Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gopal Majhi

Drama

4  

Gopal Majhi

Drama

ରାକ୍ଷୀ ରହିଲା ସାକ୍ଷୀ

ରାକ୍ଷୀ ରହିଲା ସାକ୍ଷୀ

1 min
415


ବରଷକେ ଥରେ ଆସଇ ଏ ଦିବସ

ଭାଇ ଭଉଣୀଙ୍କ ପାଇଁ

ପବିତ୍ର  ରାକ୍ଷୀକୁ ଭ୍ରାତାର ହସ୍ତରେ

ଭଗିନୀଯେ ବାନ୍ଧିଥାଇ ।


          ଭ୍ରାତା ଭଗିନୀଙ୍କ ପବିତ୍ର ସମ୍ପର୍କ

          ଏ ରାକ୍ଷୀ ପରବ ଜାଣ

          ସେହ୍ନ ମମତାର ଅତୁଟ ବନ୍ଧନ

          ପୂର୍ଣ୍ଣିମାଯେ ଶିରାବଣ ।


ମସ୍ତକରେ ଲଗାଇ ସିନ୍ଦୂର ଚନ୍ଦନ 

ଦୀପଜାଳି ବନ୍ଦାପନା

ହସ୍ତରେ ଧରିଣ ମିଠାସେ ଖୁଆଏ

ମନରେ ଶୁଭ କାମନା ।


            ସୁରକ୍ଷା କବଚ ଏ ପବିତ୍ର ରାକ୍ଷୀ 

            ଭଗିନୀର ରକ୍ଷାକାରୀ

            ଭଗିନୀକୁ ସାହା ହୋଇବ ଏହସ୍ତ

            ବିପଦକୁ ଦେବ ଟାଳି ।


ସୁଖରେ ଦୁଃଖରେ ସେ ରକ୍ଷା କବଚ

ଉପସ୍ଥିତ ହେଲେ ଆସି

ଭଗିନୀ ଖୋଜେନା କିଛି ଉପହାର

ଦେଖିଦେଲେ ମନ ଖୁସି ।


Rate this content
Log in

Similar oriya poem from Drama