କେଉଁ ନାମ ଧରି ଡାକିବି ମୁହିଁ !
କେଉଁ ନାମ ଧରି ଡାକିବି ମୁହିଁ !
ଡାକି ଡାକି ମୁହିଁ ଅଥୟ ହେଉଛି
ଗୁହାରି ଶୁଣୁଛୁ କାହିଁ !
କେଉଁ ନାମ ଧରି ଡାକିଲେ କାଳିଆ
ଡାକ ମୋ ଣୁଣିବୁ ତହିଁ।
ନାହିଁହେ ଜ୍ଞାନ ମୋହରି
ଚକାନୟନରେ ଚାହିଁ ଦିଅ ଥରେ
ଦେଖିବି ରୂପ ତୋହରି !!
ଦେଲୁ ନର ଜନ୍ମ ଦେଲୁ ସତ୍ୟ କର୍ମ
ସେବା କର୍ମ କରୁ ଅଛି,
ଧର୍ମ ପଥେ ରହି କର୍ତ୍ତବ୍ୟ ପାଳୁଛି
ନାମ ତୋର ଭଜୁ ଅଛି।
ଭକ୍ତି ତୋର କରୁ ଅଛି
ଅନ୍ତର୍ଗତେ ଗୁଞ୍ଜେ କାଳିଆ କାଳିଆ
କାଳିଆ ନାମ ଜାଣିଛି !!
ଜାଣି ଅଛି ଯାହା ଡାକୁଛି କାଳିଆ
ଅନ୍ୟ ନାମ ଜାଣି ନାହିଁ,
କାଳିଆ ଠାକୁର ଦିଅହେ ନଜର
ଦର୍ଶନ କରିବି ମୁହିଁ।
ଧନ ରତ୍ନ ମାଗେ କାହିଁ
ଦେଖି ଦିବ୍ୟ ରୂପ ଜୀବନ ସାଫଲ୍ୟ
କାଳିଆ ଦିଅ ତୁ ଚାହିଁ !!
ଜାଗ୍ରତେ କାଳିଆ ନିଦ୍ରାରେ କାଳିଆ
ନାମ ଗୁଞ୍ଜେ ଅହରହ
ସବୁତ ଜାଣୁଛୁ ସବୁତ ଦେଖୁଛୁ
ଦୂରରେ କିମ୍ପାଇଁ ରୁହ ?
କାଳିଆ, ଦିଅ ନଜର
ମନ ବିଚଳିତ ହେଉଛି ବହୁତ
କରୁଣା ଠାକୁର କର !!
କଳା କଳେବର କାଳିଆ ସୁନା ମୋ
ଅନୁଗ୍ରହ ପ୍ରଭୁ କର
ତୋହରି ଚିନ୍ତାରେ ଦିବାରାତ୍ର ପ୍ରଭୁ
ବିଶ୍ବ ରୂପ ପ୍ରଭୁ ଧର।
ଦାରୁବ୍ରହ୍ମକୁ ଦେଖିବି
କଳା ଶ୍ରୀମୁଖକୁ ଦେଖି ଧନ୍ୟ ହେବି
ବୈକୁଣ୍ଠ ପୁରକୁ ଯିବି !!