Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Tragedy

3  

SUJATA DAS

Tragedy

ଜୀବନ ମୃତ୍ୟ

ଜୀବନ ମୃତ୍ୟ

1 min
6


ଜୀବନ ଯେଉଁଠି

ଯନ୍ତ୍ରଣା କାଳିରେ

ସଫେଦ କାଗଜେ ଲେଖା

ମୃତ୍ୟୁ ବି ସେଇଠି

ଅଲିଭା ଅକ୍ଷରେ

କର୍ତ୍ତବ୍ୟ କରେ ସମୀକ୍ଷା ।


ଜୀବନ ଯେଉଁଠି

ଦୁଃଖର ଅନଳ

ବ୍ୟଥା ଦାଵା ନଳ

ସ୍ୱାର୍ଥର ଭଉଁରୀ  ଛନ୍ଦ

ମୃତ୍ୟୁ ବି ଯେଉଁଠି

ଶୀତଳ ସ୍ବପ୍ନ ଟେ

ମିଠା ମଧୁ ମକରନ୍ଦ ।


ଜୀବନ ଯେଉଁଠି

ନିଶ୍ୱାସ ବୋଇତେ

ପ୍ରାଣ ବାୟୁ ସଂଚରିତ

ମୃତ୍ୟୁ ବି ସେଇଠି

ପ୍ରଶ୍ୱାସ ପବନେ

ଅନୁରାଗେ ପ୍ରବାହିତ ।


ଜୀବନ ଯେଉଁଠି

ଯନ୍ତ୍ରଣା ଯାମିନୀ

ଅହଂକାର ଯତି ପାତ

ମୃତ୍ୟୁ ବି ସେଇଠି

ପ୍ରାଣ ପ୍ରିୟତମ

ସ୍ୱାଗତ ମଧୁ ସଂଗୀତ ।


Rate this content
Log in

Similar oriya poem from Tragedy