Madhabi Patel

Inspirational

3  

Madhabi Patel

Inspirational

ଯୁଦ୍ଧ। ଦ୍ଵାଦଶ ଓ ଶେଷ ଭାଗ

ଯୁଦ୍ଧ। ଦ୍ଵାଦଶ ଓ ଶେଷ ଭାଗ

4 mins
146



ଆଗରୁ ପଢିଥିଲେ ମୁମ୍ବାଇରେ ଏକ ଫେସନ ସୋ ହେଉଥିଲା।ରାନୁ ଏ ସୋ ରେ ମଡେଲ ମାନେ ପିନ୍ଧିବା ପାଇଁ ଡ୍ରେସ ସବୁ ଡିଜାଇନ୍କରି ପ୍ରସ୍ତୁତ କରୁଥିଲା।ସମ୍ବଲପୁରୀ କପଡାରେ ବିଭିନ୍ନ ଡିଜାଇନ୍ କରି ଅତି ସୁନ୍ଦରଭାବେ ତିଆର କରୁଥିଲା ସବୁ।ରାଜା ଏ କାମରେ ପୂର୍ଣ ପ୍ରାଣରେ ସାହାଯ୍ୟ କରୁଥିଲା ରାନୁକୁ।ରାଜା ରାନୁର ଉନ୍ନତି ଚାହୁଁଥିଲା।ତାର ସ୍ବତନ୍ତ୍ର ପରିଚୟ ଟେ ହେଉ ବୋଲି ତାର ଇଚ୍ଛା।ସେ ନିଜର ପାଓ୍ବାର ଓ ଟଙ୍କା ଲଗାଇ ରନୁକୁ ଉଠାଇବାର ପ୍ରଚେଷ୍ଟା କରୁଥିଲା।ମୁମ୍ବାଇରେ ରହିବାର ବ୍ୟବସ୍ଥା କରିଦେଇଥିଲା।ଟ୍ରେନ ଟିକେଟ କରି ସାରିଥିଲା।ଏ ଭିତରେ ରାନୁର ଜନ୍ମଦିନ ପଡିଲା।ରାନୁର ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇ ସବୁଠୁ ମହଙ୍ଗା ହୋଟେଲ ଅର୍ଚ୍ଚାଡ ରେ ବଡ ଭବ୍ୟ ପାର୍ଟି ର ଆୟୋଜନ କରିଥିଲା।ରାନୁକୁ ହୀରା ସେଟ ଉପହାର ଦେଇଥିଲା।ଏ ପାର୍ଟିରେ ରାନୁର କର୍ମଚାରୀ,ରସିଦ ମିଆଁର ପରିବାର ଓ ରାନୁର ମାଆ ବି ସାମିଲ ଥିଲେ।ରାନୁ ସବୁଠୁ ସୁନ୍ଦର ଡ୍ରେସ୍ ଓ ହୀରାସେଟ୍ ପିନ୍ଧି ବହୁତ ସୁନ୍ଦର ଦିଶୁଥିଲା ସେଦିନ।ରାଜା ପ୍ରତି ତାର ଭଲ ପାଇବା ବଢୁଥିଲା ଧିରେ ଧିରେ।

ଏବେ କାହାଣୀକୁ ଆସିବା।

ଜନ୍ମଦିନ ପାର୍ଟିରେ ରାଜା ରାନୁର ମନ ମୋହି ନେଇଥିଲା।

ତାର ଉଦାରତା ଓ ମହାନତା ଗୁଣ ଦେଖି ଧିରେ ଧିରେ ରାନୁର ମନ ଢଳୁ ଥିଲା ରାଜା ଆଡକୁ।ଲୋକେ ଗୁଣ୍ଡା କହି ଯାହାକୁ ଘୃଣା କରୁଥିଲେ ତାରି ଭିତରେ ଏତେ ସଂବେଦନା ଭାବ ଥିବ ସେ କଳ୍ପନାରେ ଭାବିନଥିଲା।ହେଲେ ରାଜା ପାଖରେ ପ୍ରେମିକ ହେବାର ସବୁ କଳା ପୁରି ରହିଥିଲା।ସେ ଏତିକି ଆକର୍ଷକ ଓ ଶକ୍ତିମାନ କି ଅନ୍ୟଠୁ ନିଜ ପ୍ରେମିକାକୁ ରକ୍ଷା କରିବାକୁ ସମର୍ଥ ଥିଲା।ଏତିକି ଧନ ବାନ ଥିଲା ଯେ ତାର ଇଚ୍ଛାକୁ ପୂର୍ଣ କରିବାର କ୍ଷମତା ରଖୁଥିଲା।

ଏମିତି ମଧୁର ବାଣୀ ଥିଲା ଆଉ ନମ୍ର ଭାବ ଥିଲାଯେ ପ୍ରେମିକା ବଶ ହେଇଯିବ ଆପଣା ଛାଏଁ।ଅନ୍ୟରମନକୁ ବୁଝୁଥିଲା, ସଂପର୍କକୁ ମାନ୍ୟ ଦେଉଥିଲା,ଉତ୍ତମ ଚରିତ୍ରର ଯୁବକ ଥିଲା।ଏସବୁ ଅନୁଭବ କରିବା ପରେ ରାନୁର ପୂର୍ଣ ବିଶ୍ବାସ ଆସିଯାଇଥିଲା ତା ଉପରେ।

ମୁମ୍ବାଇ ଯିବାର ଦିନ ଆସି ଯାଇଥିଲା।ରସିଦ ମିଆ,ରାନୁ ରାଜା ଓ କେତେଜଣ ସହକର୍ମୀଙ୍କୁ ଧରି ସେମାନେ ଝାରସୁଗୁଡା ରୁ ଗୀତାଞ୍ଜଳି ଟ୍ରେନ ଧରିଥିଲେ।ଯାତ୍ରା ସମୟରେ ସବୁ ନୂଆ ଡ୍ରେସର କାଟୁନ ଡବା ଠିକରେ ଚଢାଇ ସଜାଇ ରଖିଦେଲା ରାଜା।ସମସ୍ତଙ୍କୁ ସିଟରେ ବସାଇଥିଲା।ରାସ୍ତାରେ ଖାଇବା ପିଇବା ଚା ଜଳଖିଆ ସବୁ କିଣି ଦେଉଥିଲା।ମଜା ମଜା କଥା କହି ସମସ୍ତଙ୍କୁ ହସାଉଥିଲା।ହେଲେ କେବେ କିଛି ଅନୈତିକ ଆଶୋଭନୀୟ ବ୍ୟବହାର କରିନଥିଲା କାହାକୁ।ଏମିତି ଜଣେ ସାଧାସିଦା ଯୁବକକୁ ଲୋକେ କେମିତି ଗୁଣ୍ଡା କୁହନ୍ତି କେଜାଣି? ରାନୁ ଏକଥା ଭାବୁଥିଲା ମନେମନେ।ବରଂ ରାଜା ବେଶି ଭଦ୍ର ଲାଗୁଥିଲା।ତା ସହକର୍ମୀ ଝିଅଙ୍କୁ ଭଗ୍ନୀର ସ୍ନେହ ଦେଉଥିଲା।ଯାହାର ଯାହା ଦରକାର ହେଉଥିଲା ଷ୍ଟେସନରେ ଓହ୍ଲାଇ କିଣି ଆଣୁଥିଲା।ଏକାଠି ବସି ଚା ପିଉଥିଲେ,ଜଳଖିଆ ଖାଉଥିଲେ।


ଠିକ୍ ସମୟରେ ଟ୍ରେନ ଗୀତାଞ୍ଜଳି ପହଞ୍ଚିଥିଲା ମୁମ୍ବାଇରେ।ଗାଡି ଭଡାକରି ସେମାନେ ନିଜ ନିର୍ଦ୍ଧାରିତ ହୋଟେଲରେ ପହଞ୍ଚିଥିଲେ।ବଢିଆ ହୋଟଲ ଥିଲା।ସବୁ ସୁବିଧା ଥିଲା।

ସେମାନେ ନିତ୍ୟକର୍ମ ସାରି ରେଷ୍ଟୁରାଣ୍ଟରେ ଜଳଖିଆ କରି ସୋ କୁ ଗଲେ।ତାଙ୍କ ଦ୍ବାରା ତିଆରି ସମ୍ବଲପୁରୀ ଡ୍ରେସ ସବୁ ମଡେଲଙ୍କ ପସନ୍ଦ ଆସିଥିଲା।ଯୋଉଟା ଢିଲା ଥିଲା ତାର ସହାୟିକା ମାନେ ତାକୁ ଠିକ୍ ମାପରେ ରିପାୟାର କରି ଦେଉଥିଲେ।ତାର ଡ୍ରେସ କୁ ମଡେଲ ମାନେ ପନ୍ଧିବା ପରେ ଡ୍ରେସର ମାନ ବୃଦ୍ଧି ହେଇଗଲା।ଅନ୍ୟ ଲୋକେ ବି ସମସ୍ତେ ପସନ୍ଦ କରିବାକୁ ଲାଗିଲେ।ରାନୁକୁ ଏବେ ଏତେ ଅର୍ଡର ଆସିଲା ଯେ ସମୟ ମିଳିଲାନି। ନେଇଥିବା ଡ୍ରେସ ମାନେ ନିଜେ ଭାବିଥିବା ମୂଲ୍ୟରୁ ଅଧିକ ଦାମରେ ବିକ୍ରି ହେଇଗଲା।ବଡ ଲାଭର ଯାତ୍ରାଥିଲା ସେଥର |


ସୋ ପରେ ସେମାନେ ମୁମ୍ବାଇର ଅନେକ ଦର୍ଶନୀୟ ସ୍ଥାନ ବୁଲି ଦେଖିଲେ।ରାନୁ ଓ ରାଜା ରାତିରେ ବଡ ବଡ ହୋଟେଲ ଓ ମଲ କୁ ଯାଇ ବୁଲି ଆସୁଥିଲେ।ରାନୁପାଇଁ ଅନେକ ଉପହାର ରାଜା କିଣି ଦେଲା।ରାନୁ ନିଜ ମାଆ ପାଇଁ କିଛି ଉପହାର ବି କିଣିଲା।ସେମାନେ ମୁମ୍ବାଇ ଭ୍ରମଣ ପାଇଁ ତିନିଦିନ ରହିଗଲେ।ବମ୍ବେର ଗେଟ୍ ଓ୍ବେ ଅଫ୍ ଇଣିଆ ଦର୍ଶନ କଲେ।ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟ,ଗ୍ଲୋବାଲ ଭିପାସାନା ପଗୋଡା,ତୁଙ୍ଗେର ଶ୍ବର ନେସନାଲ୍ ପାର୍କ,

ଏଲିଫେଣ୍ଟା କେଭ,ଛତ୍ରପତି ଶିବାଜୀ ମହାରାଜ ସଂଗ୍ରହାଳୟ,,ସଂଜୟଗାନ୍ଧି ନେସନାଲ ପାର୍କ,ସିଦ୍ଧି ବିନାୟକ ଗଣପତି ମନ୍ଦିର,ହାଜିଅଲି ଦରଗାହ,କହ୍ନେରି କେଭ୍,କର୍ଣାଲା ପକ୍ଷୀ ଅଭୟାରଣ୍ୟ,ଏମସ୍ ଇମେଣ୍ଟ ପାର୍କ,ଓ୍ବାଟର ପାର୍କ,ଜୁହୁ ବିଚ୍ ଆଦି ବୁଲି ବୁଲି ଦେଖିଲେ।ବଡ ବଡ ସିନେମା ଷ୍ଟାରଙ୍କ ଘର ଆଗରୁ ବି ଘେରାଏ ବୁଲି ଆସିଲେ।ମୁମ୍ବାଇର ପ୍ରସିଦ୍ଧ ବଡାପାଓ ର ସ୍ବାଦ ବି ଚାଖିଲେ।ସେଠାରୁ ଅନେକ ସୁନ୍ଦର ଇିମିଟେସନ ଗହଣା ସସ୍ତାରେ ମିଳୁଥିବା ଦେଖି କିଣି ଆଣିଲେ ସାଙ୍ଗ ମାନଙ୍କୁ ଉପହାର ଦେବାପାଇଁ।ନାଇଟି ଓ ଡ୍ରେସ ବି ବଡ ସସ୍ତାରେ ମିଳୁଥିଲା ସେଠାରେ।ସେଥିରୁ ବି କିଛି କିଛି କିଣି ଆଣିଲେ।ଡ୍ରେସ ତିଆରି ବେଳେ ସଜାଇବା ପାଇ ଅନେକ ଗୋଟା ଲେସ,ଓ ଅନ୍ୟାନ୍ୟ ଜିନିଷ ବି କିଣି ଆଣିଲେ।ପାଞ୍ଚ ଦିନର ରହଣୀ ଭିତରେ ରାଜା ଓ ରାନୁ ବହୁତ ପାଖାପାଖି ହେଇ ଯାଇଥିଲେ।ରାନୁ ନିର୍ଭୟରେ ଅଧିକାର ସହ ରାଜାକୁ କିଛି ବି କାମ ନିସଙ୍କୋଚରେ କହି ପାରୁଥିଲା।ରାଜା ବି ଖୁସୀରେ ସବୁ କାମ କରୁଥିଲା।ଆସିଲା ବେଳେ ଏବେ ରାଜା ଓ ରାନୁ ପାଖା ପାଖି ସିଟ୍ ପାଇଥିଲେ।ଯାତ୍ରା ସାରା କଥାବାର୍ତ୍ତା କରି କଟିଗଲା।ବାଦାମ,ପିଜୁଳି ଓ ରାଶିଲଡୁ ସବୁ ଟ୍ରେନରେ ଯାହା ମିଳୁଥିଲା ସବୁ କିଣି ପରସ୍ପର ବାଣ୍ଟି ଖାଉ ଥିଲେ।ଏପରି ଭାବରେ ସେମାନେ ନିଜ ସହର ଝାରସୁଗୁଡା ଫେରି ଆସିଥିଲେ।ପେପରରେ ରାନୁର ନାଆଁ ଓ ଫଟୋ ଛପିଥିଲା।ସେଜଣେ ବିଖ୍ୟାତ ଫେସନ ଡିଜାଇନର ବନି ଯାଇଥିଲା।ନିଜ ସହରରେ ଲୋକେ ତାକୁ ଏବେ ମାନ୍ୟ ଦେବା ଆରମ୍ଭ କରିଥିଲେ। ଏବେତ ସବୁ ଝିଅ ତା ପାଖରେ ଡ୍ରେସ ସିଲେଇବାକୁ ଭିଡ ଜମେଇଲେ।ଛୋଟ ଟୁକୁଡା ଟୁକୁଡା ସମ୍ବଲପୁରି କନାକୁ ଲଗାଇ ସୁନ୍ଦର ଆଧୁନିକ ଡ୍ରେସ ଡିଜାଇନ କରୁଥିଲା ସେ।ରାନୁ ଫେସନ୍ ସିଲେଇ ସେଣ୍ଟରର ନାମ ଏବେ ଚାରିଆଡେ ପ୍ରଚାର ହେଇ ଯାଇଥିଲା।


ଭଲ କମାଣି ହେଉଥିଲା ବ୍ୟବସାୟରୁ।ସେ ସବୁ ଋଣ ଏବେ ସୁଝି ସାରିଥିଲା।

ରାନୁର ମାଆ ବି ଭଲ ଥିଲେ ଏବେ।ଏଭିତରେ ମଳୟର ଏମ୍ ବି ବି ଏସ୍ ବି ପଢା ସରି ଯାଇଥିଲା।ସେ ଡାକ୍ତର ବନି ଯାଇଥିଲା।ତା ବିବାହ ପାଇଁ ଭଲ ଭଲ ପ୍ରସ୍ତାବ ସବୁ ଆସୁଥିଲା।ରାନୁ ମାଆ ସହ ଫୋନରେ ଘରର ସବୁ ଖବର ବୁଝୁଥିଲା।ଜଣେ ଡାକ୍ତରାଣୀ ସହ ମଳୟର ବିବାହ ଠିକ୍ ହେଲା।ରାନୁ ଦୂରରେ ଥିଲେ ବି ନିଜ ଦାୟିତ୍ବ ପାଳୁଥିଲା।ସ ଯଦିଓ ଘରକୁ ଆସୁନ ଥିଲା ତଥାପି କାହା ହାତରେ ମାଆ ପାଖକୁ ଟଙ୍କା ପଠାଇ ଦେଉଥିଲା।ଭାଇ ବାହାଘର ଧୁମ୍ଧାମରେ ହେବ ବୋଲି ମାଆକୁ ଦଶଲକ୍ଷ ଟଙ୍କା ଆଗତୁରା ପଠାଇ ଦେଇଥିଲା।ନୂଆ ବୋହୁର ସବୁ ଶାଢୀ ଗହଣା ମିନୁ ଓ ବଲ୍ଲଭୀ କିଣା କିଣି କରିଥିଲେ।ରାଜା ଭଲ ଟେଣ୍ଟ ବାଲା ଓ ରୋଷେଇୟାର ବ୍ୟବସ୍ତା କରି ଦେଇଥିଲା।ଜାକ ଜକମରେ ବିବାହ ହେଉଥିଲା।ରାନୁର ଆସିବାକୁ ବହୁତ ମନ ହେଉଥିଲା।ମଳୟ ଓ ମିନୁ ତାର ବହୁତ ପ୍ରିୟ ଥିଲେ।ତାଙ୍କୁ ନିଜ ଭାଇ ଭଉଣୀ ନୁହେଁ ନିଜର ପୁଅ ଝିଅ ପରି ଭାବୁଥିଲା ସିଏ।ବାପା ଗଲାବେଳେ ଦୁଇଜଣଙ୍କ ଦାୟିତ୍ତ୍ୱ ତାକୁ ଦେଇକି ଯାଇଥିଲେ।ସେ ଦୂରରେ ରହି ବି ନିଜ କାମ ତୁଲାଉ ଥିଲା। ମଳୟର ବିବାହ ପରେ ଘରର ଦାୟିତ୍ତ୍ୱରୁ ସେ ଗୋଟିଏ ପ୍ରକାର ମୁକ୍ତ ହେଇ ଯାଇଥିଲା।ଏବେ ମଳୟ ଓ ତା ସ୍ତ୍ରୀ ଦୁଇଜଣ କମାଉ ଥିଲେ।ଘରର ଅବସ୍ଥା ସୁଧୁରୁ ଥିଲା ଧିରେ ଧିରେ।ମାଟି ଘର ଭାଙ୍ଗି ତିନିମହଲା କୋଠା ରେ ପରିବର୍ତ୍ତିତ ହେଇଗଲା।ତା ମାଆ ବି ଏବେ ଦୁଇଜଣ ଡାକ୍ତରଙ୍କ ତତ୍ବାବଧାନରେ ସୁସ୍ଥ ଥିଲେ।



Rate this content
Log in

Similar oriya story from Inspirational