Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gopal Majhi

Children Stories

4  

Gopal Majhi

Children Stories

ସମ୍ପର୍କ

ସମ୍ପର୍କ

1 min
234


ସମ୍ପର୍କ ଏମିତି ଶବ୍ଦଟିଏ ଯାହା

ବନ୍ଧନଟି ମମତାର

ସମ୍ପର୍କ ସ୍ଥାପନ ସଭିଙ୍କର ଧର୍ମ

ସମ୍ପର୍କେ ବନ୍ଧା ସଂସାର ।


ଜନନୀର ସମ୍ପର୍କ ମମତାରେ ଭରା

ଥାଏ ନିଜ ସନ୍ତାନରେ

ଗାଁ ର ସମ୍ପର୍କ ଐତିହ୍ୟ ସଂସ୍କୃତି

ପରମ୍ପରା ସ୍ଵାକ୍ଷରରେ ।


ଗୋମାତାର ସମ୍ପର୍କ ଘାସ ସହିତରେ

ଗୋପାଳର କ୍ଷୀର ସହ

ବୃକ୍ଷଟି ସମ୍ପର୍କେ ପକ୍ଷୀଟିକୁ ଡାକେ

ମୋ ଡାଳେ  ଆସି ତୁ ରହ I


ପତି ସହ ପତ୍ନୀ ସମ୍ପର୍କରେ ବନ୍ଧା

ବନ୍ଧୁ ସମ୍ପର୍କ ଭାବରେ

ଭକ୍ତ ଭଗବାନ ଅମୃତ ସମ୍ପର୍କ

ନଦୀ ସମ୍ପର୍କ ସାଗରେ ।


ବାଟର ସମ୍ପର୍କ ବାଟୋଇ ସାଥିରେ

ପୁଷ୍ପ ସହିତ ଭ୍ରମର

ସଧବା ନାରୀର ଦୁଇପଟ ଶଙ୍ଖା

ଟୋପେ ସହାଗ ସିନ୍ଦୂର ।


ନୟନର ସମ୍ପର୍କ ଦୁଃଖୀର ଦୁଃଖରେ

ପାଟିର ସମ୍ପର୍କ ସତ

ପରୋପକାରର  ସମ୍ପର୍କେ ଏ ତନୁ 

ସଦା ଅଟେ ସମର୍ପିତ ।


ପ୍ରକୃତ ସମ୍ପର୍କ ଚିରନ୍ତନ ସତ୍ୟ

ଆଉ ଯେତେ କ୍ଷଣସ୍ଥାୟୀ

ପ୍ରେମର ସମ୍ପର୍କ ଯେ ବାନ୍ଧିବ ଏଠି

ସେ ଏକା ଜିତିବ ଭାଇ ।


ପ୍ରକୃତ ସମ୍ପର୍କ ହାଟ ବଜାରରେ

ଖୋଜିଲେ ପାଇବ ନାହିଁ

ମନ ସଫା କଲେ ନିଜଠୁ ପାଇବ

ମୂର୍ଖ ଅପତ୍ତି କହଇ ।


Rate this content
Log in