କର୍ତ୍ତବ୍ୟ
କର୍ତ୍ତବ୍ୟ
ହୀନିମାନ ନୁହେଁ ଏହି ମାନବତ୍ବର ଲକ୍ଷଣ
ପରମ୍ପରା ନୁହେଁ ଏହି ପ୍ରେମର ବନ୍ଧନ
ଖରା ବର୍ଷାର ଦୁଃଖ ଦୁର୍ଦ୍ଦିନର ମାପକାଠି ଏହି
କେବେ ମାପି ଦେଖେ ପରିବାର ବର୍ଗ ତଥା କେବେ ବନ୍ଧୁଗଣ
ହଜେଇ ଦିଏ ସାତ ସପନ ଯାହାର ଥାଏ କର୍ତ୍ତବ୍ୟରେ ମନ
ବାପାର ଥାଏ ପୁଅ ପ୍ରତି କର୍ତ୍ତବ୍ୟ ପୁଅର ଥାଏ ବାପ ପ୍ରତି
ସ୍ତ୍ରୀର ଥାଏ ସ୍ଵାମୀ ପ୍ରତି କର୍ତ୍ତବ୍ୟ ସ୍ଵାମୀର ଥାଏ ସ୍ତ୍ରୀ
ମାଆର ଥାଏ ପିଲାଙ୍କ ପ୍ରତି କର୍ତ୍ତବ୍ୟ ପିଲାଙ୍କ ଥାଏ ମାଆ
ଭାଇର ଥାଏ ଭଉଣି ପ୍ରତି କର୍ତ୍ତବ୍ୟ ଭଉଣି ଥାଏ ଭାଇ
ପ୍ରେମିକର ଥାଏ ପ୍ରେମିକା ପ୍ରତି କର୍ତ୍ତବ୍ୟ ପ୍ରେମିକାର ଥାଏ ପ୍ରେମିକ
ଏମିତି ବହୁ ସମ୍ପର୍କରେ ବନ୍ଧା ଆମ ଜୀବନ
ହେଲେ କ୍ଷଣିକରେ ଭୁଲେ ଅମୂଲ୍ୟ କର୍ତ୍ତବ୍ୟ
କେବେ ଏଡେଇ ଯାଏ କାମ ବାହାନାରେ
କେବେ ଅବା ଶରୀରର ଅସୁସ୍ଥତା ରେ
ହେଲେ ସେ ଭୁଲି ଯାଏ ନିଜ ଅସ୍ତିତ୍ୱକୁ
ନିଜ ଭିତରେ ଥିବା ମନୁଷ୍ୟତାକୁ
ନିଜ ମନୁଷ୍ୟତାକୁ ମାରି ହୁଏ ସେ ମନୁଷ୍ୟ
କାଳ ଶେଷ ହେଲେ ମନେ ପଡିଯାଏ
ତାର ସେଇ ପୁରୁଣା ଦିନ ଯେବେ ସେ ମଧ୍ୟ ଏମିତି ଥିଲା
କାନ୍ଦେ ପଶ୍ଚାତାପ କରେ ହେଲେ ବଦଳାଇ ପାରେନି
ତାର ବର୍ତ୍ତମାନକୁ କେବେ ସେ ଯେମିତି ଶୁଣି ନଥିଲା
ଏବେ ତାର ମଧ୍ୟ କେହି ଶୁଣିନାହିଁ
କେବେ ସେ ଯେମିତି ଏଡେଇ ଯାଇଥିଲା ଆଜି ତାକୁ ମଧ୍ଯ କେହି ଏଡେଇ ଯାଇଚି
ହଜି ଯାଇଚି ତା ସୁଖଶାନ୍ତି ନାହିଁ ତାର ସେ ଗର୍ବ
ଭାଙ୍ଗିଯାଇଛି ଆଜି ତାର ସବୁ ସଞ୍ଚିତ ଦ୍ରବ୍ୟ
କାହିଁ କେହିତ ଲିଭେଇ ଲେନି ତା ପ୍ରତି କର୍ତ୍ତବ୍ୟ
ସେ କଣ ତାର ଯୋଗ୍ୟତା ହରେଇ ବସିଛି
ଉତ୍ତର ଆସିଛି ନିଜ ଗୋଡ଼ରେ କୁରାଢ଼ି ମାରି ଅଜଣା ହେବାର ଅଭିନୟ କରୁଛି
ବଦଳାଇ ପାରିନି ସେ ଅନ୍ୟର ଚିନ୍ତାକୁ କାହିଁକିନା ସେ ବି କେବେ ସେ ରାସ୍ତାର ପଥିକ ଥିଲା
ଯେମିତି କରିଛି ସେମିତି ପାଇଚି
ଗୋଟିଏ ଭୁଲ ପାଇଁ ପ୍ରଥା ବୁଡି ଯାଇଚି
କର୍ତ୍ତବ୍ୟ ଏବେ ଶୁଣା ଶବ୍ଦ ପରି ସମାଜରେ ପ୍ରଚଳିତ
କିଛି ନୂଆ ଶିଖାଇ ପାରିନି ଜୀବନରେ ଯିଏ
କିନ୍ତୁ ଲୋପ କରିଯାଇଛି ଅମୂଲ୍ୟ ସିଏ
ତେଣୁ ହେ ବୁଦ୍ଧିଜିବୀ କର୍ମ ପୂର୍ବରୁ ଚିନ୍ତା ଜରୁରୀ
ବୁଦ୍ଧି ବିଚାରି କରିବ କାମ କେହି କହିବେନି ଅସଫଳ ଜାଣ
କରିବ ଯେବେ ଉତମ କାମ ପାଇବ ତାର ସୁପରିଣାମ
କର୍ତ୍ତବ୍ୟନିଷ୍ଠ ହୋଇବ ଯେବେ ସଂସାରେ ପୂଜା ପାଇବ ସେବେ
କର୍ତ୍ତବ୍ୟ ବିନା ଜୀବନ ଅଧା ପଶୁ ପରି ଯେ ହୋଇବ ସଦା
ମନୁଷ୍ୟ ଜୀବନ ସାର୍ଥକ ହେବ ଯେବେ ସେ ତାର କର୍ତ୍ତବ୍ୟ କରିବ
ପରିବାର ହେଉ ଅବା ଦେଶ କର୍ତ୍ତବ୍ୟ ସବୁଠି ଶ୍ରେଷ୍ଠ ।