Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Sahoo

Others

3  

Santosh Kumar Sahoo

Others

ମଳିନ

ମଳିନ

1 min
201



ଆଜି ମୁଁ ଦଣ୍ଡାୟମାନ

ପରାଜିତ ସୈନିକଟି ପରି

ଅଲୋଡା ଆଖୋଜା

ପରିତ୍ୟକ୍ତ କାଠଗଣ୍ଡି ପରି l

ମୁଁ ଯେ ନିଃସହାୟ, ଆଶ୍ରାହୀନ

କାନ୍ଦିବା ଛଡ଼ା ବାଟ କାହିଁ

ଅଶ୍ରୁ ସାଥେ ଦିଶାହୀନ l

ଦିନ ଥିଲା,ସରାଗରେ

ଖୋଜୁଥିଲେ, ଲୋଡୁଥିଲେ

ଆତ୍ମହରା ହେଉଥିଲେ

ଦିବସ ମଧ୍ୟାହ୍ନ l

ହେଲେ ଆଜି,

ବଦଳି ଯାଇଛି ସମୟ

ଅଭିମାନ ସବୁ ବନ୍ଧା

ବୁଜୁଳା ଭିତରେ

ସାୟାହ୍ନ କି ଅପରାହ୍ନ

ଠିକଣା ବିହୀନ l

ଆବଶ୍ୟକତା ଯେ ନାହିଁ

କିଏ କିଆଁ ଖୋଜିବ

ମୋ ଦରଦ,ମୁଣ୍ଡ ବିନ୍ଧା

ମୁଁ ଯେ ଏକ

ଗୋଲକ କାହାଣୀ l

ତ୍ୟାଗ ସେବା,ସାଧନା

ସମୟର ସ୍ୱାର୍ଥପର ସୁଅରେ

ଅନ୍ତର୍ଦ୍ଧାନ କାୟାହୀନ l

ସ୍ବାର୍ଥ ଚରିତାର୍ଥ ପରେ

କିଏ ଅଛି ଶୁଣିବାକୁ

ଅରଣ୍ୟ ରୋଦନ

ସବୁ ଆଜି ଦୃଶ୍ୟମାନ

ମଳିନ ମଳିନ ମଳିନ।


Rate this content
Log in