Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabita Tripathy

Romance

3  

Sabita Tripathy

Romance

ପ୍ରେମ

ପ୍ରେମ

1 min
159


ପ୍ରେମ ଏମିତି ଏକ ଶବ୍ଦ ଟିଏ

ଅଛି ତାର ଆରମ୍ଭ, ହେଲେ

ନାହିଁ ତାର ଅନ୍ତ ।

ପ୍ରେମ ଏମିତି ଏକ ଶବ୍ଦ ଟିଏ

କେବେକେବେ ରାତିର ଜହ୍ନ ସାଥେ ଥାଏ ତ

କେବେକେବେ ସ୍ୱପ୍ନ ର କୁନି ତାଜମହଲ ରେ ଥାଏ ।

ପ୍ରେମ ଏମିତି ଏକ ଶବ୍ଦ ଟିଏ

କେବେ ମନରେ ଶିହରଣ ସୃଷ୍ଟି କରେ

ପୁଣି କେବେ ବିଦାରଣ ସୃଷ୍ଟି କରେ ।

ପ୍ରେମ ଏମିତି ଏକ ଶବ୍ଦ ଟିଏ

କେବେକେବେ ବଂଶୀ ର ସ୍ୱର ହୋଇଯାଏ 

ପୁଣି କେବେ ବଂଶୀ କୁ ଭାଙ୍ଗି ଚୁରମାର କରିଦିଏ ।

ପ୍ରେମ ଏମିତି ଏକ ଶବ୍ଦ ଟିଏ

କୁନି କୁନି ପାଦ ଥାପି ଆସିଥାଏ ଯୌବନ ପାହାଚରେ

ଭରିଦିଏ ମନ ରେ ମାଦକତା

କରିଦିଏ ସ୍ୱପ୍ନରେ ବିଭୋରତା ।

ଆଉ ପୁଣି 'ପ୍ରେମ ' ବି ଏମିତି ଏକ ଶବ୍ଦଟିଏ

କାହା ଜୀବନରେ ଖେଳେଇଦିଏ

ଅସରନ୍ତି ସୁଖର ନୂଆ ନୂଆ ମହକ ।

ପୁଣି ବି କାହା ଜୀବନ ରେ ଖେଳେଇଦିଏ

ଦୁଃଖ ର ବନ୍ୟା ନାମକ ମେଞ୍ଚାଏ ଆଖିର ଲୁହ ।


Rate this content
Log in

Similar oriya poem from Romance