କଥା କୁହାଳିଆ, ଘୃଣ୍ୟ
କଥା କୁହାଳିଆ, ଘୃଣ୍ୟ
ଲୋଭ ସମ୍ପତ୍ତି, ପଦ, ମର୍ଯ୍ୟାଦା
ଓ ପ୍ରତିଷ୍ଠାକୁ
ମାପିବା ଯେବେ ମଣିଷର କିଛି
ସଫଳତାକୁ ।
କାମନାରୂପୀ ମରିଚୀକାରେ ନିଶ୍ଚୟ
ଛନ୍ଦି ହେବ
ଅଳିକ କ୍ଷଣିକ ଭୋଗ ବିଳାସକୁ ସୁଖ
ତ ମଣିବ ।
ନୈତିକ ଓ ଚରିତ୍ରକୁ ସେ କେବେ
ମହତ୍ତ୍ବ ଦିଏନା
ଅପସଂସ୍କୃତିର କୁପରିମାଣକୁ ସେ
ବୁଝି ପାରେନା ।
ନିଜେ ବଦମାସ ତସ୍କର ଦୁର୍ନୀତିଗ୍ରସ୍ତ
ଲାଂଚୁଆ ହୁଅନ୍ତି,
ବାହାଦୁରୀରେ ଅନ୍ୟକୁ ଦୋଷ ଦେଇ
ତାଂକୁ ଭଲ ହୁଅ ବତାନ୍ତି ।
ଜୀବନ ଯାତ୍ରାକୁ ଆକର୍ଷକ ବୋଲି
ଉପରକୁ କହିବ
ସମସ୍ତ ପ୍ରାଣୀଙ୍କ ପ୍ରତି ଶୁଭ ଚିନ୍ତନ
ତାର କାହୁଁ ଆସିବ ।
କଥା ଆଉ କାମରେ ବ୍ୟବଧାନ ଯୋଗୁ
ସମାଜରେ ସମସ୍ୟା ଭରା
କଥା କୁହାଳିଆ, ଘୃଣ୍ୟ ଦୁର୍ବୁଦ୍ଧିପୂର୍ଣ୍ନ, ସେ
ସମାଧାନର ପଥହରା ।
ଆଧ୍ୟାତ୍ମିକତା ନାମେ କୁସଂସ୍କୃତିକୁ ଆମେ
ପ୍ରଚାର କରି ଚାଲିଛୁ
ଆମ ଧରମ ମହାନ୍ କହି କହି ପ୍ରକୃତ ସୁଖ
ଶାନ୍ତିଠାରୁ ଦୂରେଇ ଯାଇଛୁ ।
ସୁଖ-ଶାନ୍ତି ପାଇଁ ଇତଃସ୍ତତଃ ମନ୍ଦିର ମସଜିଦ
ଗୀର୍ଜା ଭ୍ରମିଲେ ସୁଖ କି ମିଳିବ
ହତାଶ, ନିରାଶ ମାନସିକ ଚାପରୁ ମୁକୁଳିବା
ପାଇଁ ଦରକାକ ସରଳତା ଭାବ ।
ବିଜ୍ଞାନ ଫଳରେ ମଣିଷ ସମୃଦ୍ଧିର ଚରମ
ସୀମାରେ ପହଂଚିଛି
କିନ୍ତୁ ଚିନ୍ତାର ଏହି ଚିନ୍ତାଧାରା ଯୋଗୁ ଘୋର
ଚାରିତ୍ରିକ ସଂକଟ ଦେଖା ଦେଇଛି ।
ବିବେକ, ଶ୍ରେଷ୍ଠ ଚରିତ୍ର ଏବଂ ବ୍ୟବହାରିକତା
ମନୋବୃତ୍ତି ପାଇବା ସାଧନାରେ
ଈପ୍ସିତ ଖୁସିକୁ ପାଇ ପାରିବା କଳୁଷିତ ଜଟିଳ
ଗରବ ଭାବନାକୁ ଛାଡିବାରେ ।