Manoj Dalbehera

Inspirational

4.1  

Manoj Dalbehera

Inspirational

ବାପା

ବାପା

1 min
248


ବାପାଙ୍କୁ କେମିତି ସାମ୍ନା କରିବ ରାଜୁ? ଆଳୁକଷା ଲୋଭରେ ସାଙ୍ଗ ପାଖରୁ ଧାର କରିଥିବା ୬୫ ପଇସା ଶୁଝିବାକୁ କେମିତି ପଇସା ମାଗିବ ? ୩୦୦ ଟଙ୍କା ଦରମାରେ ୧୦ ଜଣିଆ ପରିବାର ଚଳାଉଥିବା ବାପା ନାମକ ମୁରବି ଜଣକ ଏକଥା ଶୁଣିଲେ କେମିତି ପ୍ରତିକ୍ରିୟା ପ୍ରକାଶ କରିବେ ? ଭୟଭୀତ ହୋଇପଡିଥିଲା ରାଜୁ । ରାଖାଲଗୋପରେ ଭଲ ପିଲା ବୋଲି ପ୍ରଶଂସା ପାଉଥିବା ପୁଅର ଅପରାଧକୁ କ୍ଷମା କରିଦେବେ ତ ବାପା ? 

      ଦୁଆର ମୁହଁରେ କାନ୍ଦୁଥିଲା ରାଜୁ । ଆଖିରେ ଲୁହର ବନ୍ୟା । ଭିତରେ ବାପାଙ୍କ ସାମ୍ନାରେ ମାଆ । ବାପା ମୁହଁ ଟେକି ଥରେ ରାଜୁକୁ ଅନାଇଲେ । ପୁଣି ମୁହଁ ବୁଲେଇ ମାଆଙ୍କୁ କହିଲେ, "ତା'କୁ ୬୫ ପଇସା ଦେଇଦିଅ ଧାର ଶୁଝିବା ପାଇଁ । ଆଉ ଏଥର ୧୦ ପଇସା ଲେଖାଏଁ ପ୍ରତିଦିନ ଦେବ ତା ପସନ୍ଦର ଜିନିଷ କିଣି ଖାଇବା ପାଇଁ ।"

      ରାଜୁ ଚମକି ପଡିଲା । ପଣିକିଆ ଭୁଲ କଲେ ଦାନ୍ତକାଠିରେ ମାଡ଼ ମାରୁଥିବା ତା' ବାପା ସତରେ କେତେ ଭଲ !


Rate this content
Log in

Similar oriya story from Inspirational