Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabita Tripathy

Romance

3.4  

Sabita Tripathy

Romance

ମନେପଡ଼ ତୁମେ

ମନେପଡ଼ ତୁମେ

1 min
373


ବହୁ ଦିନ ପରେ

ଆଜି ବିଜନରେ

ମନେ ପଡ଼ୁ ଅଛି

କାହିଁକି ଏତେ ?


ବେଳ ରତ ରତ

କର୍ମ ଚଞ୍ଚଳରେ

କି ଅବା ସ୍ମୃତି

ଲେଖିବି ସତେ......!


ପ୍ରେମ ଋତୁ ଟିଏ

ଆସିଥିଲା ଜୀବନେ

ଯାହା ପଶିଥିଲା ମୋ ଦେହେ

ଅକସ୍ମାକ ଆଜ୍ଞାତେ ଦିନେ....... ।


ମୁଁ ଦେଖିଥିଲି ମୋ ପ୍ରେମିକ ମୁହଁ

ହୃଦୟର ଦର୍ପଣରେ

ଆଜିଯାଏ ସାଇତିଛି ତାକୁ

ବାସ୍ତବ ଜୀବନର ଚିତ୍ରପଟ୍ଟରେ....... ।


ପହିଲି ପ୍ରେମର ଗୋଲାପି ଛିଟା

ଆଜି ସବୁ ସ୍ମୃତି ହେଇଯାଇଛି

ସାଇତିଛି ଖାଲି ସେଇ ରଙ୍ଗିନ

ଦାଗ ଏଇ ମୋ ହୃଦୟଟା.... ।


ଅନ୍ଧାର ବି ଲାଗେ ଆଲୋକ ମାଳା

ସ୍ମୃତି ତୁମ ବୁଝେ ନାହିଁ,

ମନ ରେ ସାଇତା ଥିବା

ସେଇ ଅଭୁଲା ପ୍ରୀତିର ଜ୍ୱାଳା...... ।


ଜହ୍ନ ରାତି ପରି ଶୀତଳ ପବନ

ବହିଯାଏ ଥିରି ଥିରି,

ଯେବେ ଆସ ତୁମ ସ୍ମୃତି ମୋ ସପନେ

ହେଇଯାଏ ନିଦ ଚୋରି.... ।


ସ୍ମୃତି ସବୁ ତୁମ ଶିଶିର ବିନ୍ଦୁରେ ଭିଜାଇ ଦିଏ,

ସପନ ର ସୁନା ଘାସ

ନିଦ ଭାଙ୍ଗିଗଲେ, ରହିଯାଏ ନାସାଗ୍ରେ

ଖାଲି ଦୀର୍ଘ ନିଶ୍ୱାସ ପ୍ରଶ୍ୱାସ.......... ।।


Rate this content
Log in

Similar oriya poem from Romance