Manoj Dalbehera

Others

4.8  

Manoj Dalbehera

Others

ପୁନଶ୍ଚ କରୋନା

ପୁନଶ୍ଚ କରୋନା

1 min
326


ହସପିଟାଲ୍ ନିକଟରେ ମି. ରାୟଙ୍କ ସହ ସାମ୍ନା ସାମ୍ନି ହେଲା କରୋନାର । 

      - ଆରେ ଆପଣ ମି. ରାୟ ନା ? ଗଲା ବର୍ଷ ଲୋକ୍ ଡାଉନ ସମୟରେ ମାସ୍କ କିଣା ଦୁର୍ନୀତିରେ ସସପେଣ୍ଡ ହୋଇଥିଲେ ? ମି. ରାୟ ଫେରି ଅନାଇଲେ ।

       - ଏବେ ପୁଣି ଏଠାରେ ଯେ ?

       - କାହିଁକି ତୁ ଯେବେ ଡବଲ୍ ମ୍ୟୁଟାଣ୍ଟ, ଟ୍ରିପଲ୍ ମ୍ୟୁଟାଣ୍ଟ ରୂପ ନେଇ ବାରମ୍ବାର ଆସି ପାରୁଛୁ ମୁଁ ସେମିତି ନୂଆ ରୂପ ନେଇ ଆସି ପାରିବିନି ନା କ'ଣ ? ସେତେବେଳେ ମାସ୍କ ଦାୟିତ୍ୱରେ ଥିଲି । ଏବେ ମୁଁ ଅକ୍ସିଜେନ ଯୋଗାଣ ଦାୟିତ୍ଵରେ ବୁଝିଲୁ । 

       - ଗୋଟିଏ ସିକ୍ରେଟ୍ ଜାଣୁ ? ମି. ରାୟ ନାକ ଉପରେ ମାସ୍କକୁ ସଜାଡି ନେଉ ନେଉ କହିଲେ ।

       - କ'ଣ ? 

       - ତୁ ଯେତେଥର ଆସୁଥିବୁ ମୋ ପକେଟ ସେତେ ଗରମ ହେଉଥିବ ।

       ଚମକି ପଡିଲା କରୋନା । କେଡେ ଭୟଙ୍କର ଏ ମଣିଷଗୁଡାକ !


Rate this content
Log in