Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ଜନ୍ମଦାତ୍ରୀ

ଜନ୍ମଦାତ୍ରୀ

4 mins
122



ବୋହୁ ଭାତ ବାଢୁଛି, ମାଆଟି ଖାଇବେ କଣ ଦୌଡିଲେ ଥାନାକୁ. ସନା ଖବର ଦେଲା ତାଙ୍କ ପୁଅ କୃଷ୍ଣଙ୍କୁ ପୋଲିସ ବାବୁମାନେ ଉଠେଇ ନେଇଛନ୍ତି. ମାଆ ପେଟର ଭୋକ ହାତ ପାଟିକୁ ଗଲାନାହିଁ. ବିଶିଷ୍ଟ ବ୍ୟବସାୟୀ ପ୍ରଫୁଲ୍ଲ ହରିଚନ୍ଦନଙ୍କ ହତ୍ୟା ଯୋଗୁଁ ସହରର ଗଳି, କନ୍ଦି ରାସ୍ତା ବଜାର ସବୁ ବନ୍ଦ ହେଲେ କୃଷ୍ଣ ଗ୍ରିଲ ଦୋକାନୀ ଦୋକାନ ଖୋଲି ବସିଛି. ଗ୍ରିଲ କାମର ଅର୍ଡ଼ର ନମିଳିଲେ ମଧ୍ୟ ଶାଳରେ କଟୁରୀ, ଦାଆ, ପନିକି, କୋରଣା, ଶାବଳ, ଖଇନ୍ତି, ଫାଉଡ଼ା ଆଦି ଲୁହା ଜିନିଷ ଦିଟା ନପିଟିଲେ, ବାପାଙ୍କ ପାଇଁ ଇଞ୍ଜେକ୍ସନ, ପୁଅର ପରୀକ୍ଷା ଫିସ, ଝିଅ ଡାକ୍ତରୀ ପଢ଼ିବାର ଇଛା ବଳବତ୍ତର ରଖି, ମନକୁ ମନ ପଢି ଭଲ ରାଙ୍କ ପାଇଛି, ତା ଆଡ୍ମିଶନ ପାଇଁ ଏତେ ଟଙ୍କା ପାଇବ କୋଉଠୁ କୃଷ୍ଣ?

     ଦୋକାନ ବନ୍ଦ କରିବ ବା କାହିଁକି. ସେ କଣ କାହାର ଖାଏ ନା ଧାରେ. କୋଉ ବ୍ୟବସାୟୀଙ୍କୁ କାହିଁକି କିଏ ମାରିଲା, ତା ଭଳି କ୍ଷୁଦ୍ର ବୁଦ୍ଧି ମୁଣ୍ଡରେ ପଶୁ ନଥିଲା. ପାଖ ପାନ ଦୋକାନୀ, ଗୋପାଳଟାକୁ ଯେତେ ବୁଝେଇଲା କୃଷ୍ଣ, ଦୋକାନ ଖୋଲେ, ଦି ପଇସା ଦୋକାନରୁ ନ ଆଣିଲେ ତୋ ସଂସାର ଭାସିଯିବ, ତୋ ପୁଅକୁ ଜର. କରୋନା କହି ଉଠାଇନେଲେ କିଏ ସାହା ଭରସା ହେବ?ଏଡ଼େ ଟିକେ ଛୁଆ ନେଇ ମାଆ ତାର କି ଦହଗଞ୍ଜ ହେବ ହସ୍ପିଟାଲରେ.ଗୋପାଳ କହିଲା ପୁଅର ଯାହା ହେଉଛି ହେଉ ସେ ପୋଲିସ ଚକ୍କରରେ କିଏ ପଡିବ. ପୁଅ ପଛେ ମରୁ, ତା ପାଟିରେ ହାତ ଦେଲା କୃଷ୍ଣ, ତା ପୁଅର ଔଷଧ ପତ୍ର ଆଣିବା ଦାଇତ୍ଵ ନିଜ ମୁଣ୍ଡକୁ ନେଲା. ଦୋକାନ ଖୋଲିଲା. ବଡ଼ ବଡ଼ କାମ ନହେଲା ନାଇଁ, ଛୋଟ ମୋଟ କାମ ନକଲେ, ତାଙ୍କ ମାନଙ୍କ ସଂସାର କିଏ ଚଳେଇବ? ସେ କଣ ଦୋଷ କରିଛି ଯେ ପୋଲିସ ତାକୁ ଉଠାଇ ନେବ??

   ପୋଲିସ କିନ୍ତୁ ରୁଲ ବାଡ଼ି ହଲେଇ ଯେବେ ପଚାରିଲା କୋଉ ହତିଆରରେ, ହରିଚନ୍ଦନ ବାବୁଙ୍କ ବେକ କାଟିଲୁ ବେ?? ତଟସ୍ଥ ହେଲା କୃଷ୍ଣ !କୋଉ ହରିଚନ୍ଦନ ବାବୁ, ମୁଁ ଜାଣିନି ଆଜ୍ଞା. ଜାଣିନୁ, ବେଶ ନିର୍ଭୟରେ ହାତ ହତିଆର ତିଆରି କରି ଚାଲିଛୁ? ତୋ ପଛରେ କେତେ ଗୁଣ୍ଡା ରଖିଛୁ ବେ? ଏମିତି କଣ କହୁଛନ୍ତି ଆଜ୍ଞା, ଗୁଣ୍ଡା କୋଉଠୁ ପୋଷିବି? ନିଜ ସଂସାର ପୋଷିବାକୁ ଦିନ ରାତି ଖଟୁଛି.ହଁ ଭାରିତ କଥା କହୁଛୁ. ଡାହାଣ ହାତରେ ବଳା ପିନ୍ଧିଛୁ, ବାଗେଇକି ଚୁଟି ରଖିଛୁ, ତୋ ନିଶ ଦାଢ଼ି ଷ୍ଟାଇଲ ରୁ ତୁ ନିଜେ ଗୋଟେ ବଡ଼ ଗୁଣ୍ଡା ଜଣା ପଡୁଛୁ. କେମିତି ମାରିଲୁ ହରିଚନ୍ଦନ ବାବୁଙ୍କୁ କହ ବେ!ଏମିତି କଟମଟ କରି ଚାହିଁଛୁ କଣ ବେ?? ଉତ୍ତର ଦେଲା କୃଷ୍ଣ, ମାଆ ଏହି ବଳା ଘଟଗାଁ ତାରିଣୀଙ୍କ ଠୁ ଆଣି ପିନ୍ଧେଇଛି, ହାତରେ ବଳ ଦେବ ମାଆ ଲୁହା ପିଟିବାକୁ, ଚୁଟି ନିଶ ଦାଢ଼ି ମାଆ ଆଦେଶରେ ରଖିଛି, ଯୋଉଦିନ ବାପା ଭଲ ହୋଇ ହସ୍ପିଟାଲରୁ ଫେରିବେ , ଝିଅର ଡାକ୍ତରୀ ପଢା ଖର୍ଚ୍ଚ ଯୋଗାଡ଼ ହୋଇ ପାରିବ ସେହିଦିନ ଏସବୁ ମାନସିକ ଚୁଟି ନିଶ ଦାଢ଼ି କାଟିବି ଆଜ୍ଞା? ଭାରି ତ ଅଜଣା ଚାଉଳ ଭାତ ଖାଉଛୁ. ତୋ ଝିଅ ଡାକ୍ତରୀ ପାଇଛି, କେତେ ଟଙ୍କା ହରିଚନ୍ଦନ ବାବୁଙ୍କଠୁ ନେଇ, ଶୁଝିବାକୁ ପଡିବ ବୋଲି ମାରିଦେଲୁ ବେ ତାଙ୍କୁ?? ଦି ବାଡ଼ି କଷି ଇଲେକ୍ଟ୍ରିକ ସକ ଦେଲେ ସତ କଥା ମାନିବୁ କହି ଜିପରେ ଧରି ନେଲେ ଥାନା ବାବୁ. ଦୋକାନ ଚାବି ଦେବାକୁ ଫୁରୁସତ ନାହିଁ.

  ଥାନାରେ ଦି ଚାରି ବାଡି କଷି ଦେଲା ବେଳକୁ, ମାଆ ବୁଢ଼ୀ ପୋଲିସ ବାବୁ ପାଦତଳେ. ମୋ କୃଷ୍ଣ ଭାରି ନିରୀହ ବାବୁ. ଧର୍ମରେ ଥାଏ,ବାହୁର ବଳ ଉପରେ ନିଘା ରଖିଥାଏ ବୋଲି ବାପାକୁ ବଞ୍ଚାଇ ରଖିଛି, ଯେତେ କହିଲି କାହାଠୁ ଧାର କରଜ କରି ଝିଅକୁ ଡାକ୍ତରୀ ଆଡ଼ମିସନ କରା, ମୁଁ ତା ଘରେ କାମ କରି ଶୁଝିବି, କଣ କହିଲା ଜାଣ ବାବୁ, ମୋ ମାଆ କୁ ଗୋତି ଶ୍ରମିକ ରୂପେ ରଖିବି, ତାଠୁ ଭଲ ଜୀବନ ହାରିଦେବି. ବାପା ଶ୍ୱାସ ରୋଗରେ ଜୀବନ ମୃତ୍ୟୁ ସହ ଭେଣ୍ଟିଲେଟରରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ମୋ ସୁନା ଗହଣା ବିକ୍ରୀ କରି ପଇସା ଆଣିବାକୁ ମଧ୍ୟ ମନା କଲା । ମୋ ପୁଅ ଏ ଯୁଗର ଗାନ୍ଧୀ ବାବୁ କେବଳ ମେହେନତ ବଳରେ ତିଷ୍ଠିଛି. ଏମିତିକି ପୋଲିସ ଭୟରେ ଲୁଚିଥିବା, ଆଖ ପାଖ ଦୋକାନୀଙ୍କ ଭଲ ମନ୍ଦ ବି ବୁଝୁଛି. ଚଢେଇ ପେଟ ବି ଚିହ୍ନି ଥାଏ ମୋ ପୁଅ. ଗାନ୍ଧିଜୀଙ୍କ, ତିନି ମାଙ୍କଡ଼ ଭଳି ତିନୋଟି ଗାଇ ଓ ତିନୋଟି ଶୁଆ ପୋଷିଛି. ସକାଳୁ ତାଙ୍କ କଥା ବୁଝି ଦୋକାନ ବାହାରେ. ରାତି କେତେ ନିଘା ନକରି କାମ କରୁଥାଏ. ଏବେ ଦେଖିବ ଯାଅ ବାବୁ, ବିନା ପଞ୍ଜୁରୀର ବିଶ୍ଵସ୍ତ ଶୁଆ ଓ ଗାଇମାନେ ଦୋକାନ ଜଗିଛନ୍ତି. ଏ ବୁଢୀ ବେଶୀ ବକଵକ ହେବୁତ, ପୁଅ ସହ ତତେ ବି ଠୁଙ୍କି ଦିଆଯିବ. ଏତିକି କହି ପୋଲିସ ବଡ଼ବାବୁ ବେତ ଜେମିତି ଜନନୀ ଆଡକୁ ଉଠାନ୍ତି ତ କୃଷ୍ଣ ଶିକୁଳି ଭିଡି ରକ୍ତାକ୍ତ ଅବସ୍ଥାରେ. ଶୁଆ ଦୁଇଟି କୋଉଠୁ ଉଡି ଆସି ପୋଲିସ ଦୁହିଁଙ୍କୁ ଖୁମ୍ପି ଚାଲିଛନ୍ତି. ଗାଇ ଦୁଇଟି ଥାନାରେ ହାଜର ହୋଇ ବୋବାଳି ଛାଡୁଛନ୍ତି.

  ଏତିକି ବେଳେ ସିପେହି ଜଣେ ଆସି ତୁନି ତୁନି ଖବର ଦେଲା, ଟିଭି ଦେଖନ୍ତୁ ବଡବାବୁ, ପ୍ରଫୁଲ୍ଲ ହରିଚନ୍ଦନଙ୍କ ହତ୍ୟାକାରୀ ଧରା ପଡିଗଲାଣି. ଘରୋଇ ହିଂସାରୁ ନିଜ ପରିବାର ଲୋକ ତାଙ୍କୁ ହତ୍ୟା କରିଛି. ପୋଲିସ ବାବୁ କୃଷ୍ଣ ଓ ତା ମାଆ, ଦୁହିଁଙ୍କୁ ନେଇ ଦୋକାନରେ ଛାଡିଆସିବା ବେଳେ ଶହ ଶହ ଦୋକାନୀ ପୋଲିସ ମୁର୍ଦାଵାଦ ଧ୍ବନି ଦେଇ ରାଜ ରାସ୍ତା ଅବରୋଧ କରିଥିଲେ. କୃଷ୍ଣର ଜନନୀ ସମସ୍ତଙ୍କୁ ବୁଝାଇ ଶାନ୍ତ କରିଥିଲେ. ପୋଲିସ ବାଧ୍ୟ ହୋଇ, ଦୋକାନ ଚାବି ଦେଇ,କୃଷ୍ଣ ଓ ତା ମାଆଙ୍କୁ ଘରେ ଛାଡିଥିଲେ. ଗାଇ ଓ ଶୁଆ ତିନୋଟି ମଧ୍ୟ ପହଞ୍ଚି ଯାଇଥିଲେ ପଛେ ପଛେ. ମାଆ ପ୍ରଥମେ ପୁଅକୁ ଖୁଆଇ କ୍ଷତରେ ଔଷଧ ଲଗାଇ ସାରିବା ପରେ ଅନ୍ୟମାନଙ୍କ ସହ ମିଶି ଖାଦ୍ୟ ଗ୍ରହଣ କରିଥିଲେ. ସେହି ବର୍ଷ ଜନରାଜ୍ୟ ଦିବସରେ କୃଷ୍ଣ, ସ୍ୱତନ୍ତ୍ର ଅତିଥି ହୋଇ ପୁରସ୍କୃତ ହେବା ପୂର୍ବରୁ ମାଆଙ୍କ ଆଶୀର୍ବାଦ ନେଉଥିଲେ.



Rate this content
Log in

Similar oriya story from Classics