Madhabi Patel

Tragedy

3  

Madhabi Patel

Tragedy

ଚିଠିପତ୍ର

ଚିଠିପତ୍ର

4 mins
312


ଆଜିକାଲି ତ ଇଣ୍ଟରନେଟ୍ର ଯୁଗ।କ୍ଷଣକେ ଏଠିକା ଖବର ଦୂର ଦୂରାନ୍ତ ଦେଶକୁ ପହଞ୍ଚି ଯାଉଛି।ଓ୍ବାାଟସ୍ଅପ୍ ମାଧ୍ୟମରେ ଚାଟିଙ୍ଗ କରିହେଉଛି ଓ ଭିଡିଓକଲ୍ ବି କରି ହେଉଛି।ହେଲେ ପୂର୍ବ କାଳରେ ଏମିତି ସୁବିଧା ନଥିଲା।ଚିଠି ଏକ ରେସମୀ କପଡାରେ ଲେଖା ଯାଉଥିଲା।ତାକୁ ଗୁଡେଇ ଜଉମୁଦ କରି ଦେଲେ ଜଣେ ଘୋଡାସବାରୀ ନେଇ ଠିକଣା ଜାଗାରେ ପହଞ୍ଚାଇ ଦେଉ ଥିଲା।ହେଲେ ଏ କାମ ବଡ ବିପଦ ପୁର୍ଣ୍ଣ ଥିଲା କେବେ ହିଂସ୍ର ଜନ୍ତୁଙ୍କ ହାବୁଡରେ ପଡିବାର ଡର ଥିଲା ତ କେବେ ଚୋର ଡକାୟତ ହାବୁଡରେ ପଡିଲେ ପ୍ରାଣ ଚାଲିଯାଉଥିଲା ଘୋଡା ସବାରୀର।ଚିଠି ପହଞ୍ଚି ପାରୁନଥିଲା ଠିକ ସମୟରେ।ବେଳେବେଳେ ଦରକାର ବେଳେ ଖବର ପହଞ୍ଚି ପାରୁନଥିଲା।କାମ ସରିଗଲାପରେ ଚିଠି ପହଞ୍ଚୁଥିଲା।

ପାରାମାନେ, ଚିଲମାନେ,ଓ ଶୁଆମାନେ ବି କେତେ ଜାଗାରେ ଚିଠି ନେବା ଆଣିବା କାମ କରୁଥିଲେ। ହେଲେ ଏ ଚିଠି ପହଞ୍ଚିବାର କିଛି ଗ୍ୟାରଣ୍ଟି ନଥିଲା।ପରେ ଡାକଘର ହେଲା।ଯାନ ବାହନ,ଟ୍ରେନ, ଉଡାଜାହାଜରେ ଚିଠି ଯିବା ଆସିବା କାମ ହେଲା।ଏହାଦ୍ବାରା କାମ ସହଜରେ ହୋଇ ପାରିଲା।

ଏବେ ଇଣ୍ଟରନେଟ୍ ଜରିଆରେ ଗୋଟେ ସେକେଣ୍ଡରେ ଖବର ପଠାଇ ହେଉଛି। ଅଫିସ କାଗଜପତ୍ର ହେଉ କି ନିଜସ୍ବ ହେଉ ନେଟ ଦ୍ବାରା ସୁବିଧାରେ ସମ୍ଭବ ହେଉଛି।ଖବର ଗୋପନ ବି ରହୁଛି। ଆଗେ ଚିଠିଟିଏ ପାଇବା ପାଇଁ ସମସ୍ତେ ଚାତକ ପରି ଅପେକ୍ଷାକରି ରହୁଥିଲେ।ଚିଠି ଭିତରେ ହସ ଲୁହର 

ଅନେକ କାହାଣୀ ଲୁଚି ରହିଥିଲା।ଆପଣା ପ୍ରିୟ ଲୋକର ଚିଠି ଖଣ୍ଡେ ମିଳିଲେ ଚିଠି ଛୁଉଁ ଛୁଉଁ ସେ ପ୍ରିୟ ଲୋକକୁ ଛୁଇଁବାର ଅନୁଭବ ହେଉଥିଲା।କିଏ ଚିଠିକୁ ଚୁମା ଦେଉଥିଲା ତ କିଏ ଛାତିରେ ଜାବୁଡି ଧରୁଥିଲା।ଆଖିରେ ଖୁସି ଆଉ ଲୁହର ଏକ ଫେଣ୍ଟାଫେଣ୍ଟି ଭାବ ଫୁଟି ଉଠୁଥିଲା।ଚିଠି ପଢୁ ପଢୁ ଖୁସିର ଲୁହ ଗଡି ଆସୁଥିଲା ତ କେବେ ବିରହର ଲୁହ ଗଡି ଆସୁଥିଲା।କୌଣସି ପ୍ରିୟ ଲୋକର ମୃତ୍ୟୁଖବର ଆସିଥିଲେ ଦୁଃଖ ଛାଇ ଯାଉଥିଲା। ଚିଠି ପ୍ରେମିକ ପ୍ରେମିକା ଙ୍କ ମିଳନର ମାଧ୍ୟମ ବନୁଥିଲା।ଜଣେ ଜଣକର ମନର ବେଦନାକୁ ଚିଠି ମାଧ୍ୟମରେ

ଅନ୍ୟ ପାଖରେ ପହଞ୍ଚାଇ ପାରୁଥିଲେ । ରାମଙ୍କର ପତ୍ରବାହକ ହୋଇ ହନୁମାନ ଲଙ୍କା ଯାଇଥିଲେ।ଯକ୍ଷ ମେଘକୁ ତାର ଖବର ବାହକ ବନେଇ ପ୍ରିୟା ପାଖକୁ ଖବର ପଠାଉଥିଲା।

କୌଶଲ୍ୟା ଓ ଯଶୋଦା ରାଣୀ ଶୁଆ ଶାରୀ ମାନଙ୍କୁ ନିଜର ମନ ବେଦନା ବଖାଣୁଥିଲେ।ପୁଅ ପାଖରେ ନିଜ ମନୋଦଶାକୁ ଜଣେଇବାରେ ସାହାଯ୍ୟ କର ବୋଲି ଅନୁରୋଧ କରୁଥିଲେ।ରାଧା କୃଷ୍ଣଙ୍କ ଖବର ବାହକ ହୋଇ ଦୂତିକା କାମ କରୁଥିଲା।ଉଦ୍ଧବ ବି ଥରେ କୃଷ୍ଣଙ୍କ ଚିଠି ଧରି ଗୋପପୁର ଆସିଥିଲା।

ଆମ ଦେଶର ବୀର ସୈନିକ ମାନେ ସୀମାରେ ଖରାବର୍ଷା ସହି ଦେଶରକ୍ଷା କରୁଥାନ୍ତି।ସବୁବେଳେ ଇଣ୍ଟରନେଟ ର ସୁବିଧା ନଥାଏ ସେଠି।ତେଣୁ ନିଜ ପରିବାର ଜନଙ୍କୁ ମନରକଥା ଚିଠି ରେ ଜଣେଇ ଥାନ୍ତି। କେବେ କେବେ ତ ଏ ଚିଠି ମରିବା ପରେ ପହଞ୍ଚି ଥାଏ। ଥରେ ଏମିତି ଚିଠି ଟିଏ ପହଞ୍ଚିଥିଲା ସୁନୟନା ପାଖକୁ।ସ୍ବାମୀ ସୀତାକାନ୍ତ ତାର ସୀମାନ୍ତରେ ସୈନିକ ରୂପେ କାମ କରୁଥିଲେ।ବିବାହର ଏକ ମାସ ପରେ ସେ ଚାଲିଆସିଥିଲେ କାର୍ଗିଲ ଯୁଦ୍ଧର ଖବର ପାଇ। ନିଜ ଦେଶମାଆର ସମ୍ମାନ ପାଇଁ ରଣାଙ୍ଗନରେ ଉତୁରିବାକୁ ପଡିଲା ତାଙ୍କୁ।ବଞ୍ଚିବା ମରିବାର ଗ୍ୟାରଣ୍ଟି ନ ଥିଲ।ଯୁଦ୍ଧକୁ ଯିବା ଆଗରୁ ସେ ନବବିବାହୀତା ପତ୍ନୀକୁ ଚିଠି ଖଣ୍ଡେ ଲେଖି ଯାଇ ଥିଲେ।

ପ୍ରାଣର ପ୍ରିୟା ମୋର, ମୋର ଅଶେଷ ଅଶେଷ ଭଲ ପାଇବା ଦେଉଛି।କେଜାଣି ଇଏ ମୋର ଶେଷ ଚିଠି ବି ହେଇଥାଇ ପାରେ।ମୁଁ ତୁମକୁ ମନଭରି ଗେଲ ବି କରିପାରିଲିନି ଆଉ ଯୁଦ୍ଧ ଡାକରାରେ ଚାଲି ଆସିଲି।ହେଲେ ତୁମେ ଜଣେ ବିରର ପତ୍ନୀ ଅଟ।ସେଥିପାଇଁ ଧୈର୍ଯ୍ୟବାନ ହେବା ଜରୁରୀ ତୁମପାଇଁ।ଆମ ମାନଙ୍କ ଜୀବନତ ଦେଶସେବା ପାଇଁ ଉତ୍ସର୍ଗିକୃତ।ପରିବାର ଆମ ପାଇଁ ପଛ ହୋଇଥାଏ।ହେଲେ ଆମେ ବି ତ ମଣିଷ ଟିଏ।ଆମ ଭିତରେ ବି ଭାବପ୍ରବଣତା ଭରି ରହିଛି।ଆମେ ବି ବିରହରେ ଜର୍ଜରିତ ହେଉ।ଆମ ଆଖିରେ ବି ବେଳେବେଳେ ଲୁହ ଜକେଇ ଆସେ।ପିଲାଙ୍କ ପାଇଁ ସ୍ଳେହ ଝରେ।ବାପା ମାଆଙ୍କ ସ୍ନେହମମତା ଆମକୁବି ଆବଶ୍ୟକ ପଡେ।କ୍ଷତର ପୀଡା ସହୁଥିଲା ବେଳେ ମାଆର ହାତ ଆଉଁଷା ଓ ବାପାଙ୍କ ଆଶ୍ବାସନା ର ଅଭାବ ଅନୁଭବ ହୁଏ।ଶୀତୁଆ ରାତିରେ ବର୍ଫିଲି ପାଗରେ ତୁମ ପ୍ରେମ ପରଶ ପାଇବାକୁ ଇଚ୍ଛା ହୁଏ ବହୁତ।

ତୁମ ଚିଠିରୁ ଜାଣିଲି ତୁମେ ମାଆ ହେବାକୁ ଯାଉଛ।

ତୁମ ପାଖରେ ଏତିକି ମିନତି ଯଦି କେବେ ମୁଁ ଏ ଦୁନିଆଁରୁ ବିଦାୟ ନିଏ ତୁମେ ଜମା କାନ୍ଦିବନି।ଏକ ବୀରପତ୍ନୀର କର୍ତ୍ତବ୍ୟ ନିଭାଇବ।ଆମ ସନ୍ତାନକୁ ଦୁଇଜଣକ ଭଲ ପାଇବା ଦେଇ ବଢାଇବ।ମୋପରି ବୀରଟିଏ କରି ଗଢିବ ତାକୁ।ସୈନିଖ ହେଉକି ଡାକ୍ତର ବା କୃଷକ ଦେଶ ମାଆର ସେବା କରିବ ସେ।ଦେଶାତ୍ମକ ଭାବନା ଭରିବ ତା ହୃଦୟରେ।ମୋ ବୃଦ୍ଧ ମାତାପିତାଙ୍କ ଦାୟିତ୍ବ ତୁମ ଉପରେ ଛାଡି ଯାଉଛି।ତାଙ୍କ ମନରେ କେବେ ଦୁଃଖ ଦେବନି।ତାଙ୍କର ବୋହୁ ନୁହେଁ ପୁଅ ବନିଯିବ। ଏଠିତ ଅବିରତ ଗୁଳି ଚାଳନା ଚାଲିଛି। କେବେ ଆମଦଳ ଭାରି ପଡୁଛୁ ତ କେବେ ବିପକ୍ଷୀମାନେ ଆମ ସାଥୀଙ୍କୁ ମାରି ଗଡାଉ ଛନ୍ତି।ତୁମ ପତି ବିର ଯୋଦ୍ଧାର କର୍ତ୍ତବ୍ୟ କରୁଛି।

ଅନେକ ଶତ୍ରୁସୈନ୍ୟକୁ ଧୂଳି ଚଟେଇ ସାରିଲାଣି।ଏବେ ଯଦି କାହା ଗୁଳିରେ ମୋର ପ୍ରାଣ ଚାଲିିଯାଏ ତାହେଲେ ଶହୀଦ ହୋଇ ରହିଯିବି ଦେଶବାସୀଙ୍କ ହୃଦୟରେ। ସେ ତ ମୋର ସୌଭାଗ୍ୟ ହେବ। ତୁମର ବୟସ ପଡିଛି।ଚାହିଁଲେ ଦ୍ବିତୀୟ ବିବାହ କରିନେବ।ମୋର ଆପତ୍ତି ନାହିଁ।ହେଲେ ମୋର ସନ୍ତାନକୁ ଅବହେଳା କରିବନି।ବାପାମାଆଙ୍କ ଧ୍ୟାନ ରଖୁଥିବ।

ଇତି ତୁମର ପ୍ରେମ କାଙ୍ଗାଳ ସୀତାକାନ୍ତ। ତାସାଙ୍ଗରେ ଆଉ ଏକ ଛୋଟ ଚିଠି ଥିଲା ଯାହା ରକ୍ତରେ ଲେଖା ଯାଇଥିଲା।

ପ୍ରିୟା ସୁନୟନା ତୋର ସେ ସୁନ୍ଦର ସନୁୟନ ଦେଖିବାକୁ ମୁଁ ଆଉ ଜୀବିତ ରହିବିନି।ମୋ ବକ୍ଷରେ ଶତ୍ରୁଗୁଳି ଗଳି ଯାଇଛି।ମୁ ବଡ ଭାଗ୍ୟବାନ ପୁଅ ଯାହାର ଜୀବନ ଦେଶ ମାଆର କାମରେ ଆସିଲା। ତୁମ ପାଇଁ କିନ୍ତୁ ମୁଁ ଦୋଷି ହୋଇଗଲି।କେବଳ ବିରହ ଓ ଦାୟିତ୍ବର ବୋଝ ଲଦି ଦେଇ ଯାଉଛି। ମତେ କ୍ଷମା କରିଦେବ ପ୍ରିୟା।ଅଳ୍ପ ବୟସରେ ବୈଧବ୍ୟର ଦୁଃଖ ଲଦି ଯାଉଛି।ହେଲେ ମୋ ଆତ୍ମା ସଦା ତୁମ ପାଖେ ପାଖେ ରହିବ।ତୁମ ଆଖ ପଖରେ ଥିବା ପବନରେ ଫୁଲର ସୁଗନ୍ଧ ହୋଇ ମୁଁ ଭାସି ବୁଲୁଥିବି। ଜୀବନ ଜଞ୍ଜାଳରେ ଝୁଣ୍ଟିପଡିଲେ ମୋର ହାତର ସ୍ପର୍ଶ ପାଇବ ତୁମେ।କେବେ ଅଧୈର୍ଯ୍ୟ ହେବନି?

ସାହସର ସହ ମୁକବିଲା କରିବ ପ୍ରତି ସମସ୍ୟାକୁ।

ଯାଉଛି ପ୍ରିୟା ବଡ କଷ୍ଟ ହେଉଛି । ନିଜ ରକ୍ତରେ ଏ ଚିଠି ଲେଖୁଛି ରଣକ୍ଷେତ୍ରରେ।ଏ ସୁନ୍ଦର ପୃଥିବୀକୁ ଛାଡି ଯିବାକୁ ମନ ହେଉନି।ଯଦିଓ ସ୍ବର୍ଗ ମତେ ଆପଣାଇବାକୁ ଅପେକ୍ଷା କରିଛି ହେଲେ ମୁଁ ମୋର ମରପୃଥିବୀରେ ସ୍ବର୍ଗକୁ ଅନୁଭବ କରୁଥିଲି।ତୁମ ମାନଙ୍କ ପରି ଆପଣାର ଲୋକ ମାନଙ୍କୁ ପାଇ ମୁଁ ବହୁ ଖୁସି ଥିଲି।ଏବେ ସେ ଦେବଲୋକରେ ମୋର ବାସ ହେଇଯିବ।ହେଲେ ତୁମେମାନେ ସମସ୍ତେ ମୋ ଦେଶବାସୀ ମୋ ହୃଦୟ ଭିତରେ ରହିବ ଚିର ଅମ୍ଲାନ ହୋଇ।ଜୟ ଭାରତ ମାତା।ଏତିକିରେ ରହୁଛି ପିୟା। ଛାତିରେ ବଡ ଯନ୍ତ୍ରଣା ଅନୁଭବ କରୁଛି।ବୋଧହୁଏ ଏବେ ପ୍ରାଣ ଚାଲିଯିବ।ଏଇ ମୋର ଶେଷଚିଠି।ଶେଷ ବିଦାୟ ପ୍ରିୟା।ତାପରେ ଲେଖା ବନ୍ଦ ହାେଇ ଯାଇଥିଲା। ଚିଠି ଦୁଇଟି ତାଙ୍କ ସାଙ୍ଗମାନେ ଏକ ଲଫାପାରେ ଭରି ସୁନୟନା ପାଖକୁ ପହଞ୍ଚାଇ ଦେଇଥିଲେ।ଏବେ ସେ ଚିଠି ହିଁ ତାର ଶେଷସମ୍ବଳ।ଏଇ ଚିଠିରେ ରହିଛି ତା ସ୍ବାମୀର ରକ୍ତର ଦାଗ।ଅନେକ ଭଲ ପାଇବା ଓ ତାଙ୍କର ସ୍ପର୍ଶର ଅନୁଭବ।ସେ ଅମୂଲ୍ୟ ତା ପାଇଁ। ଚିଠିର ମହତ୍ବ ଜଣେ ବିରହୀ ଅନୁଭବୀ ହିଁ ବୁଝିପାରିବ।


Rate this content
Log in

Similar oriya story from Tragedy