Lata Behera

Abstract

4  

Lata Behera

Abstract

ଏମିତି ବନ୍ଧୁ ଭାଗ୍ୟରେ ମିଳେ

ଏମିତି ବନ୍ଧୁ ଭାଗ୍ୟରେ ମିଳେ

8 mins
286



ସଦାଶିବ ବାବୁଙ୍କର ଗୋଟିଏ ସୁଖର ପରିବାର ଥିଲା । ତାଙ୍କୁ ଯେତେବେଳେ ପାଞ୍ଚ ବର୍ଷ ହେଇଥିଲା ତାଙ୍କ ବାପା ଆର ପାରିକୁ ଚାଲି ଯାଇ ଥିଲେ । ତାଙ୍କ ମାଆ ସୁକାନ୍ତି ଦେବୀ ତାଙ୍କୁ ଲାଳନ ପାନଳ କରି ବଡ କଲେ । ତାଙ୍କ ଦେଢଶୁର ସବୁ ସମ୍ପତି ପାଇବା ଲୋଭରେ ସଦାଶିବଙ୍କ ଖାଇବାରେ ବିଷ ଦେଇ ଦେଇଥିଲେ । ସଦାଶିବ ଯେତେବେଳେ ସ୍କୁଲରୁ ଆସି ଖାଇବାକୁ ଯିବା ସମୟରେ କୁକୁରଟି ତାହା ଖାଇ ଦେଲା । ଏଥିରେ ତା ବଡ ବାପା ରାଗି ଯାଇ କୁକୁରକୁ ବହୁତ ବାଡେଇଲେ । ସୁକାନ୍ତି ଦେବୀ ମନା କଲେ । ହେଲେ କିଛି ସମୟ ପରେ କୁକୁରଟିର ଗରଳ ବାହାରିଲା ଓ ସିଏ ସେଇଟି ଟଳି ପଡିଲା । ସୁକାନ୍ତି ଦେବୀ ବହୁତ କାନ୍ଦିଲେ । କାହିଁକି ନା ଏଇ କୁକୁରଟି ତାଙ୍କ ସ୍ୱାମୀଙ୍କୁ ବାରମ୍ବାର ବଞ୍ଚେଇ ରଖିଥିଲା । ସବୁବେଳେ ଛାଇ ପରି ଜଗି ରହି ଥିଲା । ଆଉ ଏବେ ତାଙ୍କ ପୁଅକୁ ରକ୍ଷା କରି ତା ଜୀବନ ଦେଇ ଦେଲା । ତାର ଛୁଆକୁ ସେମାନେ ବହୁତ ଭଲ ପାଇଲେ । ଧିରେ ଧିରେ ସିଏ ବି ବଡ ହେଲା । ସଦାଶିବର ପାଖରେ ଛାଇ ପରି ଜଗି ରହିଲା । କିନ୍ତୁ ତାର ବଡବାପା ତାକୁ ପାଠ ନ ପଢେଇ ବିଲ କାମରେ ଲଗେଇ ଦେଲେ । ଯେ ହେତୁ ଏକାଠି ରହୁଥିଲେ ସୁକାନ୍ତି ଦେବୀ କିଛି ବି ପ୍ରତିବାଦ କରି ପାରୁ ନ ଥିଲେ । ତାପରେ ସେ ସବୁ ସମ୍ପତ୍ତି ନେଇ ଯାଇ ସୁକାନ୍ତି ଦେବୀକୁ ଅଲଗା କରି ଦେଲେ । ଦଶ ଏକର ଜମିରୁ କିଛି ବି ଦେଲେନି । କହିଲେ ଭାଇ ମୋ ଠାରୁ ଟଙ୍କା ନେଇ ମୋତେ ସବୁ ଜମି ଦେଇଛି । କେବଳ ପଡିଆ ଦୁଇ ଏକର ତୁମର । ଖାଇବା ପାଇଁ ଚାଉଳ ବି କିଛି ଦେଲେନି । ପାଞ୍ଚଟି ଯାକ କୋଠିର ଧାନ ସବୁ ସିଏ ନେଇ ୟାଙ୍କୁ ଘରୁ ବାହାର କରି ଦେଲେ । କିନ୍ତୁ କୁକୁରଟି ସବୁବେଳେ ଦୁଃଖରେ ସୁଖରେ ସାଥି ହେଇ ପାଖରେ ରହିଲା । କୁଆଡେ ବି ଗଲାନି । ଯେତେ ତଡିଲେ ବି ଯିଏ କେବେବି ଗଲାନି । ସେମିତି ଭୋକ ଓପାସରେ ପଡି ରହିଲା । କୁକୁରକୁ ଦେଖି ସୁକାନ୍ତି ଓ ସଦାଶିବ ମନରେ ବହୁତ ଦୁଃଖ କଲେ । ତେଣୁ ସଦାଶିବ ନିଜେ ବଳଦ ଯୋଚି ଚାଷ କଲା । କୁକୁରଟି ସାଥିରେ ଯାଏ । ସୁକାନ୍ତି ଦେବୀ ବିଲକୁ ଭାତ ନେଇ ଯାଆନ୍ତି । ସେଇ ଖାଇବାକୁ ହୁଡାରେ ବସି ତିନି ଜଣ ଖାଆନ୍ତି । କାହିଁକି ସେମାନେ ନ ଖାଇଲେ କୁକୁରଟି କିଛି ବି ଖାଏନି। ସେମିତି ଶୋଇ ରହେ । ସେମାନେ କୁକୁରକୁ ବହୁତ ଭଲ ପାଇ ପାଖରେ ରଖିଲେ । ଯେତେବେଳେ ଯାହା ଖାଉଥିଲେ ଏକାଠି ମିଶି କି ଖାଉ ଥିଲେ । ଆଉ ଯେଉଁ ଦିନ ଓପାସ ରହୁଥିଲେ ମିଶି କି ରହୁଥିଲେ । କୁକୁରଟି ସତେ ଯେମିତି ପାଲଟି ଗଲା ତାଙ୍କର ଏକ ବନ୍ଧୁ ।

     ତା ପରେ ସଦାଶିବ ଅକ୍ଳାନ୍ତ ପରିଶ୍ରମ କରି ଧିରେ ଧିରେ ଧନ ଉପାର୍ଜନ କରି ପୂର୍ବ ପରି ଧନୀ ହେଇଗଲେ । ସୁକାନ୍ତି ଦେବୀ ସଦାଶିବଙ୍କୁ ଗୋଟିଏ ସୁନ୍ଦରୀ ଝିଅ କନକ ସହିତ ବିବାହ କରି ଦେଲେ । ତାଙ୍କର ପାଞ୍ଚଟି ପୁଅ ଓ ଦୁଇଟି ଝିଅ ହେଲା । କିନ୍ତୁ କନକ ଧନୀ ଘରର ଝିଅ ହେଲେ କଣ ହେଲା ତା ପାଖରେ ବହୁତ ଛୋଟ ପ୍ରକୃତି ଥିଲା । ସୁକାନ୍ତି ଦେବୀଙ୍କ ବାପା ଜଣେ ଜମିଦାର ଥିଲେ । ଏକଥା ସିଏ କେମିତି କାହାକୁ କହିବେ ? କନକର ସବୁ ଅତ୍ୟାଚାର ସିଏ ସହି ଯାଉଥିଲେ । ଯେତେବେଳେ ଯାହା ଦେଉଥିଲେ ସିଏ ତାହା ଖାଉ ଥିଲେ । ଏପରିକି କନକ ସଦାଶିବଙ୍କୁ ବି ଭଲ କି ଗଣ୍ଡେ ଖାଇବାକୁ ଦିଏନି । ସବୁବେଳେ ଦୁଇ ପୁଅ ଓ ତା ଝିଅକୁ ଦିଏ । ସୁକାନ୍ତି ଦେବୀ ଆଉ ତିନି ଜଣଙ୍କର ଦାୟିତ୍ବ ନେଲେ । ତାଙ୍କ ପାଇଁ ଯାହା ସବୁ ଖର୍ଚ୍ଚ ହୁଏ ସୁକାନ୍ତି ଦେବୀ ତାଙ୍କ ବାପ ଘରୁ ଆଣି ବହନ କରନ୍ତି । କିନ୍ତୁ ପାଞ୍ଚ ଜଣଙ୍କୁ ସିଏ ସମାନ ଦୃଷ୍ଟିରେ ଦେଖିବା ସହିତ କୁକୁରର ବି ଦେଖା ଶୁଣା ଭଲରେ କରନ୍ତି । ଥରେ ସେଇ କୁକୁରକୁ କିଏ ବିଷ ଦେଇ ଦେଲା । ସିଏ ବି ମରିଗଲା । ତାର ଛୁଆଟି ବଡ ହେଇ ଯାଇଥିଲା । ସିଏ ତା ମାଆ ପରି ବହୁତ ବିଶ୍ଵାସୀ । ଭାତ ବଢା ଯାଇଥିଲେ ସେମିତି ଜଗି ରହିଥାଏ । ଖାଇ ସାରିଲେ ଖାଇବାକୁ ଦେଲେ ସିଏ ଖାଏ । ଆଉ କୁଆଡେ ବି ଯାଏନି । ଏଇ ସମୟରେ ସଦାଶିବଙ୍କ ବଡ ପୁଅ ବାହାଘର ସରିଗଲା । ସିଏ ଦେଖିବାକୁ ସୁନ୍ଦରୀ ଥିଲା । କିନ୍ତୁ ବହୁତ ଛୋଟ ପ୍ରକୃତି ସହିତ ଦୁଷ୍ଟ ବି ଥିଲା । ସାକ୍ଷାତ ମା' ଚଣ୍ଡୀଙ୍କର ଅବତାର କହିଲେ ଚଳେ ।  ଏ ପରିକି ସୁକାନ୍ତି ଦେବୀଙ୍କୁ ଖାଇବାକୁ ବି ସିଏ ଦିଏନି । ସବୁବେଳେ କଳି ଝଗଡା କଲା ।  ଦିନେ ସିଏ ରୋଷେଇ ଘରେ ପଶି ହାଣ୍ଡିରୁ ଖାଉଥିବା ସମୟରେ ସୁକାନ୍ତି ଦେବୀ ଦେଖି ଦେବାରୁ ତାଙ୍କୁ ଗାଳି କରି ମିଛ କହୁଛୁ କହି ହାତ ଉଠେଇ ମାରିଲା । ସେଇ ଚିନ୍ତାରେ ସୁକାନ୍ତି ଦେବୀ ଶଯ୍ୟାଶାୟୀ ହେଇ ଶେଷ ନିଃଶ୍ବାସ ତ୍ୟାଗ କଲେ । ତାର ସବୁବେଳେ ଅଳଙ୍କାର କନକ ତାର ବଡବୋହୂ ଓ ଝିଅକୁ ଦେଇ ଦେଲେ । କାହିଁକି ନା ସୁକାନ୍ତି ଦେବୀ କହୁଥିଲେ ଏଇ ଅଳଙ୍କାର ଗୁଡିକ ସିଏ ତାଙ୍କ ସାନ ନାତୁଣୀକୁ ଦେବେ । କାହିଁକି ନା ସିଏ ବଡକୁ ଦେଇ ସାରି ଥିଲେ । ଆଉ କୁକୁରର ଦାୟିତ୍ବ କେହି ବି ନେଲେନି । ସଦାଶିବଙ୍କୁ ଯେତେବେଳେ ମନ ପାଇଲେ ଖାଇବାକୁ ଦିଅନ୍ତି, ସିଏ ଆଗ କୁକୁରକୁ ଦିଏ । ସଦାଶିବଙ୍କ ସାନ ଝିଅ କୁକୁରର ଦାୟିତ୍ବ ନେଲା ।ଓ କୁକୁରକୁ ବହୁତ ଭଲ ପାଇଲା । ଯୁଆଡେ ଗଲେ ବି ସିଏ କୁକୁର ପାଇଁ କିଛି ବି ଖାଇବା ଆଣି ଦିଏ । ସେଥିରୁ କିଛି ତା ବାପାକୁ ଦିଏ । କୁକୁରଟି ସବୁବେଳେ ସଦାଶିବଙ୍କ ପାଦ ତଳେ ଶୋଇ ରହେ । ତାର ଛୁଆଟି ମଧ୍ୟ ସେମିତି ଜଗି ରହେ । କୁକୁରଟି ବେଳେ ବେଳେ ନ ଖାଇ ତା ଛୁଆକୁ ଖାଇବାକୁ ଦିଏ । ନିଜେ ଓପାସ ରୁହେ । ବେଳେ ବେଳେ ସୁକାନ୍ତିଙ୍କ ସାନ ନାତୁଣୀ ମୁଢି ଆଣି କୁକୁରକୁ ଖାଇବାକୁ ଦିଏ । କୁକୁରଟି ବହୁ ଖୁସିରେ ଲାଞ୍ଜ ହଲେଇ ଖାଏ ଓ ସଦାଶିବଙ୍କ ପାଦ ପାଖରେ ସେମିତି ଶୋଇ ରହେ । ସକାଳେ ସଦାଶିବ ସହିତ ଜଙ୍ଗଲକୁ ଗାଈ ଚରେଇବା ଯାଏ । ଆଉ ସିଏ ଫେରିଲେ ତା ସହିତ ମାଟିଆ ଘରକୁ ଫେରେ । କିଛି ଦିନ ପରେ ସେଇ ମାଟିଆଟି ମରିଗଲା । ଆଉ ରହିଲା ତା ଛୁଆ ଟିପୁ ।

    ଧିରେ ଧିରେ ଟିପୁ ବଡ ହେଇ ତା ମାଆ ପରି ବହୁତ ସତ୍ୟ ସଚ୍ଚୋଟ ଓ ବିଶ୍ବାସୀ ଥିଲା । ଇତି ମଧ୍ୟରେ ସଦାଶିବଙ୍କ ସବୁ ପୁଅ ସହିତ ବଡ ଝିଅ ବାହାଘର ସରିଗଲା । କିନ୍ତୁ କନକ ଦୁଇ ପୁଅକୁ ପାଖରେ ରଖି ଆଉ ତିନିଜଣଙ୍କୁ ତା ବଡ ବୋହୂ ସହିତ ମିଶି ଘରୁ ବାହାର କରି ଦେଲା । ଏପରିକି ବିଲ ବାଡି ଦେବାତ ଦୂରର କଥା ରହିବାକୁ ମଧ୍ୟ ଜାଗା ଟିକିଏ ଦେଲେନି । ସେମାନେ ବାହାରେ ଘର ଭଡା ନେଇ ରୁହିଲେ ।ଯେତେବେଳେ ଏମାନଙ୍କ ଦେହ ଖରାପ ହୁଏ ସଦାଶିବ ଓ କନକ ସେମାନଙ୍କ ପାଖରେ ପଡି ରହନ୍ତି । ସେମାନେ ଭଲ କରି ସାରିବା ପରେ ସେମାନେ ପୁଣି ସେହି ପାତର ଅନ୍ତର କରନ୍ତି । ସେମାନଙ୍କଠୁ ଗାଆଁ ଚାନ୍ଦା , ବାପା କରଜ ରହିଛି କହି ଆଣି ବଡ ପୁଅକୁ ସେଇ ଟଙ୍କା ଦିଏ । ସଦାଶିବଙ୍କ ସାନ ଝିଅ ସେମାନଙ୍କ ପାଇଁ ଶତ୍ରୁ ଥିଲା । କନକ ଭାବିଲା ଯେ ସାନ ଝିଅ ବାହା ହେଇଗଲେ ତା ବଡ ଝିଅର ଦେବା ନେବା ଭାଗଟା ଦୁଇ ଭାଗ ହେଇ ଯିବ । ତେଣୁ ତାକୁ ସିଏ ଓ ତା ବଡ ବୋହୂ ମିଶି ବାରମ୍ବାର ମାରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ପ୍ରତ୍ୟେକ ଥର ସିଏ ବଞ୍ଚି ଯାଉ ଥିଲା । ଏପଟେ ଛାତ ଘରଟା ବଡ ପୁଅକୁ କେମିତି ଦେବେ କନକ ଦୁଇ ପୁଅ ବୋହୂକୁ ଧରି ଚକ୍ରାନ୍ତ କଲା । ଶେଷରେ ସଫଳ ହେଲା । ସଦାଶିବଙ୍କର ହଠାତ୍ ପାରାଲିସ୍ ହେଇଗଲା । ଘରୁ ତଡି ଦେଇ ଥିବା ପୁଅ ଆସି ନେଇ ଭଲ କଲା ପରେ ସଦାଶିବ ନିଜ ଭିଟା ମାଟିରେ ରହିବାକୁ ଚାହିଁଲେ । ତେଣୁ ସିଏ ତାକୁ ଆଣି ଘରେ ଛାଡି ଦେଲେ । ଏହାର ସୁଯୋଗ ନେଇ ସଦାଶିବର ଡେଣା ଧରି ତା ପୁଅ , ବୋହୂ, ସ୍ତ୍ରୀ ଘରୁ ବାହାର କରି ଦେଇ ଗୁହାଳେ ରଖେଇ ଦେଲେ । ମଶା ଡିଆଁଶରେ ପଡି ସଦାଶିବ ଆଖି ଲୁହ ଗଡେଇବାକୁ ଲାଗିଲା । ହେଲେ ନିଜ ମାଟି ମାଆକୁ ଛାଡି ଯିବାକୁ ଚାହିଁଲେନି । ଟିପୁଟି ସଦାଶିବଙ୍କ ଏ ଅବସ୍ଥା ଦେଖି ସବୁବେଳେ ମନ ଦୁଃଖରେ ରହୁଥିଲା । ସଦାଶିବଙ୍କୁ ଖାଇବାକୁ ଦେଉଥିଲେ ସିଏ ଖାଉଥିଲା । ସଦାଶିବଙ୍କୁ ତାର ଧର୍ମ ଝିଅ ବହୁତ ଭଲ ପାଏ । ସଦାଶିବ ଯେତେବେଳେ ଗାଆଁ ମୁଣ୍ଡକୁ ଚାଲି ଯାଆନ୍ତି, ସିଏ ତାକୁ ଖାଇବାକୁ ଦିଏ । ଚା ପିଇବାକୁ ଦିଏ । ଏପଟେ ତା ସ୍ତ୍ରୀ ତା ଔଷଧ ଜାଣି ଶୁଣି ତିନି ମାସ ବନ୍ଦ କରି ଦେଲା । ସିଏ ଚାହିଁଲା ସିଏ ମରିଗଲେ ତା ପୁଅ ବୋହୂ ଆଡେ ସିଏ ଖାଇବ । ସଦାଶିବଙ୍କୁ ସବୁବେଳେ କୁହେ ସମସ୍ତେ ମରୁଛନ୍ତି । ତୋର କାହିଁ ମରଣ ହେଉନି ? ତୁ କି ପାପ କରିଛୁ କହୁନୁ । ତୋ ଜୀବ ଛାଡୁନି । ଭଗବାନଙ୍କୁ ଡାକୁନୁ । ତୋତେ ନେଇ ଯିବେ । ସଦାଶିବ ଚୁପ୍ ରୁହେ । ଟିପୁକୁ ଚାହେଁ । ଆଖିରୁ ଲୁହ ଧାର ଝରି ଯାଏ । ବର୍ଷା ଋତୁ ଆସିଲା । ବର୍ଷା ହେଲା । ସଦାଶିବ ବାହାରକୁ ବାହାରିଛନ୍ତି ପରିସ୍ରା କରି ଯିବା ପାଇଁ । କାଦୁଅରେ ତାଙ୍କ ଗୋଡ ଖସି ଗଲା ।ସିଏ ସେମିତି ପଡି ରହି ଡାକିଲେ । ପୁଅ ବୋହୂ, ନାତି, ସ୍ତ୍ରୀ ସବୁ ଦେଖୁଥାନ୍ତି । ଉଠେଇବାକୁ କେହି ବି ଗଲେନି । ମୂଷଳ ଧାରାରେ ବର୍ଷା ଦୁଇ ଘଣ୍ଟା ବର୍ଷି ଚାଲିଲା । ସଦାଶିବଙ୍କ କୁକୁର ଜୋରରେ ଭୋଭୋ ଭୁକୁ ଥାଏ । ହେଲେ କୁକୁରର ଆଭାଷ ଅନ୍ୟ ଲୋକେ କେମିତି ବୁଝିବେ ? କୁକୁରଟି ଟିକିଏ ଦାଣ୍ଡକୁ ଦୌଡି ଆସୁଥାଏ ଓ ପୁଣି ସଦାଶିବ ପାଖକୁ ଧାଇଁ ଯାଉଥାଏ । ପୁଅ ବୋହୂ ,ନାତି ଓ ସ୍ତ୍ରୀ ଗାଳି କରି ହସୁ ଥାନ୍ତି । ସେମାନେ ଭାବିଥିଲେ ଏଇ ବର୍ଷାରେ ସଦାଶିବ ମରିଗଲେ ଖେଳ ଖତମ । ସବୁ ସମ୍ପତ୍ତି ସିଏ ଦୁଇ ପୁଅ ବୋହୂ ଓ ତା ଝିଅ ନାଆଁରେ କରି ନେବ । କିନ୍ତୁ କୁକୁରର ଆବାଜ ପାଖ ପୋଡଶୀକୁ ବାରମ୍ବାର ଶୁଭୁବାରୁ କଣ ହେଇଛି ସିଏ ଦାଣ୍ଡକୁ ଆସିବାରୁ ଟିପୁ ତା କାନି ଭିଡି ନେଇ ଆସିଲା । ସିଏ ଡାକିବାରୁ ପୁଣି ସେମାନେ ଆସିଲେ । ଉଠେଇକି ନେଇକି ଗୁହାଳକୁ ଗଲେ । ସଦାଶିବଙ୍କ ଖଣ୍ଡିଆ ଖାପର ବହୁତ ହେଇ ଯାଇଥିଲା । ସେଥିରେ ତା ସ୍ତ୍ରୀ ଅମୃତ ଅଞ୍ଜନ ମାରି ହାତଟିକୁ ମୋଡି ଦେଲା । ହାତଟା ଯାହା ମକଚି ଯାଇଥିଲା , ତାହା ବିନ୍ଧାକରି ଜୋରରେ ଫୁଲି ବିନ୍ଧିବାକୁ ଲାଗିଲା ।ଅମୃତ ଅଞ୍ଜନରେ ଜୋରରେ ଘାଆକୁ ରେନ୍ଥି ଦେବାରୁ ଫୋଟକା ହେଇଗଲା । ରାତିରେ ତାକୁ ଝୁଣି ଝାଣି ବହୁତ ମାରିଲା । ବିଚରା ସଦାଶିବ କାହାକୁ କିଛି କହିଲାନି । ବାହାରେ ରହୁ ଥିବା ପୁଅ ରୋଷେଇ କରି ଓ ହୋଟେଲରୁ ଦୋସା , ପନିରି , କୋବିଚିଲି ସହ ମାଛ ଖାଇବାକୁ ଆଣି ଦେଲା । ସଦାଶିବ ଓ ତା ମାଆ ବହୁତ ଖୁସିରେ ଖାଇଲେ । ସଦାଶିବ ଟିପୁକୁ ବି ଦେଲେ ।  ଆଉ ଖାଇବା ତ ରାତିରେ ଖାଇବୁ ବୋଲି କହି ସଦାଶିବ ହାତୀ ଆସୁଛନ୍ତି ତୁ ବେଗି ଯା ବୋଲି କହିବାରୁ ସିଏ ଚାଲି ଆସିଲା । ବାକି ଖାଇବା ତା ସ୍ତ୍ରୀ ସବୁ ତା ବଡ ପୁଅ ଓ ବୋହୁକୁ ଦେଇ ଦେଲା । ସଦାଶିବକୁ ଖାଇବାକୁ ତାକୁ ବହୁତ ଭୋକ ହେଉ ଥିଲା । ତା ପରେ ଦୁଇ ଦିନ ଚାଲି ଗଲା । ହେଲେ ସେମାନେ ଆଉ ଖାଇବାକୁ କେହି ବି ଦେଲେନି । ସଦାଶିବ ଭୋକରେ ଡହଳ ବିକଳ ହେଲେ । ରାତିରେ ଉଠି ପାଣି ପିଇଲେ । ବାହାରେ ରହୁଥିବା ପୁଅକୁ ଦେଖିବାକୁ ଚାହିଁଲେ । ଭିଡିଓ କଲରେ ଦେଖି ତା ମୁହଁକୁ ଚୁମା ଦେଇ ଚାଲିଲେ । ଖାଇବାକୁ କହିଲେ । ରାତି ବହୁତ ହେଇ ଥିବାରୁ ଏତେ ବାଟରୁ କାଲି ଆସିବ ବୋଲି ସିଏ କହିଲା । ସକାଳ ଛଅଟା । ସଦାଶିବ ପୁଅ କେତେବେଳେ ଆସିବ କହି ଧିରେ ଧିରେ ନିସ୍ତେଜ ହେଇଗଲେ । ସବୁ ଶେଷ । ଏଇ ସମୟରେ ସଦାଶିବଙ୍କ ପାଇଁ ଇଟିଲ୍ ଘୁଘୁନି ନେଇ ତାର ଜଣେ ନାତୁଣି ଆସିଲା । ସଦାଶିବ ମରି ଯାଇ ଥିବାରୁ କୁକୁରକୁ ଦେଲେ । ଟିପୁ ଗୋଡରେ ମାଟି ଆଡେଇ ମାଟିରେ ତାକୁ ପୋତି ଦେଲା । ତା ପରେ ଟିପୁକୁ ଆଉ ଟୋଟେ ଦେଲେ । ଯେତେ ଥର ଦେଲେ କୁକୁରଟି ତାକୁ ବାଲିରେ ପୋତି ଦେଲା । ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଇଗଲେ । ଆଉ କହିଲେ ସତରେ ଟିପୁ ହିଁ ପ୍ରକୃତ ମଣିଷ । ଗୋଟିଏ ଅନ୍ତରଙ୍ଗ ବନ୍ଧୁ । ଏମିତି ବନ୍ଧୁକୁ କୋଟି ଜୁହାର । ଏ ମଣିଷ ଗୁଡାକ ହେଉଛନ୍ତି ଅମଣିଷ । ସ୍ୱାର୍ଥପର । କୁକୁରଟି ସେମାନଙ୍କ ସହିତ ଯାଇ ଜୋରରେ ଗାଧୋଇକି ଆସିଲା । ଦୁଇ ଦିନ ପର୍ଯ୍ୟନ୍ତ ପୂରା ଓପାସ ରହିଲା । ମିଠ ରନ୍ଧା ହେଲା । ସମସ୍ତେ ଖାଇ ସାରିବା ପରେ ତାକୁ ଦେଲେ । ସିଏ ଖାଇଲା । 

      ଏହା ମଧ୍ୟରେ ଗୋଟାଏ ବର୍ଷ ବିତି ଗଲା । ବର୍ଷିକିଆ ହେଲା । ଟିପୁଟି ସେଇ ଗୁହାଳେ ସେମିତି ସେଇ ଖଟରେ ଶୋଇ ରହେ । ତାକୁ ଖାଇବାକୁ ଦେଲେ ସିଏ କେବେ ଖାଏ ତ କେବେ ଖାଏନି । କିନ୍ତୁ କିଛି ଦିନ ପରେ ସେମାନେ ସେଇ ଖଟକୁ ହାଣି ଜାଳି ଦେଲେ । ବିଚାରି ଟିପୁ ଏଠି ସେଠି ଶୋଇ ସମୟ ବିତାଇ ଦିଏ ।ବର୍ଷିକିଆ ଦିନ ସମସ୍ତେ ଜୋରକୁ ଗାଧୋଇ ଯାଇଥାନ୍ତି । ହଠାତ୍ ସମସ୍ତଙ୍କ ଦୃଷ୍ଟି ପଡିଲା ଟିପୁ ଉପରେ । ସମସ୍ତେ ଆଶ୍ଚର୍ଯ୍ୟ ହେଇ ଗଲେ । ଏତେ ଦୂର ସିଏ ଆସିଲା କେମିତି ? କିଛି ସମୟ ପରେ ସେଇ ପ୍ରଶ୍ନ ସମସ୍ତଙ୍କ ମୁହଁରୁ ଉଭେଇଗଲା । ଯେତେବେଳେ ସମସ୍ତେ ଗାଧୋଇଲେ କୁକୁରଟି ଏତେ ପାଣି ସୁଅକୁ ଖାତିରି ନ କରି ଜୋର ଭିତରକୁ ଯାଇ ବୁଡି ଗାଧୋଇକି ଆସିଲା । ହୋମ ଯଜ୍ଞ ସରିଲା ପରେ ସମସ୍ତେ ଖାଇ ସାରିବା ପରେ ସଦାଶିବଙ୍କ ସାନ ଝିଅ ଖାଇବାକୁ ଆଣିକି ଦେଲା । କୁକୁରଟି ବହୁତ ଖୁସିରେ ଖାଇଲା । ସଦାଶିବଙ୍କ ସାନ ଝିଅ କହିଲା, ଟିପୁ ତୁ ଏଠି ଆଉ ରହନି , ତୁ ଚାଲି ଯାଆ । ଆଉ ଯେଉଠିକି ଯିବୁ ବହୁତ ଖୁସିରେ ରହିବୁ । ଏଇଠି କାହିଁ ଭୋକ ଓପାସରେ ପଡି ରହୁଛୁ ?ଯେତେ କହିଲେ ବି ସିଏ କୁଆଡେ ବି ଗଲାନି । ଘର ବାଟରେ ଗୋଡ ଜାକି ସେମିତି ଶୋଇ ରହିଲା । ସତରେ ଏମିତି ବନ୍ଧୁ ତ ଭାଗ୍ୟରେ ମିଳେ ।


Rate this content
Log in

Similar oriya story from Abstract