BANANIBALA NAIK

Others

3  

BANANIBALA NAIK

Others

ମା ସିଦ୍ଧିଦାତ୍ରୀ

ମା ସିଦ୍ଧିଦାତ୍ରୀ

2 mins
143



    ନବ ରାତ୍ର ପାର୍ବଣ ର ନବମ ଦିବସ ମାତା ସିଦ୍ଧିଦାତ୍ରୀ ଙ୍କୁ ସମର୍ପିତ । ଆଶ୍ୱିନ ଶୁକ୍ଳ ନବମୀ ତିଥିରେ ମାତା ସିଦ୍ଧିଦାତ୍ରୀ ଙ୍କୁ ଆରାଧନା କରାଯାଏ । ମାତା ଗୌର ବର୍ଣ୍ଣ ଅଟନ୍ତି । ସମସ୍ତ ସିଦ୍ଧି ର ଅଧିକାରିଣୀ ହୋଇ ଥିବାରୁ ତାଙ୍କ ନାମ ସିଦ୍ଧିଦାତ୍ରୀ ରଖା ଯାଇଛି । ପୁରାଣ କଥା ଅନୁସାରେ ଅସୁର ମାନଙ୍କ ବିନାଶ ନିମନ୍ତେ ମାତା ସିଦ୍ଧିଦାତ୍ରୀ ଙ୍କ ଆବିର୍ଭାବ ହୋଇଥିଲା । ମାତା ସିଦ୍ଧିଦାତ୍ରୀ ଙ୍କୁ ଆରାଧନା କଲେ ସମସ୍ତ ମନୋକାମନା ପୂର୍ଣ୍ଣ ହୁଏ ।

    ପୁରାଣ ଅନୁସାରେ ଭଗବାନ ଶିବ ସିଦ୍ଧିଦାତ୍ରୀ ଙ୍କୁ ସିଦ୍ଧି ଲାଭ ପାଇଁ ତପସ୍ୟା କଲେ । ସିଦ୍ଧିଦାତ୍ରୀ ଙ୍କ କୃପାରୁ ଶିବ ସମସ୍ତ ସିଦ୍ଧି ଲାଭ କରି ଥିଲେ ।ତାଙ୍କର ଅଧା ଶରୀର ନାରୀ ରୂପ ହୋଇ ଯାଇଥିଲା । ସେହି ଦିନ ଠାରୁ ଭଗବାନ ଶିବ ଅର୍ଦ୍ଧ ନାରୀଶ୍ୱର ହୋଇଥିଲେ । 

    ସିଦ୍ଧିଦାତ୍ରୀ ମାତା ଙ୍କର ସର୍ବ ଶକ୍ତିଶାଳୀ ରୂପ ଅଟେ ।

      ଅସୁର ମାନଙ୍କ ଅତ୍ୟାଚାର ରେ ଅତିଷ୍ଠ ହୋଇ ସମସ୍ତ ଦେବ ଗଣ ଶିବ ଓ ବିଷ୍ଣୁ ଙ୍କ ର ଶରଣ ଗଲେ । ଦୈତ୍ୟ ମାନଙ୍କ ଅତ୍ୟାଚାର ର କିଛି ଉପାୟ କରିବାକୁ କହିଲେ । ଭଗବାନ ଶିବ ଓ ବିଷ୍ଣୁ ଶକ୍ତି ର ନିର୍ମାଣ କଲେ । ସେ ହେଲେ ମାତା ସିଦ୍ଧିଦାତ୍ରୀ । ମାତା ଅଣିମା, ମହିମା, ଗାରୀମା,ଲଘିମା, ପ୍ରାପ୍ତି, ପ୍ରାକାମ୍ୟ, ଇଶିତ୍ଵ, ବଶିତ୍ଵ ଆଦି ଅଷ୍ଟ ସିଦ୍ଧି ର ଅଧିକାରିଣୀ ଅଟନ୍ତି ।ଏହି ସବୁ ସିଦ୍ଧି ପ୍ରାପ୍ତି ନିମିତ୍ତ ମାତା ସିଦ୍ଧିଦାତ୍ରୀ ଙ୍କୁ ଆରାଧନା କରାଯାଏ । 

    

  ଆଶ୍ୱିନ ଶୁକ୍ଳ ନବମୀ ଦିନ ମାତା ଙ୍କୁ ପୂଜା କଲେ ମନୋରଥ ପୂର୍ଣ୍ଣ ହୁଏ । ବିବାହ ସମ୍ମନ୍ଧୀୟ ସମସ୍ୟା ଥିଲେ ମାତା ସିଦ୍ଧିଦାତ୍ରୀ ଙ୍କୁ ଆରାଧନା କରିବା ଦ୍ଵାରା ସମସ୍ୟା ଦୂର ହୁଏ ।

   ପୂଜା ବିଧି _, ବ୍ରାହ୍ମ ମୁହୂର୍ତ୍ତ ରୁ ସ୍ନାନ ଶୌଚ ସାରି ନାଲି କନାରେ ଆସ୍ଥାନ ପ୍ରସ୍ତୁତ କରି ଫଟୋ ବା ମାତା ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରି ଗଙ୍ଗା ଜଳରେ ସ୍ନାନ କରାଇ ଧୂପ ,ଦୀପ, ନୈବେଦ୍ୟ ଦ୍ଵାରା ମାତା ଙ୍କୁ ପୂଜା କରାଯାଏ । ପୁଷ୍ପ, ଡାଳିମ୍ବ, ନୈବେଦ୍ୟ,ପଞ୍ଚାମୃତ ଏବଂ ଘରେ ତିଆରି ପିଠା ପଣା ମାତା ଙ୍କୁ ଭାରି ପସନ୍ଦ । ହଲ୍ୱା, ପୁରି ଆଉ ଚନା ମାତା ଙ୍କ ପ୍ରିୟ ଭୋଗ ଅଟେ । ମାତାଙ୍କ ମନ୍ତ୍ର,ଓ ସ୍ତୁତି ପାଠ କରାଯାଏ । କର୍ପୂର ଆଳତୀ କରାଯାଏ ।  ଶ୍ୱେତ ପୁଷ୍ପ ମାତାଙ୍କୁ ଦିଆ ଯାଏ । ପୂଜା ସମୟରେ ବାଇଗଣୀ ରଙ୍ଗର ଲୁଗା ପରିଧାନ କରାଯାଏ । ନବମୀ ତିଥିରେ କନ୍ୟା ପୂଜନ କଲେ ମହା ପୁଣ୍ୟ ପ୍ରାପ୍ତି ହୋଇଥାଏ । ମାତା ଙ୍କ କରୁଣା ରେ ସାରା ବ୍ରହ୍ମାଣ୍ଡ ଉପରେ ପୂର୍ଣ୍ଣ ବିଜୟ କରିବାର ସାମର୍ଥ୍ୟ ମିଳିଥାଏ । ମାତା ଆଭୂଷଣ ପ୍ରିୟ ଅଟନ୍ତି । ମାତା ଶ୍ୱେତାମ୍ବରୀ ଅଟନ୍ତି । ମାତା କରୁଣା ମୟୀ,ସୌମ୍ୟା ଓ ଶାନ୍ତ ପ୍ରକୃତି ର । ହିମାଚଳ ପର୍ବତ ର ନନ୍ଦା ପର୍ବତ ମାତା ଙ୍କ ପ୍ରସିଦ୍ଧ ସିଦ୍ଧି ପୀଠ ଅଟେ ।

    ମାତା ସିଦ୍ଧିଦାତ୍ରୀ ଅତ୍ୟନ୍ତ ଦୟାଳୁ ଅଟନ୍ତି ।ସେ ଶୀଘ୍ର ପ୍ରସନ୍ନ ହୁଅନ୍ତି । ସିଦ୍ଧିଦାତ୍ରୀ ଚତୁର୍ଭୁଜା ପଦ୍ମାସନ ରେ ବିରାଜିତ ହୁଅନ୍ତି । ଚାରିଟି ଭୂଜ ରେ ଶଙ୍ଖ ,ଚକ୍ର, ଗଦା, ପଦ୍ମ ବିଭୂଷିତ ହୁଅନ୍ତି ।

  ତେବେ ଆସନ୍ତୁ ସମସ୍ତେ ମାତା ସିଦ୍ଧିଦାତ୍ରୀଙ୍କ ପୂଜା ଓ ଉପବାସ କରି ତାଙ୍କର କୃପା ଲାଭ କରିବା ।

   ଜୟ ମା ସିଦ୍ଧିଦାତ୍ରୀ



Rate this content
Log in