କୁମ୍ଭ
କୁମ୍ଭ
ଗଜଉଦ୍ଧାର ମହୋତ୍ସବ। ସତର ବର୍ଷ ଧରି ପାଳନ ହୋଇଆସୁଥିବା ସାଂସ୍କୃତିକ ଜାଗରଣ। ଜାରକା ଦେଇ ଯାଇଥିବା ଜାତୀୟ ରାଜପଥ କୁ ଲାଗି ଚିତ ଆକର୍ଷଣ ସୁନ୍ଦର ତୋରଣ। ଲକ୍ଷ୍ମନାରାୟଣଙ୍କ ବିଗ୍ରହ ପୂଜା ଅର୍ଚ୍ଚନା। ଆଲୋକ ସାଜସଜା। ତିନିସହରୁ ଅଧିକ ଷ୍ଟଲ୍। ମଝିରେ ଚିତ ଆକ୍ରସଣର କେନ୍ଦ୍ର ବିନ୍ଦୁ ସାଂସ୍କୃତିକ କାର୍ଯ୍ୟ କର୍ମ ମଞ୍ଚ। ଉତ୍ଘାଟନ ଉତ୍ସବରେ ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀ ପ୍ରତାବ୍ ଦେବ ଓ ଶ୍ରୀକାନ୍ତ ସାହୁ ଉପସ୍ଥିତ ଥିଲେ। ପୂଜା କମିଟିର ସଭାପତି ଓ ସମ୍ପାଦକ ଥିଲେ।
ଘର ନିକଟରେ ମହୋତ୍ସବ। ସାନ୍ଧ୍ୟ ଭ୍ରମଣରେ ବାହାରିଲେ। କେନ୍ଦ୍ରବିନ୍ଦୁ ମଞ୍ଚ ନିକଟରେ ପଡ଼ିଥିବା ଚେୟାର ରେ ବସି ମନ୍ତ୍ରୀଙ୍କର ଭାଶଣ ଶୁଣିଲି। ପ୍ରତାପ ଦେବ କହୁଥିବା ଉକ୍ତିଟି, ଧର୍ମଶାଳା କେଉଁଠି ନାହିଁ, ହେଲେ ଓଡ଼ିଶାରେ ତାର ସ୍ଵତନ୍ତ୍ର ପରିଚୟ ଅଛି। କହିବାର ତାତ୍ପର୍ଯ୍ୟ ନିର୍ଦ୍ଧିଷ୍ଟ ଧର୍ମଶାଳା ରାଣୀ ଅହଲ୍ୟା ବାଇଙ୍କ ଛୋଟ ଘର ଟିଏ ଥିଲା, ଯେଉଁଠି ପଥିକ ରାତ୍ରୀ ଯାପନ କରୁଥିଲେ।ମଣିଷ ଦିନେ ଚାଲିଯିବ, କିନ୍ତୁ ତାର ଶ୍ରୁତି, କୀର୍ତ୍ତି, ସାହିତ୍ୟ, ଯଶ ଅମର ହୋଇ ରହିବ। ଧର୍ମଶାଳା ଏହାର ଦୃଷ୍ଟାନ୍ତ।
ସଭା ସ୍ଥାନରୁ ବାହାରି ଆସିଲି। ଷ୍ଟଲ୍ ଆଡ଼େ ବୁଲିଲି। କିଛି ଷ୍ଟଲ୍ ସାଜସଜ୍ଜା ଚାଲିଥାଏ। ଫେରି ସାମ୍ନା ତୋରଣ ନିକଟସ୍ତ ରାଜପଥ ତଳେ କେତୋଟି ଦୋକାନ ଥିବାର ଦେଖିଲି। ଦୋକାନ ଥିଲା ବାଉସର୍ ଝୁଡ଼ି ଟୋକେଇ ଡାଲା କୁଲା ଆଦି। ଜଣେ ମହିଳା ପଥରରେ ପ୍ରସ୍ତୁତ ବାସନ, ଦୀପ,ଓ କଳସ ବିକୁଥିବାର୍ ଦେଖିଲି।
ତାର କାରିଗରୀ ଦକ୍ଷତାକୁ ଉତ୍ସାହିତ ଉଦ୍ଦେଶ୍ୟରେ ଗୋଟିଏପଥର କଳସର ଦାମ କେତେ ପଚାରିଲି। ସେ ସାଠୀଏ ଟଙ୍କା କହିବାରୁ ମୁଁ ପଚାଶ ଦେଲି। ମୋ ମୁହଁକୁ ଚାହିଁ ସ୍ମିତହାସ୍ୟ ଦେଇ ଖୁସିରେ ଟଙ୍କା ରଖିଲା। ପଚାରିଲି ତୁମ ଘର କେଉଁଠି। କହିଲା ବାରିପଦା। ନୀଳଗିରିର ମୁଗୁନି ପଥର ନେଇ ପ୍ରସ୍ତୁକର୍ତ୍ତା ଙ୍କ କାରିଗରୀ କଳା। ଯେତିକି କଳସକୁ ସମୟ ଦେଇ ପ୍ରସ୍ତୁତ କରିଛନ୍ତି, ପ୍ରକୃତ କହିବାକୁ ଗଲେ ପଚାଶ ଠାରୁ ବହୁଗୁଣରେ ଅଧିକ ହେବ। ପଥର ଆଣି ତାକୁ ଖୋଦେଇ କରି ପାଲିସ ଇତ୍ୟାଦି କରି ସମୟ ଦେବା ପୁଣି ନିଜର ସ୍ଥାପତ୍ୟ କଳାର ମୂଲ୍ୟାଙ୍କନ କଲେ ମୋ ମତରେ ପାଞ୍ଚଶହ ଟଙ୍କା ପ୍ରାୟ ହେବ। ପଚାରିଲି , ଏହି କଳସ ଗଢ଼ିବାକୁ କେତେ ସମୟ ଲାଗିଲା , ଉତ୍ତର ଆଙ୍ଗୁଳି ଛଟି ଦେଖେଇ କହିଲା। ଛଅ ଘଣ୍ଟ କାମ କଲେ ଆମେ ଚାରିଶହ ଟଙ୍କା ମଜୁରୀ ଦେଉ।ଆମ ରାଜ୍ୟରେ ଏହି ପରି ବୋକା ଲୋକଙ୍କ ପରିଶ୍ରମ, କାରିଗର, କୌଶଳ, ଶ୍ରମ, କୁ ଆମେ ଶୋଷଣ କରି କେବେ ଆମେ ଆଗକୁ ବଢ଼ିପାରିବା ନାହିଁ। ଯଦି ଆମେ ଏମାନଙ୍କୁ ପଛରେ ପକେଇ ଆଗକୁ ଯିବା ତେବେ ଜାତି ନିକଟରେ ଆମେ ସ୍ୱାର୍ଥପର ହୋଇଯିବା। କେବଳ ନିଜେ ଜିତିବାର ଢଙ୍ଗରେ ଜାତି ପାଇଁ କଳଙ୍କ।
ଜୀବନ ସଂଗ୍ରାମ ମୟ। ଯେଁମାନେ ପରିଶ୍ରମୀ, ତାଙ୍କୁ ଆଗକୁ ନେବା, ଉତ୍ସାହୀତ କରିବା ସରକାରୀ ହେଉ ବା ଦେଶରକାରୀ ସାହାଯ୍ୟ ସହାନୁଭୂତି ମିଳିବା କଥା।