Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jasoda Majhi

Abstract

4  

Jasoda Majhi

Abstract

ନଦୀ

ନଦୀ

1 min
367


ନଦୀରେ ନଦୀ ତୁ ଚିରସ୍ରୋତା ନଦୀ

ନାହିଁ ତୋ ବିଶ୍ରାମଗାର

ବିଶ୍ରାମ ଲଭିଲେ ଅଳସୁଆ ପଣେ

ଛୁଁଇବୁନି ପାରାବାର l


ଗହନ ବନର ଦଦରିଆ ପଥ

ଅଙ୍କାବଙ୍କା ଅତିକ୍ରମ

ଗାଁ ଗାଁ ବୁଲି ନଦନଦୀ ମେଳି

କରିଥାଉ ପରିଶ୍ରମ l


ଅଜଣା ନଦୀକୁ ନଦୀ ସହ ଯୋଡି

ଭରିଦେଉ ପ୍ରୀତି ଭାବ

ତୋ ଭାବର ମୂଲ୍ୟ ତୋ କର୍ମର ତୁଲ୍ୟ

ଜଗତେ ଆଉ କେ ହେବ l


ନଦୀରେ ନଦୀ ତୁ ଅଙ୍କାବଙ୍କା ନଦୀ

ତତେ ପାଇ ହେଲୁ ଧନ୍ୟ

ସର୍ବ ପ୍ରାଣୀଙ୍କର ସେବା କରୁଅଛୁ

ତେଣୁ ତୁ ସଭିଙ୍କ ମାନ୍ୟ l


କେତେ ବାଧାବିଘ୍ନ ଆସେ ତୋ ଜୀବନେ

ତଥାପି ଡରୁ ନାଁ ତୁହି

ଆଗେଇ ଚାଲୁ ତୋ ଗନ୍ତବ୍ୟ ପଥରେ

ବାଟରେ ଯାଉନା ରହି l


ଥକି ପଡିଲେ କି ଅଟକି ରହିଲେ 

ପାଇବାନି ସଫଳତା

ଶିଖେଇ ଦେଉ ତୁ ସର୍ବଜନ ମନେ

ଏ ମହତପୂର୍ଣ୍ଣ କଥା l


   


Rate this content
Log in

Similar oriya poem from Abstract