Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhashree Behera

Inspirational

3  

Subhashree Behera

Inspirational

ତୁମ ପ୍ରେମର ବାସ୍ନା

ତୁମ ପ୍ରେମର ବାସ୍ନା

1 min
197


ଯଦି କେବେ ତୁମେ ଆସ  

ସାଥେ ନେଇ ଆସିବ ଫଗୁଣର କିଛି ଅଲିଭା ରଙ୍ଗ  

ଶ୍ରାବଣର ବର୍ଷାରେ ଯାହା ଧୋଇ ନ ହବ  

ଚୋରେଇ ଆଣିବ ବସନ୍ତର ମହକ 

ବୈଶାଖର ତାତିରେ ଯାହା ଉଭେଇ ନ ଯିବ  ।।


ଅସଜଡା ଶବ୍ଦକୁ ସଜାଡି 

ମୁଁ ଲେଖୁଥିବା କବିତାଗୁଡ଼ିକୁ

ପ୍ରେମର ସାତ ସୁରରେ ସଜାଇ  

ତୁମେ ସଙ୍ଗୀତ କରିଦେବ  

ରାତିର ଅନ୍ଧକାରର ଯେବେ  

ନିଦ ମୋର ବାଟବଣା ହେବ

ସେ ଗୀତ କୁ ଗାଇ ତୁମେ  

ଆଖିରେ ମୋ ସ୍ୱପ୍ନ ଭରିବ  

ଜୀବନର ସୁଖ ଦୁଃଖ ହସ ଲୁହରେ   

ଦୁହିଁଙ୍କ ଭାଗ ଅଧା ଅଧା ଥିବ  

ଜଣକର ହୃଦୟର ସ୍ପନ୍ଦନ   

ଆଉ ଜଣଙ୍କ ଛାତିରେ ସ୍ପନ୍ଦିତ ହେଉଥିବ  

ଯେତେ ଦେଖୁଥିଲେ ଦୁହେଁ ଦୁହିଁଙ୍କୁ ବି 

ପ୍ରତିଦିନ କିଛି ନୂଆ ଲାଗୁଥିବ  

ବୟସର ଅପରାହ୍ନରେ ବି 

ଭଲ ପାଇବାର ସେ ବାସ୍ନା ସତେଜ ଥିବ  ।।



Rate this content
Log in

Similar oriya poem from Inspirational