Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jasoda Majhi

Romance

3  

Jasoda Majhi

Romance

ପ୍ରେମ

ପ୍ରେମ

1 min
239


ରଙ୍ଗ ତ ରଙ୍ଗ ଏ କେମିତିକା ରଙ୍ଗ

ଦେହରେ ମୋ ଲାଗିଗଲା ,

ସାତ ରଙ୍ଗ ଠାରୁ ଭିନ୍ନ ତାର ସ୍ପର୍ଶ

ବିହୁଲିତ ମତେେ କଲା ।

ବୋଳି ହୋଇ ଗଲା ଯେବେଠାରୁ ଦେହେ

ହଜିଛି ମୁଁ ନିଜ ଭିତରେ

ଅନ୍ୟର ଆଭାଷ ଶୁଭୁ ନାହିଁ ମତେ

ଗପୁଛି ମୁଁ ନିଜ ମତରେ । 

ମୋର ମନ ମୋର ଆୟତରେ ନା ହିଁ

ଯାଇଛି ଆଉ କା ପାଖକୁୁ,

ନିିଜକୁ ଚାହିଁବା ଛାଡିଦେଇ ଆଜି

ଭଲ ପାଉଛି ମୁଁ କାହାକୁ।

ସେହି ମୋର ପ୍ରିିୟ କି ନାମ ଯେ ତାର 

ପଚାରିବାକୁ ଲାଗେ ଡର,

ଅକୁହା,ଅଜଣା, ଆଦେଖାରେ ତା'ର

ହୃୃଦୟେ କରିଛି ଘର।

କହିବି କହିିିିବି ଭାବି ଭାବି ମୁଁ ଯେ 

କହିପାରୁ ନାହିଁ ଜମା,

ଦେହରୁ ମୋହର ପ୍ରାଣ ଛାଡ଼ି ଯିବ

କରି ଦେଲେ ସିଏ ମନା।

ମୋର ମନର ସେ ରାଜକୁମାର ଗୋ

ହେବି ତା' ମନର ରାଣୀ ,

କ୍ଷ୍ଣ ମୁହୂର୍ତ୍ତରେ ମନ ଦେଇ ଦେଲି

ଶୁୁୁଣି ତା ଅଳପ ବାଣି।



Rate this content
Log in