Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishnupriya Panda

Inspirational

4  

Bishnupriya Panda

Inspirational

ଉତ୍କଳ ର ମଣି

ଉତ୍କଳ ର ମଣି

1 min
386



ଉତ୍କଳେ ଜନମି ଉତ୍କଳର ମଣି

ଉତ୍କଳ ବାସୀଙ୍କ ସେବା

ଉତ୍କଳୀୟ ଙ୍କର ପରମ ଆରାଧ୍ୟ

ଜଗନ୍ନାଥ ଙ୍କୁ ସ୍ଥାପିବା l

ଉତ୍କଳରେ ନେତା ନାହିଁ ପ୍ରୟୋଜନ

ନେତା ଶ୍ରୀ ଜଗମୋହନ

ସୁଆଣ୍ଡୋ ଗ୍ରାମଟି ଧନ୍ୟ ହୋଇଗଲା

ଆପଣଙ୍କ ଆଗମନ l

ପର ପାଇଁ ଯାର ପରlଣ କାନ୍ଦଇ

ସ୍ୱାର୍ଥ ଦିଏ ଜଳାଞ୍ଜଳି

ପୁତ୍ର ଯାର ମୃତ୍ୟୁ ସଙ୍ଗେ ଲଢୁଅଛି

ଜନ ହିତେ ସେହୁ ଚଳି l

ସ୍ୱରାଜର ଗର୍ତ୍ତ ହାଡ଼ ମାଂସେ ପୁରୁ

ଇଶ୍ୱରେ ପ୍ରାର୍ଥନା ଯାର

କି ଲେଖିବି ମୁହିଁ ତାଙ୍କ ଜନ୍ମ ଦିନେ

ମୁଁ ତ ମନୁଷ୍ୟ ମାତର l

ହେ ବୀର ପୁଙ୍ଗବ ଏ ତୁମ ଉତ୍କଳ

ସ୍ୱାର୍ଥରେ ତ ଆଜି ଅନ୍ଧ

ଆଉ ଥରେ ଜନ୍ମ ନିଅ ଗୋପବନ୍ଧୁ

ମିଶାଇ ଦିଅ ହେ କାନ୍ଧ l

ଉତ୍କଳ ଜନନୀ ଅପେକ୍ଷା କରିଛି

ଆଜି ବି ତୁମରି ପାଇଁ

ସତେକି ଆସିବ ଅନ୍ୟ ରୂପ ନେଇ

ମାତାର ଉନ୍ନତି ଚାହିଁ l

ପ୍ରଣାମ ମୋ ଘେନ ହେ ବୀର ପୁଙ୍ଗବ

ଜନ୍ମ ଦିବସେ ତୁମର

କାନ୍ଦୁଛି ଉତ୍କଳ କାନ୍ଦେ ବସୁମାତା

ପ୍ରତ୍ୟାବର୍ତନ ତ କର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational