Mr.GAGAN BIHARI NAYAK

Crime Inspirational

4.0  

Mr.GAGAN BIHARI NAYAK

Crime Inspirational

କ୍ଷତାକ୍ତ ଶିଳା

କ୍ଷତାକ୍ତ ଶିଳା

9 mins
231


ସେ ଜେଲରୁ ମୁକ୍ତି ହୋଇ ଆସିବା ପରେ ବି ଦୁନିଆଁ ତାକୁ ଅପରାଧୀ ଆଖିରେ ଦେଖିବ, ସେ କଥା ବହୁତ ଆଗରୁ ବୁଝିପାରିଥିଲା। ଜେଲର ଚାରି କାନ୍ଥକୁ ଆପଣାର କରି ବିତେଇ ଦେଇଥିବା ଅନେଜ ଫଗୁଣର ଗନ୍ଧକୁ ଓ ଶ୍ରାବଣୀର ଛନ୍ଦକୁ ଏକ ଭାବୁକ ହୋଇ ସେ ନିରବରେ ବସି ଅନେକ ପ୍ରଶ୍ନ କରି ବି ତା’ର ଉତ୍ତର ପାଇନି ।ସେଥି ପାଇଁ ସେ କିମ୍ବା ତା’ର ଅଶିକ୍ଷିତ ଜୀବନ ଦାୟୀ ଏବେବି ବୁଝି ପାରିନି ସେ । ହେଲେ ଏତେବଡ ଦୁନିଆଁର ସେ କିଛି କ୍ଷତି କରିନି । ଦୁନିଆଁ କ’ଣ ପାଇଁ ତା’କୁ ଏମିତି ଆଖିରେ ଦେଖୁଛି । ଭାବୁଥିଲା ସେଇ ଚାରି କାନ୍ଥ ଭିତରେ ରହି ଜୀବନଟା କାଟି ଯାଇଥା’ନ୍ତା କି ? ହେଲେ, ପାରେନି, ତା’ ଆଖି ଆଗରେ କାନ୍ଦୁରା ଆଖିରେ ତା’ଝିଅର ଛବିଟା ନାଚି ଉଠେ । ସେ ବ୍ୟାକୁଳତା ଭିତରେ ପାଲଟି ଯାଏ ଏକ ମମତାର ଉନ୍ମତ୍ତ ପାଗଳ ମଣିଷ । ବେଳେ ବେଳେ ପାଗଳାମି ବଢି ଯାଏ- । ନିଜକୁ ରଖି ପାରେନା, ମନେ ମନେ ଡାକି ପାକାଏ- ।“ଏ-ଯାନୀ- ଯାନୀଲୋ – ତୁ ସେଇଠି ଥା, ମୁଁ ଗୋହିରୀ ବାଟେ ଯାଉଛି – ‘’।

ଇଏ ହେଉଛନ୍ତି, ଜଙ୍ଗଲି ସଭ୍ୟତା ଭିତରେ ହଜି ଯାଇଥିବା କେତେକ ମଣିଷ ଭିତରୁ ଜଣେ-ଜଗୁଆ ମାଝି । 

ସକାଳର ନାଲିମାରେ, ସଞ୍ଜର ଗୋଧୂଳି ଭିତରେ ନିଜକୁ ହଜେଇ ଦେଇ, ଜୀବନ ବଞ୍ଚେଇବାର ଏକ ବ୍ୟସ୍ତ ଚରିତ୍ରର ଚେହେରା- ଜଗୁଆ-।

ଘରେ ଜଗୁଆର ସ୍ତ୍ରୀ’ ଓ ଗୋଟିଏ ଝିଅ, ସେଇ ସଂସାର ଭିତରେ ସେ ନିଜକୁ ହଜେଇ ଦିଏ । ବର୍ଷାର ଗର୍ଜନ ଓ ଶୀତର କମ୍ପନକୁ ନିଜର ସାଥି କରି ବଇଁଚା ପାହାଡକୁ ନିଜର କର୍ମ କ୍ଷେତ୍ର ଭାବି ତାରି ବୁକୁ ପରେ ମାରି ଚାଲିଛି ଗଇଞ୍ଚି- କୋଦାଳ । ମା’ ମାଟି ଦେଇଛି ସୁନାର ଫସଲ । ସୋରିଷ, ମକା, ହଳଦୀ, ଅଦା ଓ ରସୁଣ ପିଆଜ ଆମଦାନୀ କରି, ବିକ ବିକି କରି ଖୁବ ଭଲରେ ବଞ୍ଚିଛି। କେହି ଜଣେ ଭଦ୍ର ବ୍ୟକ୍ତି ସହରରୁ ଆସିଥିଲେ, ହେଲେ ସେ ଘରେ ନ ଥିଲା, ତା’ ସ୍ତ୍ରୀ ସହିତ କିଛି କଥା ହୋଇ ଚାଲି ଗଲା । ଗଲା ବେଳେ ତା’ ଫୋଟୋ ଓ ନେଇ ଯାଇଛି, ଆଉ କହିଛି- କେବେ ଆଉଥରେ ଆସିବ। ତାଙ୍କ ଗାଆଁରେ ରାସ୍ତା ହେବ- ପୋଲ ହେବ, ସେ ସେଇଠି ରହି କାମ କରିବ। ଜଗୁଆ ଓ ତା’ ପରିବାର ଟିକେ ଭଲରେ ମନ୍ଦରେ ସାହାର୍ଯ୍ୟ କରିବେ । ବହୁତ ଖୁସି ହେଲା ଜଗୁଆ । ସରଲ ମଣିଷ ସେ-। ମଣିଷ, ମଣିଷ ଭିତରେ ସଂପର୍କକୁ ସେ ସ୍ଵର୍ଗୀୟ ସମ୍ପର୍କ ଭାବେ। ମଣିଷ ସଭ୍ୟତା ସେଇଥିରେତ ବଞ୍ଚି ରହିଛି କେଉଁ ଆଦିମ କାଳରୁ । ବାବୁ ଜଣେ ମୋ’ ଘର ପାଖରେ ଡେରା ପକେଇବା କଥା ଶୁଣି, ଖୁବ ଆନନ୍ଦିତ ହେଲା ଜଗୁଆ। 

ସୁନେଲି କିରଣରେ ଉଦଦ୍ଭାସିତ ଜଙ୍ଗଲ- କାକଳିମାର ଗୁଞ୍ଜନ। ଦଳେ ମାଙ୍କଡ ବସି ନିଜ ପରିବାର ସହିତ ସୁଖ ଦୁଃଖ ବାଣ୍ଟୁ ଥିଲେ । ଜଗୁଆ ଏକ ଲୟରେ ଦେଖୁଥିଲା ସେମାନଙ୍କ ଭିତରେ ଥିବା ଆତ୍ମୀୟତା । ଗୋଟିଏ ମାଙ୍କଡ ଶାବକକୁ ନେଇ ସେମାନଙ୍କ ଭିତରେ ଥିବା ଆଦେଖା ବାତ୍ସଲ୍ୟତା। ନୂଆ ଦିନିଆଁରେ ପଦ ଥାପି ଥିବା ଶାବକଟି ଚାଲି ନ ପାରୁ ଥିଲେବି, ସମସ୍ତ ମାଙ୍କଡ ମାନେ ମିଳି ମିଶି ଚଲେଇ ବା ଶିଖାନ୍ତି । ଏ ଡାଳରୁ ସେ ଡାଳ ଲମ୍ପ ଦେବା । କେହି କେବେ କାହାର ଛୁଆ ବୋଲି ଭାବିନଥା’ନ୍ତି । କୋଳରେ ଧରି ଅନ୍ୟମାନେ ତା’ର ମା’ ଓ ବାପ ଠାରୁ ଅଧିକ ସ୍ନେହରେ ଲାଳନପାଳନ କରିଥା’ନ୍ତି । ଏଇତ ପଶୁ ଜଗତର ଶ୍ରେଷ୍ଠ ଆତ୍ମୀୟତା ।ଯାହା ମଣିଷ ଭିତରେ ଖୁବ କମ ଦେଖିବାକୁ ମିଳେ।ଏଇ ମଣିଷମାନେ ପଶୁଙ୍କ ଠାରୁ ଶିଖି କିଛି ଅବଧୁତ୍ତରୁ ମହା ଅବଧୂତ୍ତ ପାଲଟିବା ଉଚ୍ଛିତ । 

‘’ମଣିଷ ଭୁଲି ଯାଏ ମାନବିକତା। ଆଦରି ନିଏ କେବେ କେବେ ପାଶବିକତା । ହେଲେ ପଶୁ ମାନେ ମଣିଷ ଠାରୁ ବହୁତ ଉର୍ଦ୍ଧରେ ବୋଲି ଏଇ ତା’ର ଜ୍ଵଳନ୍ତ ପ୍ରମାଣ‘’ ।

ପଶୁ ସହିତ ଜୀବନ କାଟୁ ଥିବା ଓ ସେମାନଙ୍କୁ ନେଇ ସର୍କସ ଦେଖାଉଥିବା ଲୋକେ ବଞ୍ଚି ଆସିଛନ୍ତି ସେଇ ପଶୁ ମାନଙ୍କ ଖେଳ କୌଶଳ ପାଇଁ। ସେମାନଙ୍କର ହୃଦୟରେ ନ ଥାଏ ପର ଆପଣାର। ସେମାନେ ପଶୁ ....ଏଇ ପରିଚୟ-। କେବଳ ସେତିକି ନୁହେଁ, ବୈବାହିକ ମଣିଷ ହୁଏତ ଭୁଲି ଯାଇ ଅନ୍ୟ ସଂସାର ବସେଇ ପାରନ୍ତି , ହେଲେ ଏଇ ପଶୁ କେବେ ବି ସେ ଭୁଲ କରି ନ ଥାନ୍ତି । ସେଇଥି ପାଇଁ ତାଙ୍କଠାରେ ନ ଥାଏ ଅନୁବଂଶିକ ସଂକରଣ କିମ୍ବା ବଂଶ-ପରମ୍ପରାଗତ ବିମାରୀ। ହେଲେ ମଣିଷ ଭିତରେ ଯେମିତି ଜମାଟ ବାନ୍ଧି ରହିଛି । କାରଣ ସେ ସଂଯମୀ ନୁହେଁ ।

ପଶୁ ଜଗତର ଆତ୍ମୀୟତା ଦେଖି ଆତ୍ମହରା ହେଇ ଯାଏ- ଜାଗୁଆ । ମନେ ମନେ ହସେ- କିଛି ସମୟ ତା’ ଝିଅ କଥା ଭାବେ। କହେ ମୋ’ ଝିଅକୁ ମୁଁ ଏମିତି କରି ଥିଲି। ଯେମିତିକି, ସେ ତା’ ମା’ କୋଳ ଭୁଲି ଯାଇ ମୋ’ ବାହୁ ତା’ ପାଇଁ ଝୁଲଣା ପାଲଟି ଯାଇ ଥିଲା।

ହଜି ଯାଏ, ଜଙ୍ଗଲରେ, କର୍ମ ଭିତରେ- । ଅସ୍ତଗାମୀ ସୂର୍ଯ୍ୟ ସମଯର ସୂଚନା ଦିଏ-। ବିଦାୟ ନିଏ ଗୋଟିଏ ଦିନ । ଆଗାମୀ ଦିନର ସକାଳକୁ ଅପେକ୍ଷା କରେ ସାରା ସଂସାର।  

ଜମି କାମ ଶେଷ କରି ଫେରି ଯାଏ –ଜଗୁଆ। 

ଘରେ ପହଞ୍ଚେ- ଝୁମ୍ପୁରା ବର ଗଛମୂଳେ ତା’ ଫେରିବା ବାଟକୁ ଚାହିଁ ବସିଥିବା ଯାନି ଦେଖେ। ଦଉଡି ଯାଇ ତା’ ବାପା କାନ୍ଧରେ ଥିବା ଉପକରଣରୁ କିଛି ଧରିବାକୁ ଜିଦ୍ କରେ। ଇଚ୍ଛା ନଥାଇ ବି ଜାଗୁଆ ଅଝଟି ଝିଅ ଆଗରେ ମୁଣ୍ଡ ନୂଆଁଏ । ନସର-ପସର ହୋଇ ଝିଅ ଆଗେ ଆଗେ ଚାଲେ, ପଛେ ପଛେ ଆସେ-ଜଗୁଆ। 

ସମୟ ବିତିଯାଏ- ମାସ-ବର୍ଷ-। ଯାନିର ବୟସ ବଢି ଚାଲେ- ଏବେ ଯାନି ଜାଣିବାର ବୟସରେ ଉପନୀତ। ସୋରିଷ କ୍ଷେତର ଫୁଲଭଳି ଜୀବନ ଯମୁନାରେ ଲହଡା ଭାଙ୍ଗୁଥିବା ବୟସକୁ ଦେଖି, ସେ ଭାବେ ତା’ ସଂସାର କଥା। ହେଲେ ତା’ ଭଳି କିଏ ଜଣେ ଭଲ ବନ୍ଧୁ ମିଳିବ । ଝିଅକୁ ବିଦା କରିବ ଶାଶୁ ଘରକୁ, ଯିଏ କି ଦେଇ ପାରିବ ତାକୁ ଛ’ଟାଛେଳି ଗୋଟାଏ ଗାଈ ଦି’ଟା ମଇଁଷି ଓ ଧାନ ମୁଗ, ସେଇଥି ହେବ ତା’ ଝିଅର ବାହା ଘର। 

ଭିନ୍ନ ସଭ୍ୟତା-। ଯେଉଁ ସଭ୍ୟତାରେ ନାହିଁ ଜାନି-ଜଉତୁକ ।ନିଆରା- ସମାଜର ଶିକ୍ଷା ସେଇଠୁ ନେବା ଉଚିତ। ଯେଉଁଠି ସତୀଟିଏ ନିଜ ଜୀବନକୁ ଜଉତୁକ ନିର୍ମମ ରାକ୍ଷସ ହାତରେ ମରେନା। ମରେନା ସେ କେଉଁ ପାପୀର ଷଡୟନ୍ତ୍ର ଚକ୍ରବ୍ୟୁହରେ –ଅସହାୟ ହୋଇ ,ନିରୂପାଯ ହୋଇ କିମ୍ବା ସମାଜ,ସଂସ୍କୃତି ଓ ସଂସାରକୁ ଦ୍ଵାହି ଦେଇ। 

ସମାଜ ଶିଖାଏ- ନାରୀ ମା’-ଭଗ୍ନୀ ଓ ଜାୟା । ସେ ମମତାର ଶେଷ ସୀମାନ୍ତ-। ଅନାବିଳ ମମତାର ସିଦ୍ଧାନ୍ତ । ପ୍ରେମ-ପ୍ରାଣର ଦୀପକ ହୋଇ କରେ ସଂସାରକୁକୁ ଦୀପ୍ତିମନ୍ତ। ସବୁ ହାର ମାନେ, ଏଇ ନିରୀହ ମଣିଷର ବଞ୍ଚିବା ଓ ଘର ବସେଇବା ଉପପାଦ୍ୟ ଆଗେ। ସେ ପ୍ରମାଣ କରେ- ‘’ସ୍ଵାମୀ ହିଁ ସୁଖ ଦୁଃଖ ଦାତା- ବିଶ୍ଵ ସଂସାରେ ବଳବନ୍ତା’’। ସେ ବିବାହ କରିବ ଯେତେବେଳେ ସେ ଦେବ ତା’ର ପାଳନ ପୋଷଣର ଶ୍ରେଷ୍ଠ ପରିଚୟ, ଆଉ ସେଇଟା ହେଉଛି- ବିବାହ ପୂର୍ବରୁ ସ୍ତ୍ରୀକୁ ଉପହାର ତା’ପରେ ବିବାହ। ତେଣୁ ବିବାହ କେବଳ ନୁହେଁ ବାହାଘର ପରେ ପୋଷିବାର ବଳ ଥିବା ଦରକାର ଯେ’କି, ସେତିକି ଦବାର ଶକ୍ତି ଥିବା ଉଚିତ। ସ୍ତ୍ରୀ’କୁ ଓଲଟି ଜଉତୁକ ଦେଇ ବାହା ହେଉଥିବା ଲୋକ କେବେହେଲେ ସ୍ତ୍ରୀକୁ ତା’ ବାପା ଘରୁ ଜଉତୁକ ଦାବି କରିବ ନାହିଁ। ଯେଉଁଠି ନ ଥାଏ, ଜଉତୁକ ଜୁଇରେ ବଳି ପଡିବାର ସମ୍ଭାବନା ନବ-ବଧୂଟିର।

ତଥାପି...ଚାଲିଛି, ଝିଅ ବଞ୍ଚାଅର ଡାକରା- 

କିନ୍ତୁ ଜଉତୁକ ସଂସ୍କାର କାହିଁ- କାହିଁ ସେ ନୂଆ ବୋହୁଟିର ଆତ୍ମକାହାଣୀ ଭିତରେ ତା’ ସୁଖ ସ୍ଵପ୍ନ ବୋଳା ସମ୍ଭାବନାର ଜୀବନ । କେହି କେହି ଲୋଭୀ କୁକୁରମାନଙ୍କର ଶିକାର ତ କେହି ଅପରିଣାମଦର୍ଶୀ ସ୍ଵାମୀର କ୍ରୋଧର ଶିକାର-। ତା’ପରେ ଜଳି ଉଠେ ଜୁଇଚିତ୍ତା।ପଡିରହେ ପାଉଁଶ ମେଞ୍ଚାଏ । କେବଳ ଶୁଣା ଯାଏ- ନୂଆ ବୋହୁଟି ମରିଗଲା । ଦେହ ଖରାପ ଥିଲା – ଏମିତି କେତେ କ’ଣ....।

ମମତା, ଭକ୍ତି, ସ୍ନେହ ଓ ପ୍ରେମର ସନ୍ଦେଶ ବାଣ୍ଟୁ ଥିବା ମଣିଷ ଏତେ ଭୟଙ୍କର ହୋଇପାରେ ?  

ପ୍ରେମ ଟିକେ ଖୋଜି ବୁଲୁଥିବା ମଣିଷ ଅର୍ଥ ପାଇଁ ହତ୍ୟା କରି ଅପରାଧୀ ହୋଇ ପାରେ- । 

ସେ ବୁଝିପାରେନା, ଝିଅକୁ ଜନ୍ମ କରିଥିବା ତା’ ପିତାର ହୃଦୟକୁ -, ଚିହ୍ନି ପାରେନା ତା’ ମାର ମମତାକୁ, କେଇଟା ଅର୍ଥ ହିଁ ଉପସଂହାର ହୋଇ ଯାଏ-ଟାଣି ଦିଏ ଜୀବନର ଜବନିକା ।ଲିଭି ଲିଭି ଆସେ ଶକ୍ତିମୟୀ ନାରୀର ସତ୍ତାର ସଳିତା 

ଏ ସବୁର ବ୍ୟତିକ୍ରମ ଏଇ ନିରୀହ ମଣିଷ ପାଖରେ, ହାରିଛି ସଭ୍ୟତାର ଶିଖର ନିଦର୍ଶନ। ଗୀତା ଓ ପୁରାଣ । ଯେ’ ବୁଝିଛି ଜୀବନର ଅସଲି ଅର୍ଥ-‘’ପାପାୟ ପରପୀଡନମ’’।

.......ସେ ଦିନ ଖୁବ ଶୀଘ୍ର କାମରୁ ଫେରି ଆସିଛି ଜଗୁଆ । ଝିଅ ବଢି ଦେଇଛି ବଋ ବାଇଗଣ ଛେନିଆରେ ଭରତ୍ତା । ସ୍ତ୍ରୀ’ ଚାହିଞ୍ଚି ଜୁଲୁକି ଫାଙ୍କରେ-। ଖାଇ ବାକୁ ବସିଛି ଜଗୁଆ ।

ସହରୀ ବାବୁ ଜଣକ ଆସି ଠିଆ ହେଲେ ଦୂଆରେ-। 

ଚିହ୍ନିବା କଷ୍ଟକର ଥିଲା ଜଗୁଆ ପକ୍ଷେ। -କିଏ ? କହିବା ଆଗରୁ ତା’ ସ୍ତ୍ରୀ ପରିଚୟ ଛଳରେ କହିଲା- ଏଇ ବାବୁ ସେ ଦିନ ଆସିଥିଲେ। 

କ’ଣ’ କିଛି ପଚାରିବା ଆଗରୁ ବାବୁ ଜଣକ କହିଲେ-‘’ ଦେଖ ମୁଁ ଆସିଛି ତୁମ ଗାଆଁରେ ରାସ୍ତା ଓ ନଦୀ ବନ୍ଧ ଯୋଜନା କରି ତୁମମାନଙ୍କର କିପରି ଉନ୍ନତି ହେବ ସେଇ ସବୁ କାମ କରାଯିବ। ମୁଁ କିଛି ଦିନ ରହିବି ।ସବୁ ସୁବିଧା ମୋ’ପାଇଁ ହେବା ଦରକାର। ମୋତେ ଅନ୍ତତଃ ରହି ବାକୁ ଖଞ୍ଜାଟିଏ ଦରକାର । 

-ହଁ , କଲା ଜଗୁଆ। ତା’ସ୍ତ୍ରୀ କିଛି ଜାଣି ନ ପାରୁଥିଲେ ବି, ଏତିକି ଜାଣି ପାରୁଥିଲା କି, କେହି ଜଣେ ଅତିଥି ତାଙ୍କ ଘର ପାଖରେ ରହିବେ। 

-ଅତିଥି ବାହାର କଲେ ନିଜ ବ୍ୟାଗରୁ କିଛି ନୂଆ ଜିନିଷ – ସେଥିରେ ଥିଲା, ଗୋଟିଏ ଶାଢୀ । କିଛି ଉପହାର ସ୍ୱରୂପ ମିଠା।ଯାହାକୁ ସେ ପ୍ରଥମେ ଜଗୁଆର ସ୍ତ୍ରୀ’ପାଇଁ ଆଣିଥିଲା। ଜଗୁଆ ବହୁତ ତା’ ସ୍ତ୍ରୀକୁ ଭଲ ପାଏ ସ୍ଵଭାବିକ ସମସ୍ତେ ଭଲ ପା’ନ୍ତି । ଯେଉଁଠି ପ୍ରଥମେ ସ୍ତ୍ରୀକୁ ବାହା ହେବାକୁ ବାହା ହେବାକୁ ଛେଳି, ମଇଁଷି, ଗାଈ କନ୍ୟା ଘରକୁ ଦାନ କରା ଯାଏ, ସେଠାରେ ସ୍ୱାମୀର ସ୍ତ୍ରୀ ପ୍ରତି କେତେ ଭଲ ପାଇବା ଥାଏ , ତାହା ଅନୁମେୟ ।

ଅତିଥି ଥିଲେ ଜଣେ ଠିକାଦାର- ଦୀର୍ଘ ସମୟ ଯାତ୍ରାରୁ ନିସ୍ତାର ପାଇବାକୁ ସେ ନିଶାଦ ପଲ୍ଲୀର ଜାଗୁଆର ଆତିଥେୟତା ପାଇଁ ଦଉଡି ଯାଇଥିଲା ।ଜାଣିଥିଲା, ଜଙ୍ଗଲରେ ବସତି ସ୍ଥାପନ କରି ରହୁଥିବା ମଣିଷ ଖୁବ ସରଳ ଓ ନିଷ୍କପଟ ହୃଦୟ ।

ସେଇ ସରଲତାର ସୁଯୋଗ ଦ୍ଵାରା ଜିତିହେବ ମନ ଓ ତା’ ପରେ ଧୀରେ ଧୀରେ ଦେହ। ଯାହା ମଣିଷର ଲମ୍ପଟ ପଶୁ ପ୍ରବୃତ୍ତି ।

ସେଇମିତି ଉପାୟରେ ତ’ ମହାପ୍ରଭୁ ଶ୍ରୀ ନୀଳ ମାଧବଙ୍କୁ ବିଦ୍ୟାପତି ହରଣ କରି ପୁରୀ ଧାମକୁ ନେଇ ଯାଇଥିଲା । 

ଯାହାକୁ ଠକିବା ସହଜ, ସେମାନେ ହେଉଛନ୍ତି-ଏଇ ସରଳ ମଣିଷ। ଯେଉମାନେ ଭାରତରେ ଦେଇ ଆସିଛନ୍ତି ଅନ୍ୟକୁ ରହିବା ଓ ବଞ୍ଚିବାର ସୁଯୋଗ। ଏଇ ସେଇ ମଣିଷ ଯିଏ ସଭ୍ୟତା ଠାରୁ ଦୂରରେ ରହି ଦାନ କରି ଦେଇଛି-ଜାଗା ଓ ଜମି। ଆବୋରି ନେଇଛି ଶେଷରେ ଜଙ୍ଗଲ। ଯେଉଁଠି ହିଂସ୍ର ଜନ୍ତୁ-। ଯେଉଁଠି ନାହିଁ ସଭ୍ୟତାର ଛାପ। ଯେଉଁଠି କେବଳ ଈଶ୍ଵର ଭରସାରେ ବଞ୍ଚି ହୁଏ। ଯେଉଁଠି ଜୀବନର ଆର୍ତ୍ତନାଦ ସେଇ ଜଙ୍ଗଲରେ ମିଳେଇ ଯାଏ। ଯେଉଁଠି ଝରଣା, ଉନ୍ମାଦିନୀ ନାରୀଟିଏ ହୋଇ ଠିଆ ହୁଏ ଓ ଜଳ ଦାନ କରେ। ଯେଉଁଠି ଓ ସ୍ଵର୍ଗ ନର୍କର ମହାନ ମିଳନର ପର୍ବ ଏକ ଗୋଲାର୍ଦ୍ଧର ବଳୟ ଭିତରେ ମିଶି ଯାଏ। ଯେଉଁଠି, ପହଞ୍ଚି ପାରେନା, ମଣିଷ । ସେଇଠି ବଞ୍ଚିବା କେଡେ କଷ୍ଟ-।

ତଥାପି, କେଇଜଣ ଜଙ୍ଗଲକୁ ମା’ ଭାବି ମାନବ ସଭ୍ୟତା ଠାରୁ ଦୂରେ ରହି, ସହରୀ ଓ ମଫସଲୀ ଲୋକୋମାନଙ୍କ ପାଇଁ ପାଲଟି ଯାଇଥାନ୍ତି ମାଟିର ମଣିଷ।ଉପାର୍ଜନ କରି ଯୋଗେଇଥାନ୍ତି ବିଭିନ୍ନ ଫସଲ।ଯେତେ ବେଳେ ସେଇ ଫସଲ ଅଧିକ ପାଇଁ ବନ୍ଧ ତିଆରି ହେବ। ଏକଥା ଶୁଣି ଜଗୁଆର ସଭିଏଁ ଖୁସିରେ ଅଧୀର ହେଲେ। ନିଜ ଅବୟବକୁ ଥରେ ଚାହିଁ ନେଲା ଜଗୁଆ। କହିଲା-‘’ ବନ୍ଧ ଓ ରାସ୍ତା ହେଇଗଲେ ସେ ଆହୁରି ଜମିରେ କାମ କରିବ। ବେଶୀ ଫସଲ ହେବ ଓ ସେଇ ଫସଲ ଅମଳ କରି ନୂଆ କରି ହେଇଥିବା ରାସ୍ତାରେ ନେଇ ସହରରେ ବିକିବ। ଆଉ ଏଣିକି ତା’କୁ ଖାଲ ଖମା ଡେଇଁ ଯିବାକୁ ହେବନି। ‘’

ଅତିଥିକୁ ଈଶ୍ୱର ଭାବି ଖଞ୍ଜାରେ ରସି-ଖଟଟି ପକାଇ ଦେଇ କହିଲା-“ ବାବୁ ବିଶ୍ରାମ ନେ’। ଖାଇବୁ ଯଦି କାକୁଡି, ମୂଳା ଅଛି ।

-ଅତିଥି ମହାଶୟ ମନା କରି ଦେଲେ। 

ଜଗୁଆର ମନ ମାଣିଲା ନାହିଁ । ଯାନୀକୁ ଡାକି କହିଲା, ଖାଇବାକୁ ଦେଇ ଦେବାକୁ। 

ଯାନୀ ନିଜର ଚପଳାମି ଢଙ୍ଗରେ ନେଇ ଥୋଇବା ବେଳକୁ ବାବୁଙ୍କ ଆଖିଲାଖି ରହିଲା, ଯାନୀ ଉପରେ ।ଯାନୀ ଖାଇବାକୁ ଦେଇ କିଛି ସମୟ ରହି ଚାଲି ଆସିଲା । 

ବାପା ସହିତ ସଜ ହେଲା ଯିବାକୁ ଜଙ୍ଗଲ ଭିତରେ ଥିବା ଜମିକୁ। ସାଥିରେ ନେଇଗଲା ଛେଳି ଗୋଠ ଓ ବିଶ୍ଵସ୍ତ କୁକୁର। ଆଗେ ଆଗେ ଜଗୁଆ, ପଛେ ପଛେ ଯାନୀର ପ୍ରିୟ ଛେଳି ପଲ୍ । ଜଗୁଆ ବହୁତ ଦୂରକୁ ଚାଲି ଗଲାଣି । ଦେଖିଲା ପଛରେ ଯାନୀର ଛେଳିପଲ୍ଲ କି କୁକୁର ନାହି। ଭାବିଲା ଜଗୁଆ -ଜଙ୍ଗଲର ଅଙ୍କା ବଙ୍କା ଗଛରେ ଛନ୍ଦି ହେଇ ଯାଇଥିବା ଛେଳି ଟିକୁ ମୁକ୍ତି କରିବାକୁ ଯାଇ ଯାନୀ ରହିଯାଇଛି ବୋଧେ! ।

ଡାକ ଦେଲା, ଯାନୀ.........ହେ!ଯାନୀ ......କୋଇଠି ରହିଲୁକି?

ପ୍ରତିଧ୍ଵନିତ ହେଲା ଏକ ଫିତାର ଆହ୍ଵାନ- ଅନ୍ତର ଆତ୍ମାର । 

-କୁକୁର ଜାଣି ପାରି ସଂକେତ ଦେଲା, ଯାନୀ – ତା’ ଜୀବନ ତା’ ଏକମାତ୍ର କନ୍ୟାତା’ ପାଖରେ ଅଛି। 

ଆଶ୍ଵସ୍ତ ହେଲା ଜଗୁଆ। ଳାଗିଗଲା କାମରେ-।

କ୍ଷୀର କୋଳିର ସଂଭାର – ହାଟ;ଲାଗିଛି ଜଙ୍ଗଲ ଗହିରୀ କ୍ଷେତରେ- 

ଛାଇ ଲେଉଟାଣି ବେଳ- ଅପରାହ୍ନ । ମୁଣ୍ଡ ଉପରୁ ସୂର୍ଯ୍ୟ ତଳକୁ ଖସି ଗଲେଣି । ଲେଉଟିଳେ ବାପ ଝିଅ ଦୁହେଁ । 

ଘରେ ପହଞ୍ଚି, ଖବର ନେଲା ଅତିଥିର ଯାନୀ-। ଖାଇ କି ଖଞ୍ଜା ଘରେ ଶୋଇଛନ୍ତି ଅତିଥି। 

ଯାନୀ ପହଞ୍ଚି ଦେଖେତ-ଅତିଥି ଉପରକୁ ଚାହିଁ କିଛି ଭାବୁଛନ୍ତି।

-ଯାନୀ କହିଲା- କି ବାବୁ ଶୋଇବୁ ନାଇଁ କି? 

-ଅତିଥି ମୁହଁରେ ହସ ଓ ପାଖକୁ ଡାକିବାର ଇଶାରା।

କିଛି ନ ଭାବି ଅତିଥି ପାଖରେ ବସି ପଡିଲା ଯାନୀ। ସେ ସେମିତି ତା’ବାପା ଓ ମା ପାଖରେ ବସେ । କିନ୍ତୁ ଏ ବସିବାକୁ ଏକ ଭିନ୍ନ ଆଖିରେ ଦେଖୁଥିଲା ଅତିଥିର ମନ । ସେ ଚାହୁଁଥିଲା ଏମିତି ଯାନୀ ସବୁବେଳେ ଆସି ବସନ୍ତା କି, ସେ ତା’ର ସେଇ ମୋନାଲିସା ଛବିଟିକୁ ଦେଖୁଥାନ୍ତା। ପ୍ରଥମ ଦେଖାରେ ଅତିଥିର ପାପ ଆଖି ନିବଦ୍ଧ ଥିଲା ଯାନୀର ଅବୟବ ଉପରେ। ଯାନୀ ଲାଜେଇ ଯାଇ ପଚାରିଲା କ’ଣ ବାବୁ ଚାହିଁଛୁ । 

ସରଳ ମଣିଷର ଝିଅ- ଜଙ୍ଗଲର ଡାକ ଶୁଣେ- ବୁଝେ ସେ ପ୍ରକୃତିର କଥା। ଏ ପାପ କଥା ବୁଝିବ କିମିତି। ଚାଲି ଆସିଲା-।

ବନ୍ଧ କାମ ଆରମ୍ଭ ହେଲା –

ଶହ ଶହ ଶ୍ରମିକକୁ ନେଇ କାମ ଚାଲିଲା ...... ।

ଯାନୀ ଘରେ ରହି କାମ ଦାମ କରେ- ବାପ ମାଆ ଦୁହେଁ କାମ କରିବାକୁ ଯାନ୍ତି।

ବନ୍ଧର ଅରପଟେ ଆନିକଟରେ ଜଳ ବାନ୍ଧି ରଖା ଯାଇଥାଏ। ଏପଟେ ଚାଲିଥାଏ କାମ।

ଅତିଥିର ଆଖିରେ ନାଚୁ ଥାଏ ଯାନୀର ଚପଳାମି ଓ ପିଲାଳିଆଢଙ୍ଗ । ଯାନୀ ସହିତ ସମ୍ପର୍କକୁ ଏକ ଶାରୀରିକ ସମ୍ପର୍କରେ ପରିଣତ କରିବାକୁ ଅତିଥି ଠିକାଦାର ସ୍ଵପ୍ନ ଦେଖୁ ଥାଏ। 

ଦିନେ ହଠାତ- ଏକ ବାହାନା ନେଇ ଠିକାଦାର ପହଞ୍ଚି ଯାଇଛି ଜଗୁଆ ଘରେ। ଜଗୁଆ ବନ୍ଧ ନିର୍ମାଣରେ ବ୍ୟସ୍ତ । କାରଣ ଅତିଥି ତାଙ୍କର ନିଜ ବୋଲି ଭାବେ ସେ। ସମସ୍ତେ ଜଗୁଆକୁ ମାନନ୍ତି କାରଣ ଜଗୁଆ ହେଉଛି ସେ ଅଞ୍ଚଳର ଜଣେ ଜଣା ଶୁଣା ଲୋକ। 

ଠିକାଦାର ଅତିହୀ ଦେଖିଲା, ଯାନୀ ଖଞ୍ଜା ଘରେ ଖାଇପିଇ ଶୋଇ ଯାଇଛି। ଏଇ ସୁଯୋଗକୁ ଅପେକ୍ଷା କରି ଥିଲା ନାରୀ ମାଂଶ ଲୋଭୀ ଠିକାଦାର। ହିଂସ୍ର ଠାରୁ ଆହୁରି ହିଂସ୍ର ହୋଇ ଉଠିଲା ସେ। ନିଦ୍ରିତ ଯାନୀ ପ୍ରତି ଯାହା ବ୍ୟବହାର ଥିଲା ତାହା ଅତ୍ୟନ୍ତ ନିନ୍ଦନୀୟ ।

କାମରେ ଜଗୁଆର ମନ ଲାଗୁ ନ ଥାଏ। ସେ ବାହାନା କରି ସୁପରଭାଇଜରକୁ କହି ଘରକୁ ଆସି ଦେଖେତ ହିଂସ୍ର ଠିକାଦାର ପାଶବିକ କର୍ମରେ ବ୍ୟସ୍ତ ।ନିରିହା ଯାନୀ ବିକଳରେ ରଡି ଛାଡୁଛି। ସହି ପାରିଲା ନାହିଁ ଜଗୁଆ ଧରିଥିବା ଗଇଞ୍ଚିରେ ମୁଣ୍ଡକୁ ଶକ୍ତ ପାହାର ଦେଲା। ଟଳି ପଡିଲା ଠିକାଦାର- ରକ୍ତର ସ୍ଵାଦ ଚାଖୁଥିଲା ମାଟି ମା’-।ନାଇଁ ଆସିଥିଲା ସଞ୍ଜ-।

ତାପରେ- ଅପରାଧୀ ବନ୍ଧନରେ ବାନ୍ଧି ହୋଇ ଗଲା ଗୋଟିଏ ନିରପରାଧ ଜୀବନ-। 

ଝିଅଟି ପାଇଁ ଏତେବଡ ଅପରାଧ ମୁଣ୍ଡକୁ ନ ନେବାକୁ କେତେ କି ବୁଝେଇ ଥିଲେ, ହେଲେ ଅବୁଝା ଥିଲା ବାପର ମନ । ସେ ନିଷ୍ପତ୍ତି ନେଇଥିଲା। ଯିଏ ମୋ’ ସନ୍ତାନକୁ ଆଖି ଉଠେଇ ଦେଖିବ ମୁଁ ତା’ଆଖି ତାଡି ଦେବି । କାରଣ ସେ ଥିଲା ନିରୀହ ଓ ସରଳ--- କେଇ ବର୍ଷ ପରେ.......

ଦଣ୍ଡାଦେଶରୁ ମୁକ୍ତି ପାଇ ଫେରିଛି –ଜଗୁଆ। ଘରେ ତା’ ଝିଅ ଓ ସ୍ତ୍ରୀ ନଥିଲେ । ସରକାର ତାଙ୍କୁ ଗାଆଁରୁ ସହରକୁ ନେଇ ଯାଇଥିଲା ଓ ଦେଇଥିଲା ସମ୍ମାନ ସହିତ ବଞ୍ଚିବାର ଅଧିକାର। ସେମାନେ ଥିଲେ ଏକ ବେସରକାରୀ ସଂସ୍ଥାର ପୃଷ୍ଠପୋଷକ ଓ ପରିଚାଳକଙ୍କ ସମାଜ ମଙ୍ଗଲ କାମର ଜଣେ ଜଣେ ସ୍ଵେଚ୍ଛାସେବୀ। ଯାହାର ଦରକାର ନ ଥିଲା ଅର୍ଥ – କେବଳ ସମ୍ମାନ ହିଁ ହାତ ଠାରି ଡାକୁଥିଲା 

ଅପରାଧୀ ନୁହେଁ ବୋଲି ମୁକ୍ତି ପାଇଥିବା ଜଗୁଆକୁ ଯାନୀ ଦେଖି ଆନନ୍ଦରେ ବିହ୍ଵଳ ହୋଇ ଉଠିଲା । ବନ୍ଧ ଓ ରାସ୍ତା କାମ ସରି ଯାଇଥିଲା –।ଘରକୁ ଫେରି ଦେଖିଲେ କୁକୁର ବୁଢା ହେଇ ଯାଇଛି । ତଥାପି, ସେ ମାଲିକକୁ ଚିହ୍ନି ପାରିଛି। ହେଲେ ଦୁନିଆଁ ସେମିତି ଅଚିହ୍ନା ଅଛି ।ସେ ଜାଣି ବାକୁ ସମୟ ଅନେକ ବାକି ଅଛି..... । 

ନିରାଶ ଜୀବନ ଓ ଅତୀତର କ୍ଷତ ଗୁଡାକ ଯାନୀର ସେମିତି ରହିଛି । ତା’ ବାପ ଓ ମାଆ ତାକୁ ଏବେବି ଭଲ ପା’ ନ୍ତି ।  

ହେଲେ ସେ ସେଇ ପାହାଡ କୋଲର ଏକ ଶିଳା ହୋଇ କେଉଁ ଯୁଗର ଅଭିଶପ୍ତ ଜୀବନ ବିତଉଛି । ସେଦିନ ଶକୁନ୍ତଳା ସହିତ ନିଜକୁ ଯୋଡି ଦେଖୁଛି । ସେ ଜିତିଚି ଆଉ ସାରଳା ଯାନୀ ହାରି ଯାଇଛି।  

ସମୟର ସୂର୍ଯ୍ୟ ବ୍ୟସ୍ତ ଅସ୍ତରାଗର ନାଲିମା-ମୁରୁଜ ବୁଣି ଦେଇ ଚାଲିଗଲେ । ସଞ୍ଜ ନଇଁଗଲା-ଅନ୍ଧାର ଭିତରେ ଲୁଚିଗଲା ସାରା ଜଙ୍ଗଲ । ତା’ସହିତ ଲୁଚେଇ ଦେଲା ଅନେକ ନିରୀହ ଜଗୁଆ ଓ ଯାନୀର ସରଳ ଜୀବନ......ମାନବ କଲ୍ୟାଣ ପାଇଁ ଯେ’ ଉତ୍ସର୍ଗୀକୃତ୍ତ- ତା’ କର୍ମ – କଲ୍ୟାଣର ମୂଲ୍ୟାଙ୍କନ କରିବାକୁ କାହାକୁ ମାନସାଙ୍କ ଜଣା ଅଛି । 

                *******************             



Rate this content
Log in

Similar oriya story from Crime