Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract

4  

Chittaranjan Nanda

Abstract

ଥାନାକୁ ଯିବୁ କିଆଁ

ଥାନାକୁ ଯିବୁ କିଆଁ

1 min
322



ଝିଅ ଜନମରେ ମାଆକୁ ହଟହଟା 

କରୁନେ କି ?

ଗାଳି ଗଂଜଣାର ଅପଶୋରା ସ୍ମୃତି

ମନେ ରହୁନି କି?।୧।


ଝିଅ ପ୍ରତି ସ୍ନେହ ଆଦର ପୁଅ ସହ 

ସମାନ ହେଉଛି କି ?

ପୁଅ ଓ ଝିଅ ଏକ ସାଙ୍ଗେ ବୁଲିଲେ 

ଗାଳି ତାକୁ ଦେଉନି କି ? |୨|


ଝିଅ ଘରୁ ରାତିରେ ବାହାରକୁ ଗଲେ 

ଡର ଲାଗୁନି କି ?

ପୁଅ ରାତିରେ ବାହାରକୁ ଗଲେ ସେ 

ଭାବନା ଆସୁଛି କି ? |୩|


କଲେଣି ୭୭ ତମ ସ୍ୱାଧୀନତା ଦିବସ

କୁ ଆମେ ପାଳନ 

ସ୍ବପ୍ନକୁ ଦବାଇ କର୍ତ୍ତବ୍ୟକୁ ଦେଉନେ

କି ପ୍ରାଧାନ୍ୟ ? ।୪।


ବେଶଭୂଷା ହେଉ କିମ୍ବା ତାର ସରବ 

ଇଚ୍ଛା ପ୍ରବଣତା

ନାରୀ ଭୋଗୁନି କି ଏବେ ସରବ ପ୍ରକାର 

ବନ୍ଧନ ଓ ପରାଧୀନତା ? ।୫।


ତାକୁ ଦେବୀ ଭାବେ ସରବେ କରୁନେ 

କି ବର୍ଣ୍ଣନା ?

ପୂଜା ପେଣ୍ଡାଲରେ ତାକୁ ସଜାଉଛେ 

ଖାଲି ସିନା ।୬।


କୁହେ ତ ଆମେ, ନାରୀ ଆଜି ସବୁଠି 

ହେବ ଆଗୁଆ

ଅତ୍ୟାଚାର ହେଲେ ତାକୁ ଦୋଷ ଦିଏ 

ଆମେ କିଆଁ ? |୭|


ଲୁଚା କଥା, ତୁ ଟିକେ ଦବି ଯା, ଚୁପ 

ରହି ଯାଆ,

କଥାଟା ଠିକ ହେଇଯିବ, ଥାନା କଚେରୀ

କୁ ଯିବୁ କିଆଁ ? ।୮।



Rate this content
Log in

Similar oriya poem from Abstract