କହିବାକୁ ଲାଗେ କି ଡର?
କହିବାକୁ ଲାଗେ କି ଡର?
ଭଙ୍ଗା ଗଢା ଦୁନିଆ, ସବୁ ଚାଲିଛି, ଚାଲିବ
ଗତାନୁଗତିକ ରୀତିରେ
ଆପେ ବଞ୍ଚିଲେ ବାପର ନାମ, ଆମର କ'ଣ
ଯାଉଛି ସେଥିରେ? ।
ହେଉଛି ହତ୍ଯା, ଲୁଣ୍ଠନ ଓ ନାରୀ ଧର୍ଷଣ,
ସବୁ ଆଖି ସାମନାରେ
ହେଉନାହିଁ କେହି ସାହା ଆଖି ଥାଇ କି
ଆମେ ହେଇଛେ ଅନ୍ଧରେ ?
ଖବର ଶୁଣି ହୁଅନା ବ୍ୟସ୍ତ, ଏହାତ ଭାଗ୍ୟ
ଭଗବାନର ଖେଳ
ଆମର କ'ଣ ଯାଉଛି, ସତ କହିବା କିଆଁ,
ନିଜ କଥା ନିଜେ ସମ୍ଭାଳ ।
ଜୀବନ ନାଟକ, ଏ ସବୁ ଗୋଟିଏ ଗୋଟିଏ
ଦୃଶ୍ୟ, କହିଲେ ଅଯଥା ଦଣ୍ଡ
ଆପଣାଇଛେ ସମସ୍ତେ, ଖବର ଶୁଣ, କୁହନା
କିଛି, ଲାଭ ନାହିଁ ପୁରାଇଲେ ମୁଣ୍ଡ ।
ଲୁଟିବା ଲୋକ ଲୁଟିବ, ଖଟିବା ଲୋକ ଖଟିବ,
କିଛି ଲୋକ ଶୋଷିବେ ସମାଜକୁ
ନାଟକ କରି, ମନଗଢା କାହାଣୀ କହି, ନିର୍ଦ୍ଦୋଷ
ବୋଲି ସଜାଉଥିବେ ସର୍ବଦା ନିଜକୁ ।
ଗୋତି, କ୍ରୀତଦାସ ପ୍ରଥା, ଶ୍ରମିକ ଶୋଷଣ,
ଚାଷୀର ଫଳକୁ ଲୁଟିବା, କୁହ ହେ ଭଉଣୀ ଭାଈ?
ଅନାଦି ଅନନ୍ତ ସୃଷ୍ଟିକର୍ତ୍ତା ସଂସାରରକ୍ଷକର କୃତି,
ତେଣୁ ଗହମ ନିଦେ ରହିଛନ୍ତି କି ଶୋଇ ?
ପେଟ ପାଇଁ ସବୁ ନାଟ, ପାଟି ଖୋଲନା, ଏ ନୀତି
ରେ ହେବ କି ସତ୍ୟର ବିଚାର କୁହ?
ସବୁ ତ କୃଷ୍ଣର ମାୟା ,ଚୁପ୍ ଚାପ୍ ଦେଖ, କଣ୍ଢେଇ
ସାଜି ନିଘୋଡ଼ ନିଦରେ ଚେଇଁ ଶୁଅ ।
ଘଟୁଛି ବହୁ ଅଘଟଣ, କରିଲେ ପ୍ରକାଶ,
ବୋଲିବେ ବିପ୍ଳବୀ, କହିବାକୁ ଲାଗେ କି ଡର?
ନଖୋଲିଲେ ପାଟି, ବଢି ବଢି ଚାଲିବ ତ ଅନ୍ଯାୟ
ଅନୀତି, ସଂସାରେ ଘୋଟିବନି କି ପାପଭାର ?