ତୁମେ ମୋର ଏକାନ୍ତ
ତୁମେ ମୋର ଏକାନ୍ତ
ତୁମେ ମୋର ଆପଣାର ଅତି ଆପଣାର ଏକାନ୍ତ !
ମୁଁ ଏଯାଏଁ ଜାଣିନି ତୁମେ ମୋର କେତେ ଆପଣାର
ଅଥବା କେତେ ଅବା ପର !
ହେଲେ କେମିତି କେଜାଣି ସତରେ ତୁମେ
ଲାଗ ଅତି ନିଜର ନିଜର ପୁଣି ଅନ୍ତରରୁ ଅତି ଅନ୍ତରର...
ମିଛ ତୁମଠି କେବେ ଲୁଚେ ନାହିଁ ସତ ତୁମର ଅନ୍ତରଙ୍ଗ ବନ୍ଧୁ,
ତୁମେ ଏକା ସତ୍ୟର ପ୍ରତିମା ତୁମେ ସିନା
ସତ୍ୟ ବେଳେ ଡେଇଁ ପାରୁ ସାତ ସିନ୍ଧୁ,
ତୁମ ଦେହରେ ଲାଗି ନ ପାରେ କେବେ କଳଙ୍କ ଅଳନ୍ଧୁ...॥
ସରଗ ଦେଖୁନି କେବେ, କେବେ ବି ଅନୁଭିବି ନାହିଁ ସରଗର ସୁଖ,
ହେଲେ, ତୋତେ ଥରେ କେବ
ଦେଖିଦେଲେ ଆପେ ଭୁଲିଯାଏ ଦୁଃଖ !!
କିନ୍ତୁ ତୋର ଆଞ୍ଜୁଳେ ହସର ସଂକଳ୍ପ ଅନେକ...।।
ମନର କେତେକ କଥା ଆପେ ଆପେ ତୁମ ଠାରେ ପଡିଯାଏ ଧରା,
ତୁମେ ମାତ୍ର ଦେବୀ ଜଣେ
ତୁମ ପାଖରେ କେମିତି ମୁଁ ଭୁଲିଲି ଠିକଣା !!
ପରମ ସୌଭାଗ୍ୟ ମୋର ତୁମ ସ୍ନେହ ପାଖେ ମୁଁ ନିର୍ମିତଟେ ପରା....।