ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପୀ ଗରିୟସି
ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପୀ ଗରିୟସି
ଶାଶ୍ବତର ଧାରାଟିଏ ବହିଯାଏ
କହିଯାଏ ମା" ମା"
ଚକ୍ଷୁଟିଏ ଦେଖେ ଯେବେ ମାତୃତ୍ବର କୋଳ
କାନ୍ଦୁଥାଏ ମା" ମା"
ସ୍ନେହ, ମମତାର ସ୍ବପ୍ନଟିଏ ଯେବେ ହସି ଖେଳି ବଡ଼ ହୁଏ
କହୁଥାଏ ମା" ମା"
ଅବୁଝାମଣାର ଅଳୀ ଅର୍ଦଳୀରେ ଶବ୍ଦ ଯେବେ ରୁଷି ବସେ
କହୁଥାଏ ମା" ମା"
ଖୁସିର ଅଗଣାରେ ଫୁଟୁଥାଏ ଯେବେ ସୁଖର ଲହରୀ
ମନଟିଏ ଗୁଣୁ-ଗୁଣୁ ହେଉଥାଏ ମା" ମା"
କଷ୍ଟ ଯେବେ ଅନ୍ତରକୁ ଛୁଇଁଯାଏ ଆଖିର ଲୋତକ ତଳୁ
ଖୋଜୁଥାଏ ମା" ମା"
ଶୀର ଟେକି ସଂସ୍କାରର ମାନ
ଲଢିଯାଏ କେବେ ନିଜ ପାଇଁ,
କେବେ କର୍ତ୍ତବ୍ୟର ହାତଟିଏ ଲମ୍ବିଯାଏ,
ମା, ମାତୃତ୍ୟର ଛତ୍ରଛାୟା ହୋଇ
ପୁଣି କେବେ ସମ୍ମାନରେ ମଥାନଇଁ
"ସ୍ଲୋଗାନ"ର ସ୍ବରଟିଏ "ଜୟ ହିନ୍ଦ"
ଶବ୍ଦଟିଏ ଗର୍ବ ଦମ୍ଭେ ଶୀରଟେକି କହୁଥାଏ
ମା" ମା" ମା" ମା"
ଶବ୍ଦ ସିଏ କେବେ -- ମାଟି ମା' କୋଳ ତ
କେବେ -- ଦେବୀ ମା' କୋଳ
କେବେ ଖୋଜୁଥାଏ ଜନ୍ମଦାତ୍ରୀ କୋଳ
ଶକ୍ତିଟିଏ ଦୃଢତାର ମାନଟିଏ ମର୍ଯଦାର
ଅଧିକାରର ଶବ୍ଦଟିଏ ମା' ମାତୃତ୍ୟ
ମାତୃଭୂମୀର ଗୌରବଟିଏ