Sanjya Tripathy

Abstract

4  

Sanjya Tripathy

Abstract

ସଂପର୍କ

ସଂପର୍କ

3 mins
207



ଦେବାଶିର ଘର କଟକ ଜିଲ୍ଲାର ଗୋଟିଏ ଅଖ୍ୟାତ ପଲ୍ଲୀରେ । ସେ ସ୍ମୃତିରେ ସଫ୍ଟୱେର ଇଂଜିନିୟର । କନା ପ୍ରଭାବିତ ଲଳଜାଇନ୍ ସମୟରେ ସେ ଡାଇଦ୍ରାବାଦରେ ଗୋଟିଏ କଂପାନୀରେ କାର୍ଯ୍ୟରତ ଥିଲା । ଲକଳାଳନ ଯୋଗୁଁ ତାକୁ ଘରୁ କାମ (ସ୍ଵାଇଁ ଫୁମ ହୋମ) କରିବାର ଅନୁମତି ମିଳିଲା । ସେ ସମୟରେ ରେଳ ସେବା ବ୍ୟାହତ ଥିବାରୁ ସେ ନିଜ କାରରେ ରାଜପଥରେ ଆସି କଟକରେ

ପହଂଚିଲା ଓ ଗୋଟିଏ ସରକାରୀ ସ୍ବୀକୃତିପ୍ରାପ୍ତ ହୋଟେଲରେ ସଂଗରୋଧରେ ରହିଲା । ସଂଗରୋଧ ଅବଧୂ ଶେଷ ହେବା ପରେ ତାର ସୁବ୍ ଟେଷ୍ଟ କରାଗଲା ସେଇଥିରେ ରିପୋର୍ଟ ନେଗେଟିଭ୍ ଆସିଲା ।

ଏହା ପରେ ମହାଲକାନରେ ସେ ଆସି ତା ଗାଁ ସୀମାରେ ପହଂଚିଲା । ସେଇଠି ଦ୍ବାରପାଳ ଭଳି ଜଗି ରହିଥିଲେ କେଇ ଜଣ ଗ୍ରାମବାସୀ । ଦେବାଶିଷ ସେମାନଙ୍କୁ ଡାଉ କାହାଣୀ ଶୁଣେଇକା ଓ ନିଜ ଘରକୁ ଯିବା ପାଇଁ ପାଦ ବଢ଼େଇଲା । କିନ୍ତୁ ଯମଦୂତ ଭଳି ତା ବାଟ

ଓଙ୍ଗଳିଲେ ଓ ଗାଁକୁ ଯିବାକୁ ଦେବୁ ନି ବୋଲି କହିଲେ । ଦେବାଶିଷ ଯେତେ କାକୁତି ବିନତି କଲେ ମଧ୍ୟ ସବୁ ପାଣିର ଗାର । ତା ପରେ ଅନନୋପାୟ ହୋଇ ଦେବାଶିଷ କହିଲା- ଅତତଃ ମୋ ଘର ଲୋକଂକୁ ଖବର ଦେଇଦିଅ ସେମାନଙ୍କ ସହ ଦେଖା କରି ମୁଁ ତା ପରେ ଦେବାଶିଷ ଆସି ତା କାରରେ ବସିଲା ନିଜ ଘର ଲୋକଂକ ବାଟ ଚାହିଁ । ଘଂଟା ପରେ ଫଟା ବିତିଗଲା- ସକାଳ ଯାଇ

ସଂଧ୍ୟା ହେଲା । ବାଧ୍ୟ ହୋଇ ଦେବାଶିଷ ତା କାର ଭିତରେ ଶୋଇ ରହି ରାତିଟି ବିତାଇଲା । ତା ପରଦିନ ସକାଳୁ ଉଠି ଦେବାଶିଷ ଦେଲା ଚୋଇଂକ ଭଳି ଲୁଚି ଲୁଚି ତା ବୁଢ଼ୀ ମା ଚାଲି ଚାଲି ଆସୁଛି । ସେ ପାଦ ବଢ଼ାଇଥିଲା, କି"ତୁ ମା କହିଲା- ଆଉ ଆଗାନାରେ ପୁଅ । ସେଇଠି ଥା । ତୋ ପାଖକୁ ଆସିଲେ ଗାଁ ଲୋକେ ଆମକୁ ଏକ ଘରକିଆ କରି ଦେବେ ବୋଲି କହିବାରୁ ଭୟରେ ଆମେ କେହି

ଆସୁନାଅଲୁ । କିନ୍ତୁ ମା ମନ କଣ ବୁଝିବ ? ସେଇଥ୍ ପାଇଁ ବଡି ଭୋରରୁ ଆସିଛି- କେହି ଯେମିତି ନ ଦେଖୁବେ । ଅଳପେଇଜା କି ଗୋଟା ଆସିଲା ଯେ ପୁଅକୁ ମାଠୁ, ଲାଇକୁ ଭାଇଠୁ ପରକରି ଦେଇଛି । ତୁ ଆଉ ଏଠି ରହନା । ତୋ କାମ ଜାଗାକୁ ଚାଲିଯା |

ମାଁ ମୁହଁକୁ ଏଇ କଥା ଦି ପଦ ଶୁଣି ଆପେ ଆପେ ଦେବାଶିଷର ଆଖୁରୁ ଲୁହ ଝରି ଆସିଲା । କେତକଭରା ମୁହଁ ଓ ବାଷ୍ପରୁଦ୍ଧ କଂଠରେ କହିଲା- ମା ତୁ ଘରକୁ ଫେରି ଯା । ପୁଣି ତୋତେ ଏଠି କିଏ ଦେଖିଲେ କେତେ କଥା ।

ମା ଯିବା ପଥକୁ କିଛି ସମୟ ଚାହିଁ ରହିଲା ଦେବାଶିଷ ଏଇ ଦି ଦିନର ତିକ୍ତ ଅନୁଭୂତିରେ ତା ହୃଦୟଟା ବିଷେଇ ଉଠିଛି ବ୍ୟବସ୍ଥା ଓ ସମାଜ ଉପରେ । ହେଲେ ସଂଘର୍ଷରୁ ସଂକ୍ରମିତ ହେଉଥିବା ଏହି ରୋଗ ଚାରିଆଡେ ଏମିତି କୋକୁଆ ଭୟ ଖେଳାଇ ଦେଇଛି ସେଇଠି ବିବରା ଗାଁ ଲୋକେ ବି କରିବେ କଣ ? ଆପେ ବଂଚିଲେ ବାପାର ନା ନ୍ୟାୟରେ ଘରପୁଅ ଘରକୁ ଫେରି ପାରୁନି । କୋବିନ୍ଦରେ ମୃତ ବ୍ୟକ୍ତିକୁ କାଂଧ ମିଳୁ ନାହିଁ । କୋବିଦ୍ ଯୋଦ୍ଧାକ ଶବ ଘଂଟା ଘଂଟା ଧରି ରାଜ ରାସ୍ତାରେ ପଡି ରହୁଛି ଏମିତି ନାନାଦି ଆଖି ଦେଖା ଘଟଣା ।

ଅଜ୍ଞତ୍ୟା ଦେବାଶିଷ ତା କର୍ମସ୍ଥଳୀ ଆଡେ ମୁହାଁଇଲା । ଫେରିବା ବାଟରେ ଅନେକ ପ୍ରକାରର ଚିତା ଓ ଭାବନା ତା ମୁଡରେ ଆସି ପିଟି ହେଇଥିଲା । ମହାମାରୀ ଛଡେଇ ମାନବିକତା । ଏ ପ୍ରସଂଗକୁ ସେ ଯେତେ ଭୁଲିବାକୁ ଚେଷ୍ଟା କଲେ ହେଁ ବେଳାଭୂମିର ଉଜାଣି ଢ଼େଉ ପରି ତାହା ଆସି ଦେବାଶିଷର ଉଭ ହୃଦୟ ଓ ମନକୁ ଏକ ତିକ୍ତ କଷାୟ ଅନୁଭୂତିରେ ଭରି ଦେଇଥିଲା । ପ୍ରିୟଜନଂକ ସହିତ ଏ ବିଚ୍ଛେଦ କ୍ଷଣସ୍ଥାୟୀ ନା ଚିରସ୍ଥାୟୀ- ସେ ବୁଝି ପାରୁ ନଥିଲା |

ଦେବାଶିଷ ମନସ୍ଥ କଲା- କରୋନାର ଅଂତ ନ ହେବା ପର୍ଯ୍ୟନ୍ତ ସେ ଆଉ ଘରକୁ ବାହୁଡିବ ନାହିଁ । ଏହି ସିଦ୍ଧାନ୍ତରେ ଉପନୀତ ହେବା ପରେ ତା ମନ କିଛିଟା ହାଲକା ଓ ଶରୀରଟା ବି ବେଶ ମୂର୍ତ୍ତି ହୋଇଗଲା । ସେ ପୁଣି ତା’କାମରେ ମନ ଲଗାଇଲା ।


Rate this content
Log in

Similar oriya story from Abstract