Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Inspirational

3  

Satyabati Swain

Inspirational

ଲୁଚକାଳି

ଲୁଚକାଳି

1 min
350


ଲୁଚକାଳି ଖେଳେ ମେଘ

ଧୂଆଁଳିଆ ବାଦଲ ସାଥିରେ

ଲୁଚକାଳି ଖେଳେ ଜୀବନ

ଆଶା ନିରାଶା

ପବନ ଚକା ଭଉଁରୀରେ।


ସମୟ ଗଳି ପଡେ

ବୟସ ଆଙ୍ଗୁଳି ଫାଙ୍କରେ

ମନ ଟା ମରି ଯାଇ ବୁଢା

ଯୁବକ ବୟସରେ

ଅଦିନିଆଁ ଝଡ଼ ବତାସରେ।


କେବେ ଘୁମାଇଁ ପଡେ

ଗାଢ଼ ନିଦ ସପନ କୋଳରେ

ବାସ୍ତବତା ହଲାଇ ଉଠାଏ

କୁହେ ମୋତେ

ତୋ ବାସ ଦୁଃଖର ସହରେ।


ବନ୍ଧୁର ପଥ ମୋର

ଲକ୍ଷ୍ୟ କାହିଁ କେତେ ଦୁରେ

ଚାଲିବାକୁ ହେବ ମୋତେ

ଛିଣ୍ଡା ଚପଲରେ

ମୁଣ୍ଡ ଟେକି ବଞ୍ଚିବାକୁ ହେଲେ।


Rate this content
Log in

Similar oriya poem from Inspirational