Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational

3  

Chittaranjan Nanda

Abstract Inspirational

ବୁଭୁକ୍ଷୁର ଅନ୍ତଃସ୍ଵର

ବୁଭୁକ୍ଷୁର ଅନ୍ତଃସ୍ଵର

1 min
167


ବଂଚିବାର ଅଧିକାର ତ ପ୍ରକୃତିଦତ୍ତ,

ବଂଚିବାର ଅଧିକାର ମାନବିକତାଗତ ।


ବଂଚିବାର ଅଧିକାର ସମ୍ବିଧାନଦତ୍ତ

ଲଢ଼ିବାକୁ ହେବ ବଂଚିବାର ପାଇଁତ ।


ଲଢେଇ ଲଢେଇ ବଂଚିବାର ପାଇଁ,

ମଣିଷ ଜୀବନକୁ ହତ୍ୟା କର ନାହିଁ ।


ବାର ମାସେ ତେର ପର୍ବ ବଂଚିବାର ପାଇଁ,

ଅନନ୍ୟ ସଂସ୍କୃତି ପର୍ବ ପରମ୍ପରା ସେଥିପାଇଁ ।


ନବାନ୍ନ ଫସଲ ଅମଳ ଆମେ କରୁ ଥାଇ,

ପେଟ ପାଇଁ ଏକତ୍ରିତ ପାଳୁଛେ ଆମେ ଭାଇ ।


ସବୁରି ମୂଳରେ ଥାଏ ତ କର୍ମ କର୍ତ୍ତଵ୍ୟ,

ଏକତାର ମନ୍ତ୍ରଧ୍ୱନି ବିନା ସବୁ ଅସମ୍ଭବ ।


ଯଦି ଶୁଭିବ ହା ଅନ୍ନ ହା ଅନ୍ନ ଚିତ୍କାର,

ନଶୁଭିବ ମଣଷର ବୁଭୁକ୍ଷୁର ଅନ୍ତଃସ୍ଵର ।


ମୁଠାଏ ତଣ୍ଡୁଳ ପାଇଁ ସକ୍ଷମ ନାହିଁ ମଣିଷର,

ପେଜ ପାଣି ଭରିବାକୁ ନଥାଏ ସମ୍ବଳ ତାର ।


ସ୍ୱାଧୀନତା ପାଇଲେଣି, 75 ବରଷ ଗଲାଣି,

ଗରିବୀ ଦୂରହେବ, ବିତୁଛି ପ୍ରତିଶ୍ରୁତି ଶୁଣି ଶୁଣି ।


ଯେ ପର୍ଯ୍ୟନ୍ତ ଧନୀ ଗରିବ ଭେଦଭାବ ଥିବ

ବୁଭୁକ୍ଷୁର ଅନ୍ତଃସ୍ଵର କଥା ମଣିଷ ନଶୁଣିବ ।


ପେଟ ଭୋକେ କେତେ ଦିନ ଜଳାଇ ଜଳାଇ ମାରିବ

ଚତୁର୍ଦ୍ଦିଗେ ଭୋକ ତିମିରିତ ରାତ୍ରିର ଫୁତ୍କାର ଶୁଭିବ ।


ସମାଜରେେ ବଂଚିବାଟା ହୋଇଲେ ତୀବ୍ର କଷ୍ଟକର,

ନହୋଇ ସଖୀ କଣ୍ଢେଇ, ଅଧିକାର ପାଇଁ 

ପଥ ଖୋଜିନେବେ ଲଢେଇର ।


କହୁଥାଅ ବଡ ବଡ କଥା ସଂସ୍କୃତି ନାମ ଧରି

ଭୋକର ସେ ଦାଉରେ ବିପ୍ଳବରୁ ପାଇବକି 

ସମାଜକୁ ରକ୍ଷା କରି ।


Rate this content
Log in

Similar oriya poem from Abstract