Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

4  

Panchanan Jena

Inspirational

ମୋ ସାଙ୍ଗ ପାଳୁ

ମୋ ସାଙ୍ଗ ପାଳୁ

1 min
5



ଶାନ୍ତ ସିନ୍ଗଧ ମେଳାପି

କଥା କହେ ଗୋଳାପି ଗୋଲାପି

ଗୋଲ ଗୋଲ ଛାଣେ ଜିଲାପି

ବାଲେଶ୍ଵର ଗଲେ

ହାତ ତିଆରି ଇଲିଶି ଝୋଳ ଖୋଏଇବ

ହେମ ଆମର ବହୁତ ଆଳାପି ।


ଘର ପରିବାର ଅଳି ଅର୍ଦ୍ଦଳି

ପିଲାଙ୍କ ଅଝଟ ସମସ୍ୟାବଳି

ସମାଧାନ ପୁଟୁଳା ରଖିଛି ମୁକୁଳା

ମଲ୍ଲୀ ଫୁଲିଆ ବତିଶି

ଫୁଲ ଫୁଲିଆ ସ୍ନେହ ଆଉଁସି

କିଛି କୁ ସରାଗେ କିଛି କୁ ରାଗେ

ବାକି ସବୁ ଆଖି ଇଂଙ୍ଗିତରେ ଛୁ ମାଗେ

ଲାଙ୍ଗୁଡ ଯାକନ୍ତି ନୁଇଁ ଚାହାଁଣୀ

କାରଣ ହେମ ଆମର

ଭାରି କଢ଼ା ମାଷ୍ଟରାଣୀ


କୂଳ ନନ୍ଦନ ଦୁଇ ରତନ

ଆତ୍ମଜ ତାର ଜୀବ ଜୀବନ

ଡାକ୍ତର କରିଛି ବଡକୁ 

ଇଂଜିନିୟର କରିଛି ସାନକୁ

ହଜାର ହଜାର ପିଲାଙ୍କ ପାଠ ମା'

ଭଗବାନ ଦେଇଛନ୍ତି ଆଶିଷ 

ସବୁ ତାଙ୍କରି କରୁଣାର ଅନ୍ୟ ସୋପାନ


ସ୍ୱାମୀ ବିଜୟ ବାବୁଙ୍କ ସହଧର୍ମିଣୀ ସିନା

ଶାଶୁ ଘର ନୂଆଗାଁରେ ମଉଡ଼ମଣି

ବେହେରା ବଂଶର ବଡ଼ବୋହୁ ସିରୋମଣୀ

ବାପଘର ସୁନହଟରେ ସିନା ଗାଁ କନିଆଁ

କାର୍ଯ୍ୟକ୍ଷେତ୍ର କେନ୍ଦ୍ରୀୟ ବିଦ୍ୟାଳୟ ବାଲେଶ୍ଵର

ଛାତ୍ରବତ୍ସଳା ବନ୍ଧୁସଂଖୋଳା ମହିମାରେ ସିଆଁ


ଶୁଭ ଜନ୍ମଦିଏ ଆମ ସାଙ୍ଗ ହେମର ଆଜି

ଘରେ ପିଠା ପଣା ଅତିଥି ଶୁଭେଚ୍ଛୁ ଭୋଜି

ମନ୍ଦିର ଯାଇ ମୁଣ୍ଡ ଟେକିଥିବ ପତିପରାୟଣା

ବାର ତିଅଣ ତେର ଭଜାରେ ସାରିଥିବ ରାନ୍ଧଣା


ସଞ୍ଜିବତି ପରେ ଜମିଥିବ କେକ୍ ଆସର

ଝିନ ବସନରେ

ଝିଲ୍ ମିଲ୍ ଏଲଇଡି ଆଲୁଅରେ

ହ୍ୟାପି ବାର୍ଥ ଡେ ଗୀତ ସମୟରେ

ହସି ହସି ଦରହସି 

ସ୍ଵାମୀଙ୍କ ହାତରୁ 

କେକ୍ ଖଣ୍ଡେ ଖାଉ ଖାଉ 

ଯେଉଁ ସାର୍ଥକତାର 

ଯେଉଁ ପବିତ୍ରତାର 

ଝଲକ ପଲକ ମାରୁଥିବ


ମରିଯାଏ ଲୋ ମୁଁ କି

କାହାର ନଜର ନ ଲାଗୁ

ମୋ ସାଙ୍ଗ ପାଳୁ 

ଶତକ ଜନ୍ମଦିନ ହସି ହସି କି ।


Rate this content
Log in

Similar oriya poem from Inspirational