Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmaja Saran

Abstract

4.0  

Padmaja Saran

Abstract

ନଈ

ନଈ

1 min
261


ମିଛେଇ ନଈ ମୁଁ,

ମିଛେଇ ।


ନଈ ଦାଢରେ ଠିଆ ହେଇଥିବା ଗଛକୁ

ନଈ କ'ଣ କହି ପାରିବ

ତମ ଛାଇ ଯେତିକି ଜାବୁଡି ଧରିଛି ମୋତେ

ମୁଁ ସେଠି 

କେବେ ବି ନଥିଲି ଓ ନାହିଁ । 


କେବେ ଗଛ

ଅକସ୍ମାତ ଭାସିଗଲେ ନଈ ସୁଅରେ

ହୁଏତ ବୁଝିବ - 

ଗୋଟେ ଢାଳି ହେଇ ଯାଇଥିବା ଅବସୋସ ହିଁ ତ

ନଈ, 


ଯାହାକୁ ଗୋଟେଇ ହୁଏନା

ଶୋଷ ଲାଗିଲେ

କେବଳ ପିଇ ହୁଏ, 

ସୁନା ହରିଣ ପରି ଧାଇଁ ହୁଏନା ସୁଅ ପଛରେ

ଘଟ ତାତିଲେ ଖାଲି ଯା' 

ଗାଧୋଇ ହୁଏ ।


Rate this content
Log in

Similar oriya poem from Abstract