Satyabati Swain

Inspirational

4  

Satyabati Swain

Inspirational

ବିଡ଼ମ୍ବନା

ବିଡ଼ମ୍ବନା

4 mins
8


ମୋ ଭାଗ୍ୟର କି ବିଡ଼ମ୍ବନା ! ଅଚାନକ ଘଟୁଥିଲା ଅପ୍ରତ୍ୟାଶିତ କିଛି ଘଟଣା। ରୋଗୀଙ୍କ ସେବାରେ ମନୋନିବେଶ କଲା ପରେ ମିଳୁ ନଥିଲା ଶାନ୍ତି।


      ଥରେ ଜଣେ ଛଅଷଠି ବର୍ଷ ବୟସ୍କା ରୋଗୀଙ୍କ ସହ କଥା ହେଉ ହେଉ ଜାଣିଲି ସେ ବିଚାରିଟି ଅତି ଦୁସ୍ଥ ଜୀବନ ଜୀଉଁଛି।  ଥରେ ସେ ଭାବ ବିହ୍ଵଳ ହୋଇ କହୁ କହୁ କହି ଦେଲା ତା ଜୀବନ କାହାଣୀ।


     ମଦର ଟେରେସା ! ଆପଣ  ଭାଗ୍ୟବାନ ମଣିଷ ନା ସ୍ୱଦେହୀ ଭଗବାନ ?


ଏମିତି କାହିଁକି ?


         ବହୁ ଦିନରୁ ଚିକିତ୍ସିତ ହେଉଥିବା ମୋ ପାଖ ବେଡ୍ ରୋଗୀଟି କହୁଥିଲେ ଆପଣ ଏ ନର୍ସିଂହୋମ ମାଲିକଙ୍କର ମାଆ ଅଥଚ ନର୍ସଙ୍କ ପରି ଦିନରାତି ରୋଗୀଙ୍କ ସେବାରେ ଲାଗିଛନ୍ତି ! ଏହା କଣ କୌଣସି ସାଧାରଣ ମଣିଷ କରି ପାରେ ? ଆପଣଙ୍କ ସରଳ ସ୍ଵଭାବ, ମିଠା କଥା, ରୋଗୀଙ୍କ ପ୍ରତି ମମତା,ଯତ୍ନ , ଆପଣାର  ଭାବ କି ସୁନ୍ଦର ! ରୋଗୀ ଅଧା ଆପଣଙ୍କ ମହୁଗୋଳା କଥାରେ ଭଲ ହୋଇ ଯାଉଛନ୍ତି।ଆଶ୍ଚର୍ଯ୍ୟ ଲାଗୁଛଜି ଆପଣ ଛୁଆ ରୋଗୀ ସହ ଛୁଆ, ବୁଢା ସହ ବୁଢା, ଯୁବକ ଯୁବତୀ ସହ ଯୁବତୀ ଆଚରଣ କେମିତି କରି ପାରୁଛନ୍ତି ?


     ଏଥିରୁ କଣ ପ୍ରମାଣିତ ହେଉଛି ଯେ ମୁଁ ଭାଗ୍ୟବାନ କି ଭଗବାନ ? ଆପଣ ବି ତ କେତେ ଭଲ।


      ଭଲ ! ନା ନା ଭଲ ହୋଇଥିଲେ ଆଜି କଣ ଏପରି ନିଃସଙ୍ଗ,ଅସହାୟ ରୋଗିଣା ଜୀବନ ଜୀଉଁଥାନ୍ତି ? ନିହାତି ଖରାପ ,ନିଷ୍ଠୁର ,ନିର୍ଦ୍ଦୟ ହୃଦୟର ମଣିଷଟିଏ ମୁଁ।ମୋ କୃତକର୍ମ ପାଇଁ ଏବେ ମୁଁ ଦଣ୍ଡ ଭୋଗୁଛି। ରୂପ ଯୌବନ ଓ ପଦବୀ ବଳରେ ମୁଁ ଅନେକ ଝିଅଙ୍କୁ ଶଯ୍ୟା ସଙ୍ଗିନୀ କରିଛି। ଯାହାକି ଇଛିଛି ତା ସହ ମୋ କାମନାକୁ କଳେ ବଳେ କୌଶଳେ ତୃପ୍ତ କରିଛି। ମୁଁ ଜଣେ ନାମଜାଦା ଅଫିସର । ମୋ କଲମ ମୁନର ଗୋଟିଏ ଦସ୍ତଖତ ଜଣଙ୍କ ସୌଭାଗ୍ୟର ଭାଗ୍ୟ ଖୋଲି ପାରେ କିବା ବନ୍ଦ କରିପାରେ।ରୂପଟି ବି ସେମିତି ପାଇଥିଲି।କଲେଜ କ୍ୟାରିଅରରୁ ଅନେକ ଝିଅଙ୍କ ସହ ଖେଳିଛି। ମୁଁ ଏକ ଚରିତ୍ରହୀନ ଦୁର୍ନାମ ରଟୁଥିବା ପୁରୁଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏସବୁ ଗୁଣ ଜାଣି  କେହି ମୋର ସବୁଦିନ ପାଇଁ ଜୀବନ ସାଥୀ ହେବାକୁ ରାଜି ହେଲେ ନାହିଁ।ବାପା ମାଆଙ୍କ ହାଲେଣି ପଡିଲା ଯେ ପୁଅଟି ତାଙ୍କର କଣ ଅବିବାହିତ ହୋଇ ରହିଯିବ ! ଶେଷରେ ଖୋଜି ଖୋଜି ଧରିତ୍ରୀଙ୍କ ସହ ମୋର ବିବାହ ଯଥା ରୀତି ସମ୍ପନ୍ନ ହେଲା ଯିଏ  ଜଣେ ଅତି ସରଳ ଶିକ୍ଷିତ ଗରିବ ଗାଉଁଲି ଯୁବତୀ ଥିଲେ।


     ଭଲ ହେଲା ଆପଣଙ୍କୁ ଜଣେ ଉତ୍ତମ ଜୀବନ ସାଥି ମିଳିଗଲା।


      ଠିକ୍ ଯେ ମୋର କଦର୍ଯ୍ୟ ପ୍ରକୃତି କଣ ବଦଳିଲା ? ଧରିତ୍ରୀଙ୍କୁ ବାଧ୍ୟ କରିଦେଲି ପ୍ରାୟତଃ  ମୋ ସହ ସହବାସରେ ଲିପ୍ତ ରହିବାକୁ । ଯେଉଁଟା ଆଦୋୖ ପସନ୍ଦ ନ ଥିଲା ତାଙ୍କର । ମୋ ଅତ୍ୟାଚାର ଦିନୁ ଦିନୁ ତା ଉପରେ ବଢ଼ୁଥିଲା। ସେ ମୋର କଦର୍ଯ୍ୟ ପ୍ରକୃତିକୁ ଆଉ ସହ୍ୟ କରି ପାରିଲା ନାହିଁ। ମୋତେ ମସ୍ତିଷ୍କ ବିକୃତି ଆଖ୍ୟା ଦେଇ ସେ ଡିଭୋର୍ସ ନେଇଗଲେ ।


ଆପଣ କଣ ଏତେ କାମାତୁରା ଥିଲେ ?


      ମଦର ଟେରେସା !ଜଣେ ଯୁବକ ଆବଶ୍ୟକତାଠାରୁ ଅଧିକ ଯୋୖନ ସଂଭୋଗ ଇଛୁଥିଲା କାହିଁକି ଉତ୍ତର ଖୋଜୁଥିଲେ ହୁଏତ ସବୁ ସମସ୍ୟାର ସମାଧାନ ହୋଇ ଯାଇଥାନ୍ତା। ପ୍ରକୃତ ପକ୍ଷେ ପିଲାଦିନେ ମୋ ସହ ଘଟିଥିବା  ଏକ ଦୁଷ୍କର୍ମ ଘଟଣା ମୋତେ ଏପରି କରିଥିଲା। କାହାକୁ ଲଜ୍ୟା ବଶତଃ  କହି ପାରି ନଥିଲି କିନ୍ତୁ ନିଜ ଭିତରେ ମୁଁ ମାନସିକ ରୋଗର ଶିକାର ହୋଇ ସାରିଥିଲି। ମୋ ପିତାମାତା କିମ୍ବା ମୋ ପତ୍ନୀ ଏ ରୋଗର ନିଦାନ ଖୋଜିଥିଲେ ହୁଏତ ଗୋଟିଏ ଖୁସି ପରିବାର ମୋର ଥାଆନ୍ତା। କିନ୍ତୁ ଏମିତି କିଛି ହୋଇ ନଥିଲା। ଦିନୁ ଦିନୁ ମୁଁ ଅଧିକ ବଦରାଗି ଓ କାମାତୁରା ହୋଇ ଉଠୁଥିଲି।


      ଡିଭୋର୍ସ ପରେ ମୁଁ ପାଗଳ ପ୍ରାୟ ହେଲି।ଏହାର ସୁଯୋଗ ନେଇ  ଉର୍ମି ବର୍ମା ମୋ ଜୀବନରେ ଆସିଲେ। ସେ ଜଣେ ଟିଭି ସିରିଏଲ କଳାକାର ଥିଲେ। ହଜାରେ ପୁରୁଷଙ୍କ ସହ ସମ୍ପର୍କ ଥିଲା ତାଙ୍କର। ସେ ଏବଂ ତାଙ୍କ ବଏ ଫ୍ରେଣ୍ଡ୍ ମୋ ଅର୍ଥ ଏବଂ ମୋ ପଦବୀର ଅସତ ବ୍ୟବହାର କରି ଧନ କମେଇଁବା ପାଇଁ  ମୋତେ ମ୍ୟାରେଜ କରିଥିଲେ ବୋଲି ମୁଁ ଜାଣିଲା ବେଳକୁ ମୋ ପାଖରେ ଆଉ କିଛି ନଥିଲା। ପ୍ରାୟତଃ  ସ୍ଲିପିଂ ଟାଵଲେଟ ଦେଇ ଶୁଆଇ ତାଙ୍କ ରକ୍ଷିତ ସହ ମଜା ଲୁଟନ୍ତି।ଚାକିରୀ ସରିବାକୁ ଆଉ ଦୁଇ ବର୍ଷ ଥାଏ। ମୋ ଦ୍ୱାରା  ଅନୈତିକ ଉପାୟରେ ପୋଲ ତିଆରି କରିବା ପାଇଁ ଏକ ଫାଇଲ ଦସ୍ତଖତ କରି ତିରିଶ କୋଟି ଟଙ୍କା ଆତ୍ମସାତ କରିଦେଲେ।ସରକାରଙ୍କ ଅର୍ଥ ଆତ୍ମସାତ ଅପରାଧରେ ମୋତେ ଜେଲ୍ ହୋଇଗଲା।


ଜେଲ !


     ହଁ । ସେଇଠି ମୋର ଦେହ ଅସୁସ୍ଥ ହେଲା। ମାତ୍ରାଧିକ ଆଲ୍କୋହୋଲ ଏବଂ ସ୍ଲିପିଂ ଟାଵଲେଟ ନେଇ ନେଇ ମୋ ଦୁଇଟିଯାକ କିଡ଼ିନି  ନଷ୍ଟହୋଇ ଯାଇଛି। ଉର୍ମି ମୁଁ ଜେଲ ଗଲା ପରେ ମୋତେ ମୁକାଳିବା ଦୁରେ ଥାଉ ଥରଟିଏ ଦେଖା କରିବାକୁ ବି ଆସିଲେ ନାହିଁ। ଜଣେ ବନ୍ଧୁ ମୋତେ ଦୟା କରି ଦୁଇ ବର୍ଷ ପରେ ଜେଲରୁ ମୁଁକାଳିଲେ। ଜେଲରୁ ମୋ ନିଜ ଘରକୁ ଯାଇ ଦେଖିଲି ଉର୍ମି ତାଙ୍କ  ରକ୍ଷିତ ପୁରୁଷଙ୍କ  ସାଙ୍ଗରେ ଘର ସଂସାର କରି ମସ୍ତ ଜୀବନ ଜୀଉଁଛନ୍ତି। କୌଣସି ପ୍ରତିବାଦ ନ କରି "ସ୍ୱପ୍ନର ଘର " ଜରାଶ୍ରମରେ ରହିବାକୁ ଆସିଲି। ଷାଠିଏ ପୁରି ଯାଇଥିବାରୁ ଚାକିରି ନଥିଲା। ମୋ ଘରଟି ସ୍ୱପ୍ନର ଘର ଜରାଶ୍ରମ ନାଁରେ କରି ଦେଲି। ମୁଁ ଜାଣିଥିଲି ଯଦି ନିଜେ ମୋ ଘର ଦାବି କରିବି ତ ଉର୍ମି କେବେ ଛାଡିବ ନାହିଁ। ଯଦି ମହତ ଉଦ୍ଦେଶ୍ୟରେ ଏକ ଅନୁଷ୍ଠାନକୁ ଦାନ କରିଦେବି ତ ସେମାନେ ଆଇନ କାନୁନୁର ସାହାଯ୍ୟ ନେଇ ଯେମିତି ହେଲେ ଘରଟି ଅକ୍ତିଆର କରିବେ।ଶେଷରେ ସମସ୍ତ ଅବସର କାଳୀନ ଅର୍ଥ ଏବଂ ସମସ୍ତ ପେନସନ୍ ସେହି ଜରାଶ୍ରମନାଁ ରେ କରିଦେଇ ସେଠି ଆଜୀବନ ସଦସ୍ୟତା ଗ୍ରହଣ କରିନେଲି। ମୋ ଜୀବନ ଜରାଶ୍ରମ ପାଇଁ ଅମୂଲ୍ୟ। କାରଣ ପ୍ରତିମାସରେ ସତୁରୀ ହଜାର ଟଙ୍କା ପେନସନ ବାବଦରେ ଜରାଶ୍ରମର ଆୟ ହେଉଛି। ଏଣୁ ସେମାନେ ମୋ ସୁସ୍ଥତା ପାଇଁ ଖୁବ୍ ଯତ୍ନଶୀଳ।


      ଗୋଟିଏ କିଡିନୀ ମୋର ପ୍ରତ୍ୟା ରୋପଣ ହୋଇଥିଲେ ବି ବାରମ୍ବାର ଇଂଫେକ୍ସନ ହୋଇ ଠିକ୍ ରେ କାମ କରୁନି। ହୁଏତ ଆଉ ଦିନ କେଇଟା ମୁଁ ଏ ପୃଥିବୀର ବାସିନ୍ଦା।


ଆପଣ କଣ ନିଜ କୃତକର୍ମ ପାଇଁ ଅନୁତପ୍ତ ?


ନିଶ୍ଚିତ ମଦର ଟେରେସା। କିନ୍ତୁ ସେ ସମୟ ଆଉ କଣ ଫେରେଇ ଆଣି ପାରିବି ?


ପ୍ରଥମ ସ୍ତ୍ରୀ ଧରିତ୍ରୀ ଆପଣଙ୍କର ମନେ ପଡ଼ନ୍ତି ନାହିଁ ?


      ବହୁତ ମନେ ପଡ଼ନ୍ତି। ଏବେ ବି ମୋ ମନ ତାଙ୍କୁ ଖୋଜେ।ଇଚ୍ଛାହୁଏ ତାଙ୍କରି କୋଳରେ ମରନ୍ତି କି ? କିନ୍ତୁ ମୋ ଭାଗ୍ୟର "ବିଡ଼ମ୍ବନା।" ନିଜେ ତ ସୁନା ଝୁଣ୍ଟିଛି। କେବେ ଯଦି ଦେଖା ହେବ ଧରିତ୍ରୀକୁ କହିବେ, "ମୁଁ ତାକୁ ବହୁତ ଭଲ ପାଏ।"


Rate this content
Log in

Similar oriya story from Inspirational