Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Tragedy Classics

4  

Sadananda Sahoo

Tragedy Classics

ଜୀବନ ଡୋରୀ

ଜୀବନ ଡୋରୀ

1 min
431



କାଳିଆରେ ତୋ ସାଙ୍ଗେ ବନ୍ଧା ଜୀବନ ଡୋରୀ 

     ସବୁତକ ଦୁଃଖ ମୋର ନେଏରେ ହରୀ 

ସମ୍ପର୍କର ସେତୁବନ୍ଧ ବାନ୍ଧିଦେ ଜାଣି 

      ପର ଆପଣା କହି ଭୁଲି ଯିବୁନି 

                  ହେ'ଜଗତ ସାଇଁ 

କାଳିଆରେ ତୋ ସାଙ୍ଗେ ବନ୍ଧା ଜୀବନ ଡୋରୀ 

     ସବୁତକ ଦୁଃଖ ମୋର ନେଏରେ ହରୀ ।


 ତୋର ମୋର ଭାବ ହେଉ ଜଗତେ ଖ୍ଯାତି 

        କରୁଣାର ସବୁଫୁଲ ଦେଏ ଅଜାଡି 

ଅବଢ଼ା ମହାପ୍ରସାଦ ଖାଇବି ନିତି 

      ଟଙ୍କ ତୋରାଣିରେ ଶୋଷ ଯିବମୋ ମେଣ୍ଟି 

ସର୍ବୋତ୍ତମ ବନ୍ଧୁ ମୋର କଳା ଗୋସେଇଁ 

             ମୁଁ ଭୁଲିବି ନାଇଁ 

କାଳିଆରେ ତୋ ସାଙ୍ଗେ ବନ୍ଧା ଜୀବନ ଡୋରୀ 

      ସବୁତକ ଦୁଃଖ ମୋର ନେଏରେ ହରୀ ।


ପାପ ମୋର ଧୋଇ ଯାଉ ଚକା ନଯ଼ନ 

        ଉଦାର ହୃଦଯ଼ ବନ୍ଧୁ ବଡ ଠାକୁର 

ଛାଡି ଯିବି ନାହିଁକେବେ ଶ୍ରୀକ୍ଷେତ୍ର ତୋର 

        ଏତେ ବଡ ଦୁନିଆଁରେ ତୁ ମୋ ପ୍ରିଯ଼ର 

ବନ୍ଧୁ ବନ୍ଧୁ ବୋଲି ଦୂରୁ ଡାକ ଛାଡିବି 

             ହେ'କଳା ଗୋସେଇଁ 

କାଳିଆରେ ତୋ ସାଙ୍ଗେ ବନ୍ଧା ଜୀବନ ଡୋରୀ 

     ସବୁତକ ଦୁଃଖ ମୋର ନେଏରେ ହରୀ ।



Rate this content
Log in

Similar oriya poem from Tragedy