ରାଗ ଲାଗେ ଭାରି
ରାଗ ଲାଗେ ଭାରି
ରାଗ ଲାଗେ ଭାରି
ଡାମରା କାଉଟା ଛାଡ଼େ ହୁରି
କର୍କଶିଆ କା କା ଡାକେ
କାଳି ଅନ୍ଧାର ଚିରି
ଭାଙ୍ଗିଦେବ ତୁମ ପାହାନ୍ତି ନିଜକୁ
ହୁଡ଼ା ମାରି ଦିଏ ଲକ୍ଷ୍ୟ କରି ।
ରାଗ ଲାଗେ ଭାରି
ସକାଳ ସୁରୁଜ ନାଲିଆ ମୁରୁଜ
ଠିଆ ପଡି ଅଛି ସର୍ବାଙ୍ଗ ଶିରି
ଝରକା ଫାଙ୍କରେ ପରଦା ଚିରି
କଅଁଳ ଦେହଟା ଲହୁଣୀ ଗହୁଣି
ନାଲି ପଡି କି ସିଝି ଯିବ କି ଶରି ।
ରାଗ ଲାଗେ ଭାରି
ଅଦିନିଆ ବର୍ଷିଲା ଭିଜେଇଲା ଆଗ ପଛ
ମଥା ବି ତିନ୍ତିଲା ଛିଙ୍କ ପରେ ଛିଙ୍କ
ଥଣ୍ଡା ନିମୋନିଆ ଧରିପାରେ ଅଙ୍ଗ
ଦୁର୍ବଳ ଦିଶିବ ତନୁ ପାତଳି କନକ ଗୋରୀ ।
ରାଗ ଲାଗେ ଭାରି
ସାହି ଟୋକା ଷଣ୍ଢ ମାର୍କା ଦଳ ଦଳ
ଟାହି ଟାପରା କରନ୍ତି ସିଟି ବଜାନ୍ତି
ଦେଖି ନହୁଲି ମହୁଲି କୁଆଁରୀ କାନ୍ତି
ମାଆ-ଭଉଣୀ ଲଗେଇ ଶୋଧିଦେଇଯାଏ
ନୂଆ କ୍ରୀୟା ବିଷେଷଣ ଯୋଡି କରି ।
ରାଗ ଲାଗେ ଭାରି
ମନେ ମନେ ଭଲ ପାଉଛି ତାକୁ
ଏକ ପାଖିଆ ମନ ଦେଇଛି ତାକୁ
କାଣିଚାଏ ସ୍ନେହ ପାପୁଲିଏ ପ୍ରେମ
ଅଜାଡି ଦିଅନ୍ତା ଉଡେଇ ନେବି ମୁଁ ପରୀ ।