Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Sahoo

Classics

4  

Santosh Kumar Sahoo

Classics

ରଜର ଖଞ୍ଜ

ରଜର ଖଞ୍ଜ

1 min
313


ରଜପର୍ବ ଆସିଅଛି

ବର୍ଷକୁ ଥରେ 

ମୌସୁମୀର ବିନା ମନ 

ଭିଜେନା ବାରେ ।


ଉଦଣ୍ଡ ତପତ ସାଥେ 

ମନ ଉଲ୍ଲାସ

ଖେଳିଯାଏ ଚାରିଆଡେ

ଆନନ୍ଦ ହର୍ଷ ।


ମହମହ ବାସ ଘୁରେ 

ପୋଡ଼ ପିଠାରେ 

ଖିଲିପାନ ଉଠଭରେ

ନାଲି ରଙ୍ଗରେ ।


ସଂସ୍କୃତିରେ ଫେଣ୍ଟାଫେଣ୍ଟି

ଆଧୁନିକତା

ପରମ୍ପରା ଲୁଚିଯାଏ 

ହଜୁଛି ସତ୍ତା ।


ପିଠାପଣା ଧୀରେ ଧୀରେ

ଉଠିଗଲାଣି

କେକ୍ ବିରିୟାନୀ ଏବେ

ଜାଗା ନେଲେଣି ।


ଆମ୍ବ ବରଗଛ ନାହିଁ

ଘର ପାଖରେ

ସିଡ଼ିଘରେ ବନ୍ଧା ଦୋଳି

ଝିଅ ଜିଦିରେ ।


ଚାଷୀପାଇଁ ବରଷା ତ

ସାତ ସପନ

କୋଇଲି ପାଇଁ ନାହିଁ

ବକୁଳ ବନ ।


ସ୍ୱାର୍ଥପର ହିଂସା ଦ୍ୱେଷ

ପିଛା ଛାଡ଼ୁନି

ବିଦେଶୀ ପରମ୍ପରା

ନୂଆ କାହାଣୀ ।


ତଥାପି ବଂଚିଛି ରଜ

ସଜ ମଉଜ

ଧରଣୀର ପୂଜାପରା

ମନରେ ହେଜ |


Rate this content
Log in

Similar oriya poem from Classics