Manoj Dalbehera

Tragedy

3.5  

Manoj Dalbehera

Tragedy

ଧର୍ମକୁ ଆଖି ଠାର

ଧର୍ମକୁ ଆଖି ଠାର

1 min
96


ବ୍ୟସ୍ତ ହୋଇ ସ୍ଵଦେଶ କଲେଜ ପରିସରରେ ପ୍ରବେଶ କଲା, "ପ୍ରିନସିପାଲ୍ ସାର କେଉଁଠି ଅଛନ୍ତି ?" ଜଣେ ପିଅନକୁ ପଚାରିଲା । 

       - ପ୍ରିନସିପାଲ୍ ସାର୍ ଏବେ ଗୋଟିଏ ପୁସ୍ତକ ଉନ୍ମୋଚନ ଉତ୍ସବରେ ।    

       ବ୍ୟସ୍ତ ବିବ୍ରତ ଅବସ୍ଥାରେ ସେ ଦିଗକୁ ଧାଇଁଲା ସେ । ତାଙ୍କ କଲେଜର ଇତିହାସ ବିଭାଗର ଅଧ୍ୟାପକ ମହାପାତ୍ର ସାର୍ ଏବେ କୋଭିଡ଼ ଆକ୍ରାନ୍ତ ହୋଇ ଭୁବନେଶ୍ଵରର କେଉଁ ଏକ ବେସରକାରୀ ଡାକ୍ତରଖାନାରେ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ । ଏଣେ ସ୍ତ୍ରୀ ମଧ୍ୟ ଆକ୍ରାନ୍ତ ହୋଇ ଗୃହରେ ରହି ଚିକିତ୍ସିତ ହେଉଛନ୍ତି । ଏ ଅବସ୍ଥାରେ ଏକମାତ୍ର ନାବାଳିକା ଝିଅ ଦିନରାତି କେବଳ କାନ୍ଦୁଛି । ସେମାନଙ୍କୁ ଏ ସମୟରେ ସହଯୋଗ ନକଲେ ..... । ଏ କଥା ଜଣାଇବାକୁ ପଡିବ ଅଧ୍ୟକ୍ଷଙ୍କୁ ।

       ଏ କ'ଣ ? ସେ କ'ଣ ଦେଖୁଛି ? ଭିତରର ଦୃଶ୍ୟ ଦେଖି ଚମକି ପଡିଲା ସ୍ଵଦେଶ । କୋଭିଡ଼ କଟକଣାକୁ ଥୁଃ କରି ଅତିଥିମାନଙ୍କ ଗହଣରେ ଚାଲିଛି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ । ସାଙ୍ଗରେ ଅଛନ୍ତି ସ୍ଥାନୀୟ ବିଶ୍ଵବିଦ୍ୟାଳୟର କୁଳପତି ତଥା ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ । ଖବରକାଗଜରେ ପ୍ରକାଶନାର୍ଥେ ଉଠାଚାଲିଛି ଗୋଟିଏ ପରେ ଗୋଟିଏ ଫଟୋ ।

       ସ୍ଵଦେଶର ମଥା ବୁଲାଇଦେଲା । ତଳେ ପଡି ଯାଉଯାଉ କୌଣସି ମତେ କାନ୍ଥକୁ ଧରି ବସି ପଡିଲା । ପାଟିରୁ ସତ୍ଵପ୍ରବୃତ୍ତ ଭାବରେ ବାହାରି ଆସିଲା, "ହେ ଭଗବାନ !"


Rate this content
Log in

Similar oriya story from Tragedy