Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anjana Naik,Anju..Deogarh

Abstract Classics

4.0  

Anjana Naik,Anju..Deogarh

Abstract Classics

ସ୍ବାଧୀନତା

ସ୍ବାଧୀନତା

1 min
20


ସ୍ବାଧୀନତା ମଳିଯିବ ବୋଲି

ବାପା ମାଆ ଙ୍କ ପାଖରୁ

ବୁଦ୍ଧି ଜାଣିଲା ଦିନରୁ ଶୁଣି ଆସିଛି 

ବଡ଼ ହେଲେ ଏଇୟା କରିବୁ, ସେଇଆ କରିବୁ

ତୋ ଇଚ୍ଛା ଅନୁସାରେ କାମ କରିବୁ ।


ବଡ଼ ହେଲି ଵୋଲି

ମୋ ପାଦରେ ପଡ଼ିଗଲା ଲଗାମ

ଝିଅ ପିଲା ଏମିତି କରନ୍ତିନି,ସେ କାମ କରିବୁନି 

ଭାବି ଚିନ୍ତି ,ବଡ଼ ମାନଙ୍କର ଅନୁମତି ନେଇ

ଘରୁ ବାହାରକୁ ଯିଵୁ

ଧାର୍ଯ୍ୟ ସମୟ ମଧ୍ୟରେ ଫେରିଵୁ

ଇତ୍ୟାଦି ଇତ୍ୟାଦି ।


ନୂଆଁ ସମ୍ପର୍କରେ 

ପରିବାରର ଜଞ୍ଜାଳ ମଧ୍ୟରେ

ଲୁଣ-ତେଲ କିଣା ବିକା କଲାବେଳେ

ବାରମ୍ବାର‌ ସ୍ବପ୍ନ ଵୁଣୁ ଵୁଣୁ 

ଭାବୁଥିଲି ଏଇୟା ବୋଧହୁଏ ସ୍ବାଧୀନତା

ନାରୀ ସଶକ୍ତିକରଣ କେବଳ ସମ୍ବାଦପତ୍ର ରେ

ପିଲା ଦିନର ସେ ସ୍ବପ୍ନ ହଜିଯାଇଛି 

ଜାଣିଲି ଗଭିର ବନ୍ଧନରେ ମୁଁ ଆବଦ୍ଧ।


ମୁଁ ସ୍ଵାଧୀନତା ର ସ୍ବାଦ ଚାଖିବାକୁ

ଚାତକି ପରି ଚାହିଁ ଥିଲି

କାହିଁ ସେ..ସ୍ବାଧୀନତା

ବହୁଦୂର ଯାଏଁ ତ ଦିଶୁଛି

କେବଳ ସାମାଜିକ ବନ୍ଧନ 

ତାହାରି ଭିତରେ କେଉଁଠି ନିଖୋଜ ହୋଇ ଗଲା

ସେ ସ୍ୱର୍ଗୀୟ ସ୍ଵତନ୍ତ୍ର ସ୍ବାଧୀନତାର ଶବ୍ଦ

ତାକୁ ଖୋଜୁ ଖୋଜୁ ପୁଣି

ବାର୍ଦ୍ଧକ୍ୟ ରେ ପରାଶ୍ରୟୀ ହୋଇ ଗଲି

ନିଜ ପିଲାମାନଙ୍କ ପାଖରେ 

ସ୍ବାଧୀନତା ରହିଗଲା କେବଳ ଭାଵନାରେ

ଗୋଟେ ଶବ୍ଦ ହୋଇ ଅଭିଧାନରେ ।



Rate this content
Log in

Similar oriya poem from Abstract