Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Abstract Inspirational Others

3  

Jayashree Maharana

Abstract Inspirational Others

ପବିତ୍ର ସେ ଡୋର

ପବିତ୍ର ସେ ଡୋର

1 min
237


ରାକ୍ଷୀ ନୁହେଁ ସୂତାଖିଅ  ପବିତ୍ର ସେ ଡୋର

ପ୍ରୀତିପୂର୍ଣ୍ଣ  ବନ୍ଧନର  ଏକ ସୂତ୍ରଧର   ।

ଈଶ୍ୱରଙ୍କ ବରଦାନ    ଭରା ଉପହାର

ପବିତ୍ରତା ମହାଶକ୍ତି    ମିଠା ସମ୍ପର୍କର ।


ଭାଇ ଭଗ୍ନୀ ରୂପେ ଦୁଇ ନିର୍ମଳ ହୃଦର

ଅସୀମିତ ଭାବୋଚ୍ଛ୍ୱାସ  ମିଶ୍ରିତ ନିର୍ଝର ।

ସୁରକ୍ଷା କବଚଟିଏ    ଦୃଢ଼ ବିଶ୍ୱାସର

କଳିହୁଏ ନାହିଁ କେବେ  ମୂଲ୍ୟ ଯେ ତାହାର ।


ଶାଶ୍ୱତ ଅମୃତମୟ   ମନ୍ତ୍ରେ ଭରପୂର

ଅନାବିଳ ସ୍ନେହଶ୍ରଦ୍ଧା   ତା'ର ଅନ୍ତଃସ୍ଵର ।

କର୍ତ୍ତବ୍ୟର ପରିଭାଷା    ଗାଇ ନିରନ୍ତର

ଅଦୃଶ୍ୟରେ ଶିକ୍ଷାଦିଏ  ନିଃସ୍ୱାର୍ଥ ପ୍ରେମର ।


ନିଆରା ଆବେଗ ଗୁନ୍ଥା ମମତା ସ୍ବାକ୍ଷର

ରାକ୍ଷୀ ନୁହେଁ ସୂତାଖିଅ  ପବିତ୍ର ସେ ଡୋର ।




Rate this content
Log in

Similar oriya poem from Abstract