କାଳବୈଶାଖୀ
କାଳବୈଶାଖୀ
ଅତି ହିଁ, ପ୍ରଚଣ୍ଡ, ପ୍ରଖର, ପଡେ ସୂର୍ଯ୍ୟ କିରଣ,
କଷ୍ଟକର ଅତି, ହେଉଛି, ଦିଏ ବଡ଼ କଷଣ ।
ବୁଝି ହୁଏ ନାହିଁ,କାରଣ, କିମ୍ପା ହେଉଛି ଏହା
ଯୁଦ୍ଧ ବିଭୀଷିକା,ବିଶ୍ବର, କିବା କାରଣ ତାହା ।
କୋଇଲି,ମଧୁର, ଚିତ୍କାର, ଭଲ ଲାଗେନି କିଛି,
ଚହଳ, ପହଳ, ନାହିଁ ଟି, ଜନ ଶୂନ୍ୟ ଦିଶୁଛି ।
ଗରମ, ପବନ, ବହୁଛି, ଦେହ ତାତି ଉଠୁଛି,
ଚାହିଁ ହୁଏ ନାହିଁ, ଆକାଶ, ଅଗ୍ନି ପିଣ୍ଡ ଦିଶୁଛି ।
ପଶୁ ପକ୍ଷୀଙ୍କର ,ବିକଳ, ନିତି କର୍ଣ୍ଣେ ଶୁଭୁଛି,
ଗ୍ରୀଷ୍ମର,ତାଣ୍ଡବ,ଏବର୍ଷ, ଅତି କଷ୍ଟ ଦେଉଛି ।
ରାଷ୍ଟ୍ରର,ପାପର, ଭାରକି, କିବା ପାପ କାରଣ,
ଜୀବନ, ଦେଖିନି,ଏପରି, ତପ୍ତ ରବି କୀରଣ ।
ତାତିଲା, ଲୁହାର,ସଦୃଶ୍ୟ, ଦିଶେ ସୂର୍ଯ୍ୟ ଦେବତା,
ଅଗ୍ନି ବୃଷ୍ଟି ପରି,କିରଣ, ଦେଉ ଅଛିଟି ବ୍ୟଥା ।
କାଳବୈଶାଖୀଟି,ଏହୁରେ, କରୁ ଅଛି ବ୍ୟଥିତ,
ସୃଷ୍ଟିକର୍ତ୍ତାଙ୍କର, ଭିଆଣ, ସହିବାକୁ ହେବତ ।