ବାରିକ
ବାରିକ
ମୁଁ କଲେଜ ପଢିବା ସମୟରେ ଟଂକିକିଆ ଦାଢିକଟା ଯୁଗରେ ନିଜର ଦାଢି କାଟିବା ଆରଂବ କଲି ଭରତ୍
ସେଲୁନ୍ରେ । ମୋର କ୍ଲାସ୍ମେଟ୍, ବିଶେଷତଃ ହଷ୍ଟେଲ୍ ମେଟ୍ ମାନେ ମଧ୍ୟ ସେହି ସେଲୁନ୍ରେ ଦାଢି କାଟିବା
ଆରଂଭ କଲେ । ଦିନ ଗଡିବା ସହିତ ଦାଢିକଟାର ଦାମ୍ ମଧ୍ୟ ପାଟୀଗଣିତ ପରିବର୍ତେ ଜୀଜଗାଣିତିକ ସୁତ୍ରେ ବଢି
ଚାଲିଲା । ୧ ରୁ ୨, ୨ ରୁ ୫, ୫ ରୁ ୧୦, ୧୦ ରୁ ୨୦ ଓ ଏବେ ପାଖାପାଖି ୩୦ ବର୍ଷ ପରେ ଦାଢିକଟାର ଦାମ୍
ପହଂଚିଛି ୩୦ ଟଂକାରେ । ଏବେ ମୁଁ ସରକାରୀ ଚାକିରୀ କରିବାର ୨୩ ବର୍ଷ ପରେ ମଧ୍ୟ ସେଲୁନ୍ରେ ନ ହେଲେ
ଘରେ ସପ୍ତାହକୁ ଦୁଇଥର ଦାଢି କାଟୁଅଛି । ଯଦିଓ ମୋର ବାହାଘର ସମୟରେ ଶ୍ୱଶୁରାଳୟ ତରଫରୁ ସୁଟ୍ ବ୍ଲଟ୍
ସହ ସେଭିଂ ସେଟ୍ ଟିଏ ମିଳିଥିଲା- ମୁଁ ତାକୁ ବ୍ୟବହାର ନ କରି ମୋର ଭିଣୋଇଂକୁ ଦେଇଦେଲି ଯେପରିକି
ଇଲେକ୍ଟ୍ରିକ୍ ଆଇରନ୍ ଘରେ ଥାଇ ମଧ୍ୟ ମୁଁ ମୋ ସାର୍ଟ ପ୍ୟାଟ୍ ପ୍ରେସ୍ କରିବା ପାଇଁ ଦିଏ ଲକ୍ଷ୍ନୌରେ । କାରଣ ମୋର
ନୀତି ହଲେ- ସରକାର ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରଂତୁ ବା ନାହିଁ, ମୁଁ କମ୍ ସେ କମ୍ ଧୋବା, ବାରିକ,
ଇଲେକ୍ଟ୍ରିସିଆନ୍, ଟି.ଭି ଓ ଏ.ସି ମେକାନିଜ୍, ବାଡି ବଗିଚା ସଫା କରିବା ବାହାନାରେ କେଇଟି ପ୍ରଫେସେନାଲ୍
ବ୍ୟକ୍ତିକର ଆୟ ବଢାଇବି ।
ମୁଁ ବାହାଘର ପର୍ଯ୍ୟତ ନିଶ ରଖୁଥିଲି । ଦିନେ ଆମ ସାହିର ମୋ ପାରମାନେଟ ବାରିକ ଶଂକର
ସେଲୁନ୍କୁ ଯାଇଥୁଲି ବାଳ ଦାଢି କାଟି କଲର୍ କରିବା ପାଇଁ । ଶଂକରର ହାତ ବହୁତ ସାଫ୍, ସହକେ ଭୁଲ୍ କରେ
ନି । କିଂତୁ ସେ ଦିନ ଦାଢି କାଟୁ କାଟୁ ମୋର ସଯବର୍ଣିତ ଓ ସାଇଜ୍ଵକରା ନିଶର ଫାଳେ କାଟି ପକାଇଲା । ତା
ପରେ ତାର ଭୁଲ ସ୍ୱୀକାର କରି ତା’ର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ତତ୍କ୍ଷଣାତ୍ ଗୋଟିଏ ପ୍ରସ୍ତାବ ଦେଲା – “
ଦାଦା ! ତୁମର ବାଳ ସହିତ ନିଶ ଓ ଦାଢି ବି ଟିକିଏ ପାଚି ବସିଲାଣି । ନିଶକୁ କଳା କରିବା ପରିବର୍ତେ ପୁର
ଉଡାଇ ଦେଲେ ହୁଅଂତା ନି ? ତା’ର ପ୍ରତ୍ୟୁତ୍ପନ୍ନମତିତ୍ବରେ ଗଦ ଗଦ ହୋଇ ମୁଁ ସମ୍ମତି ଦେଲି ବାଧବାଧକତାରେ,
କାରଣ ଶୋଲେ ଫିଲ୍ମର ଅସ୍ଠାନି ପରି ମୁଁ ଅନ୍ଧନିଶୁକ ହେବାକୁ ଚାହୁଁ ନ ଥିଲି ।
ବାସ୍ ! ସେଇ ଦିନ ଠୁ ଆଜି ପର୍ଯ୍ୟତ ମୁଁ କ୍ଲିନ ସେଭ୍ଡ । ବାରବାର ଶଂକର ସେଲୁନ ଯିବା ପରେ ତା’
ସହିତ ଏକ ଆତ୍ମୀୟତାର ବାବ ଆସିଗଲା । ତା’ ବାହାଘର ସମୟରେ ତାକୁ ଦୁଇ ହଜାର ଟଂକା ହାତ ଉଧାରି
ଦେଇଥଲି । ତା ପରବର୍ଷ ତାର ପୁଅ ହେବା ସମୟରେ ପୁଣି ଦୁଇ ହଜାର । ତା’ ପରେ ମୋବାଇଲ୍ ଫୋନ
କିଣାବା ସମୟରେ ହଜାରେ । ଏଣୁ ସବୁ ବାଦ୍ ନୂଆଁଖାଇ ଓ ଦଶହରା ଖର୍ଚ୍ଚ, ଯାହାକି ମୁଁ ଧୋବା ଓ
ଇଲେକ୍ଟ୍ରିସିଆନ୍ କୁ ମଧ୍ୟ ଦିଏ ମୋ ୱର୍ଗତା ମାଁ ଆରଂଭ କରିଥିବା ପରଂପରକୁ ଆଗେଇ ନେବା ପାଇଁ ।
ଆଜିକୁ ତିନି ବର୍ଷ ହେଲା ମୁଁ ଅସ୍ଥି ରୋଗରେ ପୀଡିତ, ସୁତରାଂ ବିନା ସହାୟତାରେ ଚଲାବୁଲା କରିବା
ସମୟରେ ମୁଁ ଅସହ୍ୟ ପୀଡା ପାଏ । ଯଦିଓ ଡାକ୍ତର ପରାମର୍ଶ କରି ମୁଁ ନିୟମତି ଔଷଧ ସେବନ କରୁଅଛି, ତଥାପି
ନିର୍ବିଘ୍ନରେ ଚାଲିବା ମୋ ପାଇଁ କାଠିକର ପାଠ । ତା ବାଦ୍ ମୋ ଅଶୀତୀପର ହୃଦ୍ରୋଗୀ ବାପା ମଧ୍ୟ ଆଉ ଘରୁ
ବାହାରକୁ ଯିବା ପାଇଁ ଅସମର୍ଥ । ଏଥିପାଇଁ ମୁଁ ମୋର ସମସ୍ତ ସେବାକାରି ମାନଂକୁ କହିଛି, ମୋ ଫୋନ କଲ୍
ପାଇବା ମାତ୍ରେ ଘରକୁ ଆସି ମୋର କା କରିଦେବା ପାଇଁ ।ମୋର ସବୁଠାରୁ ବଡ ଓ ପ୍ରିୟା ସେବାକାରି ହେଲା ଶଂକର । ଆଜିକୁ ତିନିବର୍ଷ ହେଲା ସେ ନିୟମି
ବ୍ୟବଧାନରେ ଘରୁକୁ ଆସି ମୋଇ ଓ ବାସକର ବାଳ ଦାଢି କାଟୁଛି । ମାସକ ଥରେ ମୋ ବାଳ ଜଲଭ୍ କରି
ଦେଇଛି ।
ବାଲିକ ମାନେ ବହୁତ ବାକ୍ୟାଳାପପ୍ରିୟ । ତେଣୁ ଶଂକର ଆସିଲେ ତା’ ଘରର ଭଲ ମଂଦ ସହିତ ପଢାର–
ଏପରିକି ସହରରେ ଘଟୁଥିବା ବ୍ରେକିଂ ନିଉଜ୍ ମୋତେ ପରମ ଆଗ୍ରହରେ ଶୁଣାଇଥାଏ , ସେ ଆସିଲେ ମୋ
ଫୋନ୍ର ଗୀତ ତାକୁ ଶୁଣାଏ । ପୁରୁଣା ହିଂଦୀ ଓ ଓଡିଆ ଚଳଚିତ୍ରର ଗୀତ ଶୁଣିଶୁଣି ସେ ତା’ କାମ କରେ । ମୋ
ସ୍ତ୍ରୀ ମଦ୍ ମଝି ମଝିରେ ତାକୁ ଚା’ ରେ ଆପ୍ୟାସ୍ଥିତ କରଂତି ।
ଏଇ ମାସେ ତଳେ ଶଂକରର ପୁରୁଣା ସେକେଡ ହ୍ୟାଜ ସ୍କୁଟଇଟି ଖରାପ ହୋଇଗଲା , ସେ ଦିନେ ଦାଢି
କାଟିବା ସମୟରେ ମୋତେ କାକୁତି ବିନତି ହୋଇ କହିଲା- “ ଦାଦା” ମୋତେ ପାଂଚହଜାର ଟଂକା ଦେଇଥାଅ,
ମୁଁ ଗୋଟିଏ ସେକେଡ ହ୍ୟାତ ମଟର ସାଇକେଲ୍ର ସଂଧାନ ପାଇଛି, ତାକୁ କିଣିବି । ଆଉ ମାସେ ଭିତରେ ତୁମର
ଟଂକା ଶୁଝିଦେବି ।
ମୁଁ ଟଂକା ଦେଲି । ସେଇ ଦିନୁ ଶଂକର ମୋର ଆଉ ଟିକିଏ ନିକଟତର ହୋଇଗଲା । ମୁଁ ନ ପଚାରିଲେ ବି
ସେ ତାର ଏକତ ଗୋପନୀୟ କଥାମାନ ମଧ୍ୟ ମୋ ସାମ୍ନାରେ ବଖାଣିଲା ।
ଏ ପଟେ ମୋ ସ୍ତ୍ରୀ ତ ଦାୟ ଓ କରୁଣାର ପ୍ରତିମୂର୍ତି । ସେ କହିଲେ, ତୁମର ପୁରୁଣା ପ୍ୟାଟ୍ ସାର୍ଟ ଗୁଡାକ
ଖାଲି ଆଲମିରାର ଜାଗା ବୋହିଛି - ଏ ସବୁକୁ ଶଂକରକୁ ଦେଇ ଦିଅ ।
ତା ପଇବର୍ତି ପାଳ ଶଂକର ଆସିବା ମାତ୍ରେ ମୁଁ ତାକୁ ପଚାରିଲି- ମୋର ପୁରୁଣା ସାର୍ଟ ପ୍ୟାଟ୍ ଫିଧୃବ କି ?
ପଇମ ଆନଂଦର ସେ ସମ୍ମତି ଦେବାରୁ ମୁଁ ଚାରିଟା ପ୍ୟାଟ୍ ଓ ୧୦ ଟି ହାଫ୍ ସାର୍ଟ ତାକୁ ଦେଲି
ପରବର୍ତୀ ପାଳିରେ ଶଂକର ମୋ ପ୍ରଦତ୍ ପ୍ୟାଟ ସାର୍ଟି ଫିସ୍ ଆସିଲା । କହିଲା “ଦାଦା” ! ଟେଲର୍
ପାଖରେ ସବୁଗୁଡାକୁ ମୋ ମାପରେ ସାଇକ୍ କଲି ଓ ଆଜି ଠୁଁ ଶୁଭାରଂଭ । ଏକ ଅଜଣା ଆତ୍ମସଂତୋଷରେ
ଭରିଗଲା ମୋର ମନ ।
ଆଜି ଶଂକର ଆସିଥିଲା । ତାକୁ ଚା’ ଦେବାରୁ ସେ ମନା କଲା । ପଚାରିବାରୁ କହିଲା- ଦାଦା ମୋର
ଡାଇବେଟିସ୍ ବାହାରିଛି- ଫାଣ୍ଟିଂ ୨୪୦ ଓ ପି.ପି.ବି.ଏସ୍- ୩୬୦ । ଡାକ୍ତର ପରାମର୍ଶ କରି ଔଷଧ ଖାଉଛି ଏବଂ
ସେଥିପାଇଁ ଚା’ ଓ ଅନ୍ୟାନ୍ୟ ମିଠା ଜିନିଷ ମଳା ।
ମୁଁ ଦୁଃଖଭରା କଣ୍ଠରେ କହିଲି - ତୁମ ପାଇଁ ବିନା ଚିନି ଚା’ ଟିକେ କରିଦେବେ କି ? ନମ୍ରତାର ସହ ଶଂକର
ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ।
ତା ପରେ କହିଲା - “ଦାଦା” ! ତୁମର ପଇସା ମୁଁ ଏବେ ଦେଇ ପାରିବିନି । ଫେବୃଆରୀରେ ମୋର
ଗୋଟିଏ ସାହାର ପଲିସି ମେନ୍ୟୁର ହେବ ।
ସାହାରା କଥା ଶୁଣି ମୋର ଛାତିରେ ଛନକା ପଶିଲା କାରଣ ଗତ କାଲି ସାହାର ଇଣ୍ଡିଆରେ ଟଂକା କମା
କରିଥିବା ଓ ମ୍ୟାଚୁରିଟି ପରେ ଜମାରାଶି ପାଇ ନ ଥିବାର ପାଖାପାଖି ୫୦ ଜଣ ହିତାଧ୍ଵକାରକ ଅଭିଯୋଗପତ୍ର
ସଂବଳିତ ଏକ ଫାଇଲ ମୁଁ ପୁଟଅପ୍ କରିଅଛି ।
ମୁଁ ନ ଜାଣିବା ପରି ଶଂକରକୁ କହିଲି- “ ଆରେ ବାବୁ ! ତୁମର ମ୍ୟାଚୁରିଟି ଅର୍ଥ ନ ଫେରେଇଲେ ତୁମେ
କଣ କରିବ ?
ମୋର ଏ ଗୁଗ୍ଲୀରେ ବୋଲ୍ଡ଼ ହେବା ପରିବର୍ତେ ଅବିଚଳିତ କଂଠରେ ଶଂକର କହିଲା- ଦାଦା ! ଘରର
ଛୁଆପିଲାକ ମେଡକାଲ ଖର୍ଚ୍ଚ ମଝି ମଝିରେ ପଢିଯାଉଥିବାରୁ ମୁଁ ଏ ଯାବତ୍ ତୁମର ସାତ ବର୍ଷ ତଳର ସହାୟତା
ରାଶି ବି ଫେରଇ ପାରିନି । ତା’ ପରେ ପୁଣି ଗାଡି କିଣା ଖର୍ଚ୍ଚ । ମୁଁ କଥା ଦେଉଛି- ଯଦି ସାହାରରୁ ମୋର ଜମା
ଅର୍ଥ ନ ପାଇବି- ତେବେ ସାରା ଜୀବନ ବିନା ପଇସାର ମୁଁ ଏଇମିତି ଆସି ତୁମର କାମ କରି ଚାଲିବି । ତୁମର
ମନକୁ ଆସିଲେ ତୁମେ କେବେ କେବେ ପଚାଶ ଶହେ ଦେବ, ନ ହେଲେ ବି ମୁଁ ଦୁଃଷ୍କୃତ ହବିନି । କିଂତୁ ଆଜି ଠୁ
ତୁମ ଘରକୁ ଆସିଲେ ବିନା ଚିନି ଚା’ କପେ ପିଇ ମୁଁ ତୁମର କାମ କରୁଥିବି ।
ମୋର ଛାତି ଭିତରଟା କରତି ହୋଇଗଲା
। ଏମିତି ସ୍ଵାଭିମାନଭରା କଥା କେଇ ପଦ ମୋ’ର ହୃଦୟକୁ
ଭେଦି ଗଲା । ଆଜିର ଏ ମତଲବୀ ଯୁଗରେ ବି ଏମିତି ବିବେକଦଂତ ଲୋକ କେଇଟି ଅଛତି - ଯାଆଂକ ବଳରେ
ନିତି ସୂର୍ଯ୍ୟ ଚଂଦ୍ର ଚଳାଚଳ କରୁଛତି - ଆଉ ଏକ ସ୍ଵଳ୍ପ ଆୟକାରୀ ବର୍ଗକ ଭିତରୁ ଅନେକ ମଦ ଗଂଜେଇରେ
ସେମାନଂକ ଉପାର୍ଜିତ ଅର୍ଥର ସିଂହ ଭାଗ ଉଡେଇ ଦେଉଥିବା ବେଳେ ଶଂକର ପରି ଆଲୋକ ବର୍ତିକା ଯେ
ବତୀଘରର କାମ କରୁଛି ତାହା ନିଃସଂଦେହରେ ସ୍ଵୀକାର୍ଯ୍ୟ । ସ୍ୱାର୍ଥ ଓ ଭୋଗ ସର୍ବସ୍ଵ ଦୁନିଆଁରେ ଯଦି କେଉଁ
ରାମଚଂଦ୍ର ପାପୀବିନାଶ ପାଇଁ ସେତୁଙଧ ବାଂଧୁବା ପାଇଁ ଆଗେଇ ଆସିବେ ତେବେ ଶଂକର ପରି ଗୁଣ୍ଡୁଚି କେଇ
ଜଣ ଯେ ଅଯାଚତି ବାବେ – ସ୍ୱତଃସ୍ଫୁର୍ତ ହୋଇ ସେଥିରେ ସାହାଯ୍ୟ କରିବେ- ଏହା ସ୍ଥିରନିଶ୍ଚିତ ।
ମୁଁ ସେ ଦିନ ରାତ୍ରିରେ ଗହନ ପ୍ରହର ପର୍ଯ୍ୟତ ଏ ବିଷୟରେ ଚିଂତା କଲି ଓ ପରିଶେଷରେ ଏଇ ସିଦ୍ଧାତରେ
ପହଂଚିଲି- ଆସଂତା ନବ ବର୍ଷ ଦିନ ଶଂକରକୁ ଋଣ ଛାଡ ଉପହାର ଦେବି । କମ୍ ସେ କମ୍ ମୁଁ ହୃଦୟ ଦଂଶନ ରୁ
ଭକ୍ଷା ପାଇବି ଓ ମୋ କ୍ରମଶଃ ମରିଯାଉଥିବା ବିବେକଟି ନବସଂଜୀବନୀର କୌମୁଦୀ ସୌରଭରେ ମହକାଂ ଦେବ
ମୋ ଘଇଅଲଣା । ସଂପର୍କର ସୃଜନଶୀଳତାରେ ସୃଷ୍ଟି ହେବ ଏକ ନୂତନ ଦିଗଂତ ।