ମାଆର ମମତା
ମାଆର ମମତା
ଜନନୀ ଜଠରୁ ଜନମିଲି ମୁହିଁ
ଡାକ ଦେଲି କୁଆଁ କୁଆଁ
ତାର ଅନ୍ତନାଡି ଭେଦ କରି ଦିନେ
ହେଲି ଏ ମାଟିରେ ଠିଆ l
ତା ଶରୀରୁ ଜନ୍ମ ହୋଇ ସିନା ମୁହିଁ
ଦେଖିଲି ଜଗତ ଆଲୋକ
ତାର ଆଶୀର୍ବାଦ ବଳେ ପରା ଏବେ
ସମାଜେ ଚିହ୍ନନ୍ତି ଲୋକ l
ମାଆର ମମତା ସେନେହ ସମ୍ପର୍କ
ଅଟଇ ଅମୂଲ ମୂଲ
ତାଠାରୁ ଦୁରେଇ ରହେଯେ ସନ୍ତାନ
କିବା ମଣିଷରେ ତୁଲ l
ସନ୍ତାନକୁ ବାଧା ଆସେ ଯେବେ ମାଆ
ଛାତିକି ପତାଇ ଦିଏ
ସବୁ ଦୁଃଖ କଷ୍ଟ ସହିଯାଇ ସିଏ
ନିଜକୁ ସମର୍ପି ଥାଏ l
ମାଆ ଡାକ ଠାରୁ ଆପଣାର ଡାକ
ନାହିଁ କିଛି ଦୁନିଆରେ
ଯେତେ ଜନ୍ମ ନେଲେ ସୁଝି କି ପାରିବ
ମାଆ ଋଣ ସଂସାରରେ l