Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational Others

3  

Prabhati Mahapatra

Inspirational Others

ପାର୍ବଣ ମହତ୍ବ

ପାର୍ବଣ ମହତ୍ବ

1 min
222



ଆହେ ନୀଳ ଗିରି -ବୃତ୍ତେ

ଆହେ ଭଗବତୀ

ତୁମ୍ଭ ଗଳାରେ ମନ୍ଦାର ଶୋଭା ଜ୍ୟୋତି

ଆହେ ଭଗବତୀ !

ତୁମରି ମଣ୍ଡପେ ଭକ୍ତ ଗଣ

ଆନନ୍ଦେ ଲଗାଇ ଚିତ୍ତ ମନ

ତୁମ ପାଇଁ ମାତ ପାର୍ବଣ ମହତ

ଅବତୀର୍ଣ୍ଣେ ହେଉ ଦୁଃଖ ଇତି

ଆହେ ଭଗବତୀ !

ସିଂହ ପୃଷ୍ଠେ ମାଗୋ କର ବିଜେ

ଶକ୍ତି ସ୍ବରୂପିଣୀ ବଳ ବୀର୍ଯ୍ୟେ

ଆଗମନ ଶୁଣି ଶରତ ହସୁଛି

ଆଶ୍ଵିନେ ଲିଭାଅ ଶତୃ ଭୀତି

ଆହେ ଭଗବତୀ !

କାଶତଣ୍ଡି ଫୁଲ ବନ୍ଧ ବାଡେ

ଆଲଟ ଚାମର ସତେ ଝାଡେ

ଦୁର୍ବାଦଳ ମନ ପୁଲ୍ଲକିତ ଆଜି

ତୁମ୍ଭ ପାଦେ ରଖି ଲୟ ମତି 

ଆହେ ଭଗବତୀ !

ଉଦ୍ଭାସିନୀ ଦୁର୍ଗା ନାମ ଶୁଣି 

ନୃତ୍ୟ ରତ ନାଦେ ଖୋଳ ଗିନି

ଗନ୍ଧ ଧୂପ ଦୀପ ସଜ ହେଲେ ମାତ

ମନେ ଧ୍ୟାୟୀ ତୁମ ଯଶ କୀର୍ତ୍ତି

ଆହେ ଭଗବତୀ !

ଶିବ ପୁତ୍ର ଲକ୍ଷ୍ମୀ ବିଷ୍ଣୁ ହର

ଦେବୀ ଦର୍ଶନକୁ ତରବର

ବେଦ ହସ୍ତେ ବ୍ରହ୍ମା ମଣ୍ଡେପେ ଉଠିଲେ

ନାରଦ ଜପିଲେ ତୁମ୍ଭ ସ୍ତୁତି

ଆହେ ଭଗବତୀ !

ମଙ୍ଗଳ ବାଦ୍ୟରେ ଜଗ ହସେ

ସତେ କି ପିୟୁଷ ସୁଧା ବର୍ଷେ

ଭକତ ଗହଳି ପଡେ ହୁଳହୁଳି

ଆହାଃ କି ଆନନ୍ଦ ଆତ୍ମା ତୃପ୍ତି ।

ଆହେ ଭଗବତୀ !

ପୁଷ୍ପାଞ୍ଜଳି ହସ୍ତେ ସ୍ବର୍ଗ ଦେବ

ତୁମ୍ଭ ପାଦ ପଦ୍ମେ ରଖି ଭାବ

କୁସୁମ ବୃଷ୍ଟିରେ ଆନନ୍ଦ ଲଭନ୍ତି

ପୁଲ୍ଲକିତେ ଧରା କେତେ ଶାନ୍ତି

ଆହେ ଭଗବତୀ !

କିଏ ସେ କହିବ ଜନ୍ମ ମୃତ୍ୟୁ

ରଖିବ ଆଜି ମା ପୂଜା କ୍ରତୁ

ପାପ ତାପ ନାଶି ଲିଭାଇବ ଦୁଃଖ

ପ୍ରଭାତୀ ମନରୁ ପୋଛି ଭ୍ରାନ୍ତି ।

ଆହେ ଭଗବତୀ !



Rate this content
Log in

Similar oriya poem from Inspirational