବାଧୀନ କଲ ଦେଶ ମାଆକୁ,

ଜନ ଗଣ ମନ ସଂଗୀତ ଶୁଭିଲା

ଆକାଶେ ଉଡାଇ ତ୍ରିରଙ୍ଗାକୁ ।।


ସ୍ବାଧୀନତା ଆଣି ଚିର ନିଦ୍ରା ଗଲ

ହେ ତୁମେ ସାବରମତୀ ସନ୍ଥ,

ଶିଖାଇ ଦେଇଗଲ ସାରା ବିଶ୍ଵକୁ

ଅହିଂସାର ମହାମନ୍ତ୍ର ପଥ ।।


ହେ ସମୟାନୁବର୍ତ୍ତୀ କର୍ତ୍ତବ୍ୟବୋଧ

ସ୍ବଚ୍ଛ ଭାରତର ପ୍ରତିଷ୍ଠାତା,

ଚିର ବନ୍ଦନୀୟ ହେ ମହାତ୍ମା ଗାନ୍ଧୀ

କରେ ସମ୍ମାନ ନୁଆଇଁ ମଥା ।।



Rate this content
Log in

Similar oriya poem from Inspirational