ତୁ ଏକା ସ୍ବର୍ଗ ମୋର
ତୁ ଏକା ସ୍ବର୍ଗ ମୋର
ଶ୍ରାବଣ ମହ୍ଲାର ଯେବେ ଟୁପୁର୍ ଟାପୁର୍
ତୋ ପ୍ରେମ ଝରୁଥାଏ ଟୁବୁର ଟାବୁର୍
କେବେ ଗୁମ୍ ସୁମ୍ କଳାହାଣ୍ଡିଆ
କେବେ ଶୀତଳ ହେମାଳ ବରକୋଳିଆ
ପୁଣି କେବେ ହାତ ଛାତି କୁ ଛୁଇଁ ଦେଇ
ବୁନ୍ଦା ବୁନ୍ଦି କୁଣ୍ଡା ଝାତି ଦେଇ ଫେରାର୍
ମେଘ - ସୂର୍ଯ୍ୟର ଖରା ଛାଇ ଖେଳ
ଚାହିଁ ମୁରୁକି ହସ ପରି ଚଞ୍ଚଳ ଛବିଳ
ଲାଗୁ ଗୋଟାପଣେ ତୁ ମୋର ଅଖିଳ
ଯେବେ ଆଡ଼ଦେଖା କରି ଝଡ଼ ପରି
ତୁ ଫଡ଼ ଫଡ଼ କରି ଉଭେଇ ଯାଉ
ଲାଗୁ ତୁ ଆଉ କାହାର ଦରକାର
ଯେମିତି ବର୍ଷିଯିବୁ ତିନ୍ତି ଦେବୁ
ଧୂସର ଉଷର କ୍ଷେତ ଅନ୍ୟର
ବାଇକ୍ ପଛରେ ବସି ମାରୁ ମୁରୁକି
ଗୋଟାପଣେ ଲାଗୁ ଭାଗ୍ୟରେ ମୋର
ପବନେ ଚୁମାଟି ଉଡେଇ ଦେଲେ
ଧରିନେଇ ରଖୁ ଛାତି ତଳେ ସ୍ଥିର
ଭାବି ନେଉଛି ତୁ ଏକା ସ୍ଵର୍ଗ ମୋର
ଆଜି ଚୈତ୍ର ପରବ ଚଡକ ମେଳା
ପାଟ ପରଵ ଉଡ଼ା ଅର୍ଘ୍ୟ ବେଳା
ପଇତା ପକା ସରିବ ଭେଳା
ଭେଟ ହେଲେ କହିବୁ ଆଖି ପଲକରେ
ଛଟକ ମଟକ ଚିତ୍ର ଝଲକରେ
ହେବୁ କି ମୋ କଦଳି ଭେଳା
ବଢି ବାତ୍ୟା ବନ୍ୟା ଦୁର୍ବପାକରେ
ସାଙ୍ଗେ ସଙ୍ଗେ ଥିବୁ ଜୀବନ ଲୀଳା ।