Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jasoda Majhi

Inspirational

4.5  

Jasoda Majhi

Inspirational

ସେଇ ମୋର ପ୍ରିୟ ଉତେଇ..

ସେଇ ମୋର ପ୍ରିୟ ଉତେଇ..

1 min
296


ଯା ପୟରେ ଶରୀର ଜୀବିତ

ଯା ସକାଶେ ସବୁଜ କ୍ଷେତ

ଯା କୋଳରେ ଖେଳଇ ମୀନ

ଯା ଜଳ ଅଟଇ ଅମୃତ ସମ

ଯା ସୌନ୍ଦର୍ଯ୍ୟରେ ମୋହିତ ମୁହିଁ,

ସେହି ମୋ ପ୍ରିୟ ଉତେଇ ।


ଯା' ର କୁଳୁକୁଳୁ ନାଦର ଧ୍ଵନି

ଦୂର କରି ଦିଏ ବିଷାଦ ଗ୍ଲାନି

ଯା 'ର ଅଙ୍କା ବଙ୍କା ଗତିର ପଥ

ଯୋଗାଏ ଆମକୁ ଅସଂଖ୍ୟ ତଥ୍ୟ

ଯା 'ର ସ୍ପର୍ଶ ପାଇ ଆନନ୍ଦ ମୁହିଁ,

ସେହି ମୋ ପ୍ରିୟ ଉତେଇ ।


ଯେ କରେ ଅହରହ ସଂସାର ହିତ

ଯା ପାଇଁ ଜୀବିତ ସାରା ଜଗତ

ଯାହାର ଅଙ୍ଗରେ ବାସଇ ଜୀବ

ଯାହାର ସମାନ ଆଉ କେ ହେବ?

ତାହାରି ସମ କେହି ତ ନାହିଁ,

ସେହି ମୋ ପ୍ରିୟ ଉତେଇ ।



Rate this content
Log in

Similar oriya poem from Inspirational