Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ସ୍ଥିତି ପାଇଁ ଲଢେଇ

ସ୍ଥିତି ପାଇଁ ଲଢେଇ

1 min
438


ନବ ରୂପ, ବେଶ ଓ ଗୁଣେ, ଆସେ 

ଷଡ଼ ଋତୁ ଧରଣୀ କୋଳକୁ 

ପ୍ରଭାତ ହୁଅନ୍ତେ କୋଇଲିର କୁହୁ

ତାନର କୁହୁକ ପଡେ ଶୁଣିବାକୁ l


ମଳୟ ମାରୁତ ସ୍ପର୍ଶେ ମନଚିତ୍ତ ମୋହି,

ରଙ୍ଗମୟ ଦିଶେ ଏ ମେଦିନୀ,

ସୋରିଷଭରା କ୍ଷେତ ଲାଗେ ଯେପରି 

ପୀତ-ପାଟ ପିନ୍ଧିଛି ଧରଣୀରାଣୀ l


ଦେଖ ସତରେ ପ୍ରକୃତି ଖଞ୍ଜିଛି ସବୁ

କିଛି ଏ ସୁନ୍ଦର ସୃଷ୍ଟିରେ 

ଆଶାବାଦୀ ହୋଇ ବଂଚିବାକୁ ହେବ

ଜୀବନ ସଂଗ୍ରାମରେ l


କେତେବେଳେ ପର୍ଣ୍ଣୀ ପଲ୍ଲବିତ ପୁଷ୍ପ 

ପ୍ରସ୍ଫୁଟିତରେ ଚତୁର୍ଦ୍ଦିଗ ଚହଟଇ,

ସମୟରେ ଆମ୍ର ବକୁଳର ପେନ୍ଥା ଓ

ମହୁଲର ମହ-ମହ ବାସେ ବାସଇ l


ଭଲରେ ମୁଁ ରହିବି, ଭଲରେ ବଞ୍ଚିବି 

ଅନ୍ୟକୁ ଦୁଃଖରେ ଭସେଇ,

ଏପରି ମଣିଷ ପଶୁଠାରୁ ହୀନ, ଅଜ୍ଞ 

ସ୍ଵଭାବର, ବିବେକ ତ ନାହିଁ l


ସମସ୍ତଂକର ଉପକାର ଚିନ୍ତା ମଣିଷର 

ଧର୍ମ, ପର ଅପକାର ପାପ,

ଅଜ୍ଞ, ନୀଚମନା ଜୀବନ କାଳରେ 

କରେ ପାପ, କରେ ପରେ ଅନୁତାପ l


ପର ଦୁଃଖ ଦେଖି ହୃଦୟ ଯେଉଁ ମଣିଷର

ହୋଇ ଥାଏ ବିଚଳିତ,

ତାହାହିଁ ମାନବିକତା, ସଂସାରେ ବିରଳ ଅଟେ

ସେପରି ମହତ ନିର୍ମଳ ଚରିତ୍ର l


ସଂସାରରେ ଘର କଲେ ସୁଖ ଦୁଃଖ ନୁହେଁ

ସ୍ଥିର, ରହିଛି ରହିବ

ଚିତ୍ତ ପ୍ରସନ୍ନ ରଖି, ମଉଜରେ ଦିନ କାଟିଲେ

ମନୁଷ୍ୟ ଲଭିପାରେ ସୁଖl l


ଯାହା ମୁଁ ପାଇଛି ବହୁତ ମିଳିଛି ମୋତେ

ଏହା ଭାବିବାକୁ ହେବ

କାହାର ତିନି ମହଲାକୁ କରିଲେ ନଜର 

ଦୁଃଖ ତ ଭୋଗିବାକୁ ହେବ l


ଯାହା ମୁଁ ପାଇଛି ବହୁତ ପାଇଛି ମୁହିଁ

ଏହି କଥା ଭାବିବାକୁ ହେବ

ଅନ୍ୟର ଚାରି ଚକିଆ ବା ବେଶ ପୋଷାକକୁ

କଲେ ନଜର, ଦୁଃଖ ଭୋଗିବ l


ସତ୍ୟ ଧର୍ମ ପଥେ ଚାଲୁ ଥିଲେ ମଣିଷ

ନିଶ୍ଚିତ ସୁଖୀ ହୁଏ 

ବଚନ ଯାହାର ସତ୍ୟ ସେ ସ୍ୱାଭିମାନୀ 

ସଂସ୍କାରି ବୋଲାଏ  l


ପ୍ରକୃତିର କରାଳ ଗର୍ଭରେ ମଣିଷ ଅଟେ

ସର୍ବଦା ଅସହାୟ

କଲା କର୍ମର ଫଳ ଭୋଗିବାକୁ ପଡିବ

ଏହା ତ ନିଶ୍ଚୟ l


କେତେ ରଥୀ ମହାରଥୀ ଗଲେଣି ବାହୁଡ଼ି

ତାଂକର ମୁଁ କାର ଶବଦରେ

ନାମ ଗରବ ପ୍ରତିପତ୍ତିର ସତ୍ତା ଯାଇଛି ହଜି 

ପ୍ରକୃତିର କରାଳ ଗର୍ଭରେ l


ମରଣଶୀଳ ଏ ସଜୀବ ଶରୀର ନଥିବ 

କୀର୍ତ୍ତି ଚିରକାଳ ତ ରହିବ

ପରିବର୍ତ୍ତନ ନିଶ୍ଚିତ ସାମାଜରେ ସ୍ଥିତି ପାଇଁ 

ଲଢେଇରେ ତିଆର ହେବାକୁ ପଡିବ l


Rate this content
Log in

Similar oriya poem from Abstract