Sunanda Mohanty

Tragedy Fantasy Thriller

3  

Sunanda Mohanty

Tragedy Fantasy Thriller

କୟଦ ଦୃଶ୍ୟରାଜି

କୟଦ ଦୃଶ୍ୟରାଜି

5 mins
6


ଯିବା ପୂର୍ବରୁ ସବୁ ଖାଲି କରିଦେଇ ଯିବାକୁ ହେବ. ଏଇ ଯେମିତି ପରିବା, ଫ୍ରିଜରେ ଥିବା କିଛି ଖାଦ୍ୟ ପଦାର୍ଥ ଇତ୍ୟାଦି. ସବୁ ସାରୁ ସାରୁ ଉର୍ମି ଦେଖିଲେ ପଟେ ରୁଟି ବଳିପଡ଼ିଛି. ହୁଏତ ଫିମ୍ପି ମାରି ଆସିଲାଣି.ଦୁଇ ମହଲା ଗେଟ ଉପରୁ ଚାହିଁ ଦେଖିଲେ ତିନି କି ଚାରିଟା କୁକୁର ଶୋଇରହିଛନ୍ତି. ଗୋଟେ ରୁଟି ପକେଇଲେ ବିଚରା ଗୁଡାକ ବାଡ଼ିଆ ବାଡ଼ି ଲାଗି କିଏ ଖାଇପାରିବ କି ନପାରିବ. ତଥାପି ଦେବାକୁ ହେବ. ଉପରୁ ଥାଇ ପକଉ ପକଉ ତଳେ ପଡିଲା ନାହିଁ ରୁଟି ପଟକ ଲାଖି ରହିଲା ଝରକା ଉପର ସିମେଣ୍ଟ ତାଜାରେ ଯୋଉଠିକୁ ହାତ ତ ହାତ ଛାଞ୍ଚୁଣି ବି ପାଉନି. ଏଣେ ଯିବା ପାଇଁ ସଜଡା ସଜାଡ଼ି, ରଖା ଥୁଆ କରିବାର ଅଛି. ଏତିକି ବେଳକୁ ରୁଟିଟା ଖସିଲାନି ତଳକୁ. ପୁଣି ଉପର ତଳ, ଅନ୍ଧି ସନ୍ଧି, ଆଗ ପଟ ପଛ ପଟ ଖୋଜୁ ଖୋଜୁ ଘର ଝଡ଼ାଟି ମିଳିଗଲା. ସେଇଟିକୁ ଆଣି ସେଥିରେ ଝରକା ଉପର ତାଜାରୁ ରୁଟିଟିକୁ ଖସାଉ ଖସାଉ ରହିଯାଇଥିବା ଯୋଗୁଁ କି କଣ ଟୁକୁରା ଟୁକୁରା ହୋଇ ଖସିପଡ଼ିଲା ତଳକୁ. ଘରଝଡ଼ାଟିକୁ ଯଥା ସ୍ଥାନରେ ରଖି ବିସ୍କୁଟ ଦି ଖଣ୍ଡ ଖୋଜିଲା ବେଳକୁ ପ୍ୟାକେଟ ସବୁ ଖୋଲା ଯାଇନି.ଯଦି କୋଉ ପ୍ୟାକେଟ ଖୋଲି ବିସ୍କୁଟ କୁକୁର ପାଇଁ ବାଣ୍ଟି କୁଣ୍ଟି ଦେବାକୁ ନିଅନ୍ତି ତ ତାଙ୍କ ଅନୁପସ୍ଥିତିରେ ବାକି ବିସ୍କୁଟ ଡବାରେ ପଡି ରହି ସିପି ଯିବ. ହଉ ଯାହା ଖୋଲିଲେ ଉର୍ମି ବିସ୍କୁଟ ପ୍ୟାକେଟ.ସାତ ଆଠପଟ ଆରାରୁଟ ବିସ୍କୁଟ ନେଇ କୁକୁର ମାନଙ୍କ ଆଡକୁ ପକେଇବାକୁ ଗଲାବେଳେ ସେଇ ଟୁକୁଡା ରୁଟିକୁ କରାୟତ କରିବାକୁ କୁକୁରମାନଙ୍କ ମଧ୍ୟରେ ଦଳାଚକଟା ରୀତିମତ. ତଥାପି ବିସ୍କୁଟ ପକେଇ ଲାଗିଲେ ଉର୍ମି ହେଲେ କାମୁଡା କାମୁଡି ହୋଇ ଜଣେ ବି କୁକୁର ନଥିଲେ. ହଉ ପଛରେ ଆସି ଖାଇବେ ଭାବି ଉର୍ମି ତାଙ୍କ କାମରେ ଲାଗିଲେ ।

    ଏବେ ଚୋର, ଖଣ୍ଟ ଡକାୟତଙ୍କ ଭିର୍ନ୍ନ ଭିର୍ନ୍ନ ଶୈଳୀରେ ଆକାଉଣ୍ଟରୁ ଟଙ୍କା ହରଣଚାଳ କରିବାକୁ ଲୋକ ସବୁ ଆସୁଛନ୍ତି ତ ପାଣି ମୁନ୍ଦେ ପିଇବାକୁ ଜଣେ କେହି ମାଗୁଛି ତ ନଦେବା ଉଚିତ ପଦକ୍ଷେପ ଭାବି ଧଡ଼ପଡ଼ରେ ଗଣ୍ଡେ ଖାଇ ବାହାରିପଡିଲେ ସ୍ବାମୀ ସ୍ତ୍ରୀ ଦୁହେଁ . ଅଟୋ ଲାଗିଲେ ତଳକୁ ଯାଇ ବସିବା କଥା. ରୁମ ସବୁ ଚାବି ଦିଆ ହେଲାକି ନାହିଁ, ଠାକୁର ଘର ଦୀପ ଘୁଞ୍ଞ୍ଚେଇ ଥୁଆ ହେଲା ନା ନାହିଁ, ଗାଧୁଆ ପରେ ଓଦା ଲୁଗା ଶୁଖିଲା ନା ନାହିଁ ପୁଣି ଟିଭି, ଫ୍ରିଜରୁ ଇଲେକ୍ଟ୍ରି ସଂଯୋଗ କଢ଼ାଗଲା ନା ନାହିଁ ପରୀକ୍ଷା ନିରୀକ୍ଷା କରୁ କରୁ ଅଟୋ ଶବ୍ଦରେ ଚାଲ ଚାଲ ତଳକୁ ତ ଜିନିଷ ବ୍ୟାଗ ସବୁ ବୁହା ବୋହି କରି ତଳକୁ ଯାଇ ଅଟୋ ଉପରେ ବସି ଚାହିଁଲା ବେଳକୁ ପାଣି ମାଗୁଥିବା ଲୋକଟି ରୁଟି ଟୁକୁଡା ଗୁଡିକରୁ ପିମ୍ପୁଡି ଝାଡ଼ି ମଇଳା ପଲିଥିନ ଭିତରେ ରଖୁଛି. ବ୍ୟାଗରୁ ପାଣି ବୋତଲ ବାହାର କରି ବଢ଼େଇ ଦେବାକୁ ଭାବିଲା ବେଳକୁ ସ୍ୱାମୀଙ୍କ ନିର୍ଦେଶରେ ଅଟୋ ଛାଡିଦେଲା ।

  ଅଟୋରୁ ଷ୍ଟେସନ. ଷ୍ଟେସନରେ ଟ୍ରେନକୁ ଅପେକ୍ଷା ଭିତରେ କେତେ କେତେ କାହାର ଫୋନ ଭିତରେ ସେଇ ଜରିଗୋଟାଳି ଲୋକର ଚେହେରା, ତାକୁ ଚୋର ଭାବି ପାଣିନଦେବା, ପୁଣି ରୁଟି ଖଣ୍ଡ ସବୁକୁ ପିମ୍ପୁଡିଙ୍କ କବଳରୁ ଉଦ୍ଧାର କରି ପଲିଥିନରେ ଭରୁଥିବାର ଦୃଶ୍ୟ ସବୁ ମନେପଡ଼ି ହୃଦୟ ମକଚି ମନ୍ଥି ହୋଇଯାଉଥିଲା ଉର୍ମିଙ୍କର . ଟ୍ରେନରୁ ଓଲ୍ହେଇ ପୁଣି ଅଟୋରେ ଯାଇ ପହଞ୍ଚି ଖାଦ୍ୟ ବଢ଼ା ହେବା ଦେଖି ଉର୍ମି କହୁଥିଲେ ଭୋକ ନାହିଁ. ରାତିରେ ବାଣ ରୋଷଣୀ ବାଜା ଭିତରେ, ଦୋଳ ବିମାନ ସବୁରେ ଠାକୁରଙ୍କ ବଦଳରେ ସେଇ ଲୋକ ଓ ଗତ ରାତିର ରୁଟି ଟୁକୁରା ଭରା ପଲିଥିନ ଦେଖି କାନ୍ଦ ଆସୁଥିଲା ଉର୍ମିଙ୍କୁ. ରୋଷଣୀ ବାଣ ପଟୁଆରରେ ଆକର୍ଷଣ ନଥିଲା. ତା ପରଦିନ ମଧ୍ୟ ଖାଇବାକୁ ଇଛା ନଥିଲା ଉର୍ମିଙ୍କର. ପୁଣି ଅଟୋରେ ବସିବା ପୂର୍ବରୁ ଫେରିଲା ବେଳେ ଉର୍ମି ଭଉଣୀକୁ କହିଥିଲେ ବାସି ରୁଟି ସବୁ ପଲିଥିନରେ ଭରି ଦେଇଥା. କାହିଁ ଭୋଗ ଖାଇବୁନି କି ଅପା ବାଟରେ? ଖାଇବି ଯେ ବାସିରୁଟି ମଧ୍ୟ ଦେଇଥା. ପୁଣି ଏତେ ବାଟ ଅତିକ୍ରମ କରି ଘରେ ପହଞ୍ଚି ଦାଣ୍ଡକୁ ଚାହୁଁଥିଲେ ଉର୍ମି ଭୋଗ ପଲିଥିନ ଧରି ଦେବାକୁ ହେଲେ ସେ ଲୋକକୁ ଭୋଗ ସବୁ ସରିବା ଯାଏଁ ଦେଖୁନଥିଲେ ଜମା. ଅଜଣାତରେ ଲୁହ ପୋଛିନେଇ ଡାକୁଥିଲେ ମାଆ ଦୁର୍ଗା ଦୁର୍ଗତିନାଶିନୀ ମାଆ.ସ୍ୱାମୀ ଯେବେ କାହିଁ ତୁଚ୍ଛା କଥାରେ ମନ ଖରାପ କରୁଛ କହି ସାନ୍ତ୍ୱନା ଦେଉଥିଲେ ଉର୍ମି ଭାବୁଥିଲେ ସେ ଦୃଶ୍ୟର ଫଟୋ କ୍ୟାମେରାରେ ଧରି ରଖିଥିଲେ ଠିକ ବୁଝିପାରିଥାନ୍ତେ ସ୍ୱାମୀ ।

   ମନେ ପକାଉଥିଲେ ଉର୍ମି.ସେଦିନ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଖିଆ ପିଆ ସରିବା ପରେ ଆଗ ଚାଲିଲେ ସମସ୍ତେ ମେଳଣ ପଡିଆକୁ.ଜାତି ଜାତି, କିସମ କିସମ ଦୋକାନ. ଆମ ଭିତରୁ କିଏ କଟୁରୀ କିଣୁଥିଲା ପଇଡ଼ ହାଣି ପିଇବାକୁ ତ କିଏ ହେମଦସ୍ତା ଖୋଜି ଖୋଜି କିଣୁଥିଲା. ଉର୍ମି ଖୋଜୁଥିଲେ ଛୋଟ ପିଲାଙ୍କ ଖେଳନା. କୋଉଠି ଖୋଜୁଥିଲେ ବ୍ୟାଟେରୀ ଚାଳିତ ଟର୍ଚ୍ଚ ଲାଇଟ ତ କୋଉଠି ଖୋଜୁଥିଲେ ପେଁକାଳୀ, ପୁଣି କୋଉଠି ରେଳଗାଡି ଇତ୍ୟାଦି. ହଠାତ ଭିଡ଼ ଭିତରେ କୁକୁର ଗୁଡିଏ ଦୃଷ୍ଟି ଆକର୍ଷଣ କରିଥିଲେ ଉର୍ମିଙ୍କର. ଗୋଟେ ମଧ୍ୟ ରୁମ ନଥିଲା ଦେହରେ ତାଙ୍କର . ଯାତ୍ରା ପଡିଆର ଏମୁଣ୍ଡ ସେମୁଣ୍ଡ ଧାଇଁ ଗରମ ତେଲଭାଜି ବାସ୍ନାରେ ଖାଦ୍ୟ ଅନ୍ୱେଷଣ କରୁଥିଲେ ତ ଉର୍ମିଙ୍କ ଭାରି ଇଛା ଥିଲା କିଛି ତେଲଭାଜି କିଣି କୁକୁରକୁ ଦିଅନ୍ତେ କିନ୍ତୁ ଦେଇନପାରି ଭଉଣୀ କରିଥିବା ସୁସ୍ୱାଦୁ ଖାଦ୍ୟ ସବୁକୁ ଖାଇପାରୁନଥିଲେ ଶାନ୍ତିରେ ଘରେ.ଖାଇପିଇ ସାରି ବାଜା ବାଣ, ରୋଷଣୀ, ପାଟୁଆର ଦେଖିବା ଲୋଭରେ ହନ୍ତୁଆଡ଼ ପଲଟଣ ପଡିଆରେ ପହଞ୍ଚି ଯାଇଥିଲୁ ସମସ୍ତେ. ଅଣାଅଶୀଜଣ ଠାକୁରଙ୍କ ରୋଷଣୀ ପୂର୍ବରୁ ମାଆ ଭଗବତୀ ଓ ଜଗନ୍ନାଥଙ୍କ ମିଳନ ଦୃଶ୍ୟ ଥିଲା ଅତ୍ୟନ୍ତ ମନୋମୁଗ୍ଧକର. ତା ପରକୁ ପର ଠାକୁରମାନେ ରୋଷଣୀ ସହିତ ଛତ୍ରୀ,ତରାସ, ଆଲଟ, ଚାମର ଭିତରେ ଆଲୋକର ରୋଷଣୀ ଭିତରେ ନିଜ ନିଜ ଆସ୍ଥାନରେ ଉପବେଶନ କରିବା ପରେ ପ୍ରସେସନ ଆରମ୍ଭ. କଳସ, ହାତୀ, ବାଘ, ଡାଇନୋସର, କୁମ୍ଭୀର, ଭୂତ ଓ ପ୍ରେତ ବିଭିର୍ଣ୍ଣ ଦେବା ଦେବୀଙ୍କ ଉପରେ ପୁରାଣ କିମ୍ବଦନ୍ତୀ ଆଧାରରେ ରୋଷଣୀ ସହ ମୂର୍ତ୍ତି ଓ ସେସବୁର ସାଜାସଜ୍ଜା ପଟୁଆର ଭିତରେ ଘରକୁ ଆଉ ଆସିହେଲା ନାହିଁ. ଗହଳି ବଢ଼ିଗଲା. ପାଟୁଆର ସରୁନି. ବାଣ ଆରମ୍ଭ ହୋଇନି. ଏଠିକା ବାଣ ଯିଏ ଥରେ ଦେଖିଥିବ ସେ ଜୀବନରେ ଭୁଲି ପାରିବ ନାହିଁ କହି ଅଟକେଇ ଦେଇଥିଲା ଭଉଣୀର ପରିବାର ।

   ଏଇ ସ୍ଥାନରେ ଉର୍ମିଙ୍କ ବାପା ଚାକିରୀ କରି ପରିବାର ସହ କ୍ୱାଟରରେ ରହିଥିଲେ. ପ୍ରତିବର୍ଷ ପଞ୍ଚୁଦୋଳ ପଡେ ସତ ହେଲେ ସେମାନେ ଏସବୁ ଦେଖିବାର ସୌଭାଗ୍ୟ କଣ ପାଇଁ ବଞ୍ଚିତ ହୋଇଥିଲେ ଭାବି ମନେପକାଉଥିଲେ ଉର୍ମି ତ ସମସ୍ତଙ୍କର ସ୍କୁଲ କଲେଜରେ ପାଠପଢା ଚାଲୁରହିଥିଲା. ଯୋଗକୁ ଉର୍ମିଙ୍କୁ କୁକୁର କାମୁଡି ଦେବା ପରେ ବାପା ସବୁଦିନ ହସ୍ପିଟାଲ ନେଇ କୁକୁର କାମୁଡା ପ୍ରତିଷେଧକ ଇଞ୍ଜେକ୍ସନ ଦେଉ ଥାନ୍ତି. ଏମିତି ଏମିତି ଉଚ୍ଚ ଶିକ୍ଷା ପରେ ସେଠାରେ ପରକୁ ପର ତାଙ୍କ ବାହାଘର ଓ ବାପାଙ୍କ ଅବସର ପୂର୍ବରୁ ଆଉ କୁଆଡେ ନଯାଇ ସେହିଠି ଚାରିଭଉଣୀ ଓ ଦୁଇଭାଇଙ୍କ ବାହାଘର ସାରି ନିଜ ଘରକୁ ପୁରୀ ଫେରିଯିବା ପୂର୍ବରୁ ସାନଭଉଣୀ ଏଇଠି ହିଁ ବାହା ହୋଇ ସବୁଦିନର ଅଧିବାସୀ ହୋଇଯିବାରୁ ଉର୍ମି ଆଜି ଏତେବର୍ଷ ପରେ ପଞ୍ଚୁଦୋଳ ମେଳନ ଦେଖି ଆସିଛନ୍ତି ଭଉଣୀଘରକୁ. ହେଲେ ନା ପ୍ରସେସନ ସରୁଛି ନା ବାଣ ଆରମ୍ଭ ହେଉଛି.ଶୁଣୁ ଶୁଣୁ ଏବର୍ଷ କଟକଣା.ବାଣ ଫୁଟିବନି ଅଳ୍ପ କିଛି ଫୁଟିବ. ହେଲେ ଅଳ୍ପ ଫୁଟୁ ଫୁଟୁ ପୋଲିସ ଭୟ କଟକଣାକୁ ବେଖାତିର କରି ଫୁଟିଲା ଏମିତି ବାଣ କି ସୁନ୍ଦର ସେ ମନୋରମ ଦୃଶ୍ୟ କିନ୍ତୁ ମନୋରମ ଚକ୍ରୀ ମରା ବାଣ ଯେବେ ଢ଼ୋ ଢ଼ୋ ଗର୍ଜିଲା ଘରକୁ ଫେରି ଆସିବାକୁ ଯାଇ ଉର୍ମିଇତ୍ୟାଦି ପଲଟଣ ପଡିଆ ବୈଠକ ଛାତ ଘର ଉପର ଛାଡ଼ି ତଳକୁ ଆସିସାରିଥିଲେ ଆଉ ଜୋର ଜୋର ଶବ୍ଦର ଫୁଲଝରି ବାଣର ଦୃଶ୍ୟକୁ କ୍ୟାମେରାରେ କାୟଦ କରୁ କରୁ ଫୁଟିଲା ଅଧିକ ବାଣ.ରାସ୍ତା ଜାମ. ନା ଗହଳି କାଟି ଏପଟକୁ ଯାଇ ହେଉଛି ନା ସେପଟକୁ ନା ଫେରିଯିବାର ଉପାୟ ଅଛି ତ ଠେଲା ପେଲାରେ ପଡ଼ିଲେ ଦୁଇ ଭଉଣୀ ଓ ଭାଉଜ କିନ୍ତୁ ଉର୍ମି ଯାହା ଉପରେ ପଡ଼ିଲେ ସେ ଥିଲା ଗୋଟେ ଭିକାରୀ ଓ ତା ପାଖରେ କିଛି କୁକୁର. ଭିକାରୀ ବାଣ ଦେଖୁ ଦେଖୁ ଭୁଲିଯାଇଥିଲା ତା ଭିକ୍ଷା ଥାଳିରେ ପଡିରହିଥିବା ଟୁକୁରା ରୁଟି ସବୁକୁ ଖାଇବାକୁ କୁକୁର କେଇଟି ଘେରିରହିଛନ୍ତି ।

     ମନେ ପଡିଗଲା ଘରୁ ବାହାରି ଆସିବା ଦିନର କଥା. ସେଇ କୁକୁର ଦୁଇ ଚାରୋଟିଙ୍କୁ ଦେଇଥିବା ରୁଟିକୁ ଖାଇବା ପାଇଁ ବାଡ଼ିଆବାଡ଼ି ହୋଇ କେମିତି ରୁଟି ଖଣ୍ଡ ଗୁଡିକ ଛିନଛତ୍ର ହୋଇ ପଡିରହିଥିବା ବେଳେ କୁକୁରମାନେ କାମୁଡା କାମୁଡି ହୋଇ ଦୂରକୁ ଚାଲିଗଲା ପରେ ସୁନେଲି ସକାଳର ପ୍ରଥମ ସୂର୍ଯ୍ୟ କିରଣ ପଡି ରୁଟି ଖଣ୍ଡ ଗୁଡିକୁ ପିମ୍ପୁଡିମାନେ ବେଢ଼ିଯିବାପରେ ଉର୍ମି ଅଟୋରେ ଚଢ଼ୁ ଚଢ଼ୁ ସେହି ରୁଟିରୁ ପିମ୍ପୁଡି ଝାଡ଼ି ପଲିଥିନରେ ଗୋଟେଇ ରଖୁଥିବା ଜରିଗୋଟାଳି ଭଳି ଦେଖାଯାଉଥିବା ଭିକାରୀଙ୍କୁ ଦେଖି ଉର୍ମିଙ୍କ ମନ ଉଦାସ ହୋଇଥିଲା. ପାଣି ଟୋପେ ଦେଇନଥିବା ସେହି ଭିକାରୀଙ୍କୁ ଚୋର ଭାବିବା ଇତ୍ୟାଦି କଥା ମନେପଡ଼ି ମନ ଆହୁରି ଖରାପ ହୋଇଯାଇଥିଲା ତ ପଡ଼ିଥିବା ଭିକାରୀଙ୍କ ଥାଳରେ ଶହେ ଟଙ୍କିଆଟିଏ ପକେଇ ଫେରିଆସୁଥିବା ଉର୍ମି ଓ ତାଙ୍କ ଭଉଣୀ ଭାଉଜଙ୍କର ସେତିକିବେଳକୁ ବନ୍ଧୁ ଜଣେ ଉଠେଇ ଚାଲିଥାନ୍ତି ସେହି ଦୟନୀୟ ଅବସ୍ଥାର ଫୋଟୋସବୁକୁ. ଘରେ ପହଞ୍ଚି ଉର୍ମି ଟ୍ରେନକୁ ଫେରିଆସିବା ପୂର୍ବରୁ ମାଗି ଆଣିଥିଲେ ବଳକା ରୁଟି ସବୁକୁ.ହେଲେ ପାଉନଥିଲେ ସେ ଜରିଗୋଟାଳି ବା ଭିକାରୀ ବା କୁକୁରମାନଙ୍କୁ ତ ଗାଈଙ୍କୁ ଖୁଆଇ କିଛି ପରିମାଣରେ ଶାନ୍ତି ପାଉଥିବା ବେଳେ ସ୍ୱାମୀ ସେହି ଫଟୋଟି ଉଠାଇ ତାକୁ ଧୋଇ ଆଣିଥିଲେ ତ ଉର୍ମି ଫଟୋ ଦେଖି ଖୁସି ପରିବର୍ତ୍ତେ ମନେପକାଉଥିଲେ ସେହି ଘଟଣାର ଦୃଶ୍ୟରାଜିକୁ ।



Rate this content
Log in

Similar oriya story from Tragedy