Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anshika Jena

Abstract Tragedy Inspirational

4  

Anshika Jena

Abstract Tragedy Inspirational

ସମୟର ଭିନ୍ନ ଋପ

ସମୟର ଭିନ୍ନ ଋପ

1 min
503


ସବୁଠାରୁ ଅଟେ ସେ ବଳବାନ,

      ପୁଣି ଅଟେ ସେ ଶକ୍ତିମାନ ।


 ସମୟ ଅଟେ ନାଁ ଟି ତାହାର,

     ଆୟତ୍ତରେ ନ ଥାଏ କାହାର ।


ଯେତେବେଳେ ଥାଏ ସୁଖ ଓ ଆନନ୍ଦମୟ

    ଜୀବନ ହୁଏ ଖୁସି ଓ ଉଲ୍ଲାସ ମୟ।


ଏଥିରୁ ଜଣା ପଡ଼େ ‌ କୃପା କରିଛି ସମୟ,

     ଚାଲିଛି ଆମର ସୁଖ ବା ସୁ ସମୟ ।


ଶିଶୁ ଟି ର ଆଗମନ ପରିବାର ପାଇଁ ସୁ ସମୟ,

     ଫସଲ ର ଅମଳ ଆଣେ ଚାଷୀ ପାଇଁ ସୁ ସମୟ ।  


 ପରୀକ୍ଷା ରେ ସଫଳତା ଆଣେ ଛାତ୍ର ପାଇଁ ସୁ ସମୟ ।

   କ୍ଷମତା ହାସଲ ନେତା ମାନଙ୍କ ର ସୁ ସମୟ ।


 ଯେତେବେଳେ ଆସେ ଦୁଃଖ ଓ ଖରାପ ବେଳ,

         ହୋଇ ଯାଏ ମନ ଆମର ବିଷାଦ ମୟ ।


 ଏଥିରୁ ଜଣା ଯାଏ ଆସିଲା ଦୁର୍ଦ୍ଧିନର କାଳ,

       ଚାଲିଛି ଆମ ର ଖରାପ ବା ଦୁଃ ସମୟ ।


ବନ୍ୟା, ବାତ୍ୟା ମରୁଡ଼ି ଆଣେ ଦେଶ ପାଇଁ ଦୁଃସମୟ

   ମୃତ୍ୟୁ ଆଣେ ପରିବାର ପାଇଁ ଶୋକ ଓ ଦୁଃସମୟ ।


ସନ୍ତାନ ର ଅନାଦର ଆଣେ ପିତା ମାତାଙ୍କ ଦୁଃସମୟ

    ରୋଗ ଆଣେ ବାର୍ଦ୍ଧକ୍ୟ ଓ ରୋଗୀଙ୍କ ପାଇଁ ଦୁଃସମୟ।


ସମୟର ଚକ ଗଡି ଗଡି ଯାଏ, ସମସ୍ତଙ୍କୁ କହି କହି ଯାଏ

   ଯାହା ହେଉ ପଛେ ଆଗକୁ ଆଗ ଚାଲି ବାକୁ ହୁଏ ।


Rate this content
Log in

Similar oriya poem from Abstract