BANANIBALA NAIK

Others

4  

BANANIBALA NAIK

Others

ଶକୁନ୍ତଳା,,,

ଶକୁନ୍ତଳା,,,

3 mins
238



   ବହୁ ଦିନ ତଳର କଥା। ଦିନେ ହସ୍ତିନା ର ରାଜା ଦୁଷ୍ମନ୍ତ ସୈନ୍ୟ ସାମନ୍ତ ଧରି ମୃଗୟା କୁ ଯାଇଥାନ୍ତି । ବନରେ ଗୋଟିଏ ହରିଣ କୁ ମାରିବା ପାଇଁ ତା ପଛେ ପଛେ ବହୁତ ଦୂରକୁ ଚାଲି ଗଲେ । ହରିଣ ପଛରେ ଯାଉ ଯାଉ ମହର୍ଷି କଣ୍ୱ ଙ୍କ ଆଶ୍ରମ ରେ ପହଞ୍ଚିଲେ । ନିଜର ରାଜ ପୋଷାକ ଓହ୍ଲାଇ ଦେଇ ସାଧାରଣ ପ୍ରଜା ବେଶରେ ଆଶ୍ରମ ଭିତରକୁ ପ୍ରବେଶ କଲେ ।

   ଆଶ୍ରମରେ କାହାକୁ ପାଇଲେ ନାହିଁ । ସେତେବେଳେ ସେ ଯୁବତୀ ମାନଙ୍କର କଣ୍ଠ ସ୍ୱର ଶୁଣିବାକୁ ପାଇଲେ । ସେହି ଶବ୍ଦକୁ ଅନୁସରଣ କରି ସେହି ଆଡ଼କୁ ଗଲେ । ଗଛ ଉହାଡରେ ଥାଇ ସେ ତିନିଜଣ ଯୁବତୀଙ୍କୁ ଦେଖିବାକୁ ପାଇଲେ । ଆପଣା ଭିତରେ କଉତୁକେ ମାତି ତିନି ଜଣ ଯାକ ଉଦ୍ୟାନରେ ଗଛ ରେ ପାଣି ଦେଉ ଥାନ୍ତି । ତାଙ୍କ କଥା ଶୁଣି ରାଜା ଜାଣି ପାରିଲେ ଯେ ସେମାନେ ହେଉଛନ୍ତି ,ଋଷି କଣ୍ୱ ଙ୍କ ପାଳିତା କନ୍ୟା ଶକୁନ୍ତଳା ଓ ତାଙ୍କ ସଖି ଅନୁସୁୟା ,ପ୍ରିୟମ୍ବଦା । ଏହି ସମୟରେ ଗୋଟିଏ ଭ୍ରମର ଉଡ଼ି ଆସି ଶକୁନ୍ତଳା ଙ୍କ ମୁହଁ ପାଖରେ ଉଡିବାକୁ ଲାଗିଲା ।ଯେତେ ଚେଷ୍ଟା କଲେ ବି ସେ ଗଲା ନାହିଁ । ବ୍ୟସ୍ତ ହୋଇ ଶକୁନ୍ତଳା ସଖି ମାନଙ୍କୁ ଡାକ ପକାଇଲା । ସଖି ମାନେ କହିଲେ ""ଏ ଆଶ୍ରମ ର ରକ୍ଷକ ହେଉଛନ୍ତି ରାଜା ଦୁଷ୍ମନ୍ତ। ତେଣୁ ତାଙ୍କୁ ଡାକ। ସେ ତୁମକୁ ରକ୍ଷା କରିବେ। ଏହାଶୁଣି ରାଜା ସୁଯୋଗ ପାଇ ତାଙ୍କ ପାଖକୁ ଯାଇ ଭ୍ରମର କୁ ଘଉଡାଇ ଦେଲେ ଓ ନିଜର ପରିଚୟ ଦେଲେ ।

    ରାଜା ଜାଣି ପାରିଲେ ଯେ ଶକୁନ୍ତଳା ଋଷି ବିଶ୍ଵାମିତ୍ର ଓ ମେନକା ଅପସରି ଙ୍କ କନ୍ୟା । ଶକୁନ୍ତଳା ଙ୍କୁ ବିବାହ କରିବା ପାଇଁ ରାଜାଙ୍କର ଇଚ୍ଛା ହେଲା । କଣ୍ୱ ଋଷି ଆଶ୍ରମରେ ନ ଥିବାରୁ ରାଜା ରାଜଧାନୀ କୁ ନ ଯାଇ ଆଶ୍ରମର କିଛି ଦୂରକୁ ଯାଇ ଡେରା ପକାଇ ରହିଲେ ।

     ସେହି ସମୟରେ ଦିନେ ରାଜାଙ୍କର ଶକୁନ୍ତଳା ସହିତ ନଦୀ କୂଳରେ ଭେଟ ହେଲା।

ସେଠାରେ ସେ ଦୁହେଁ ଗାନ୍ଧର୍ବ ରୀତିରେ ବିବାହ କଲେ। କିଛି ଦିନ ପରେ ରାଜା ନିଜ ରାଜଧାନୀ କୁ ଫେରି ଗଲେ। ଯିବା ବେଳେ ନିଜ ର ଏକ ନାମାଙ୍କିତ ସୁବର୍ଣ୍ଣ ମୁଦ୍ରିକା ଶକୁନ୍ତଳା ଙ୍କୁ ଦେଇଗଲେ । କଣ୍ୱ ଋଷି ଫେରିଲା ପରେ ରାଜ ନଅର କୁ ନେଇ ଯିବାକୁ ପ୍ରତିଶ୍ରୁତି ଦେଇ ଗଲେ।

    ରାଜା ଚାଲି ଗଲାପରେ ଶକୁନ୍ତଳା ସବୁବେଳେ ରାଜାଙ୍କ କଥା ମନେ ପକେଇ ଅନ୍ୟ ମନସ୍କ ରହିଲେ । ଦିନେ ମହର୍ଷି ଦୁର୍ବାସା ଆସି ଆଶ୍ରମ ରେ ଉପସ୍ଥିତ ହେଲେ ।ଶକୁନ୍ତଳା ତାଙ୍କ ଆସିବା କଥା ଜାଣି ନପାରି ତାଙ୍କର ଉପଯୁକ୍ତ ସତ୍କାର କଲେ ନାହିଁ । ଶକୁନ୍ତଳା ଙ୍କ ଏପରି ବ୍ୟବହାର ରେ ମହର୍ଷି ରାଗିଯାଇ ତାଙ୍କୁ ଅଭିଶାପ ଦେଲେ "ତୁ ଯାହା କଥା ଭାବି ମୋତେ ଅପମାନ ଦେଲୁ ସେ ତୋତେ ଭୁଲି ଯିବ।"ବହୁ ଅନୁନୟ ବିନୟ ପରେ ଦୁର୍ବାସା ଶାନ୍ତ ହୋଇ କହିଲେ ,"ମୋ ବାକ୍ୟ ଅନ୍ୟଥା ହେବନାହିଁ । କିନ୍ତୁ ତୁ ଯଦି ତାଙ୍କର ସନ୍ତକ ଦେଖାଇବୁ ତାହେଲେ ସେ ତୋତେ ଚିହ୍ନି ପାରିବେ ।

  କିଛି ଦିନ ପରେ କଣ୍ୱ ଋଷି ଆଶ୍ରମକୁ ଫେ ରି ଆସି ସମସ୍ତ କଥା ଜାଣି ପାରିଲେ ।ସେତେ ବେଳେ ଶକୁନ୍ତଳା ଙ୍କ ଗର୍ଭରେ ରାଜାଙ୍କ ସନ୍ତକ ଟିଏ ବଢୁଥିଲା । କଣ୍ୱ ଋଷି ଶକୁନ୍ତଳା ଙ୍କୁ ଦୁଇଜଣ ଶିଷ୍ୟ ଙ୍କ ସହିତ ରାଜାଙ୍କ ପାଖକୁ ପଠାଇ ଦେଲେ । ଯିବା ବେଳେ ଗୋଟିଏ ନଦୀ ପାରି ହେଉଥିବା ବେଳେ ଦୁଷ୍ମନ୍ତ ଙ୍କ ନମଙ୍କିତ ମୁଦ୍ରିକା ଟି ପାଣିରେ ପଡ଼ିଗଲା। ଦୁର୍ବାସା ଙ୍କ ଅଭିଶାପ କାରଣ ରୁ ମୁଦ୍ରିକା ନ ଦେଖି ରାଜା ଶକୁନ୍ତଳା ଙ୍କୁ ଅସ୍ବୀକାର କଲେ ।

    କିଛିଦିନ ପରେ ଗୋଟିଏ ମାଛ ପେଟରୁ ଜଣେ କେଉଟ ମୁଦ୍ରିକାଟିକୁ ପାଇଲା । ରାଜାଙ୍କ କାନକୁ କଥା ଯିବାରୁ ରାଜା କେଉଟ କୁ ଡକାଇ ମୁଦ୍ରିକ ଟିକୁ ଚିହ୍ନି ପାରି ଶକୁନ୍ତଳା ଙ୍କ ପ୍ରତି କରିଥିବା ଅନ୍ୟାୟ ପାଇଁ ଅନୁତାପ କଲେ । 

    ଦିନେ ଇନ୍ଦ୍ର ଙ୍କ ନିମନ୍ତ୍ରଣ ପାଇ ରାଜା ସ୍ବର୍ଗ ପୁରକୁ ଯିବା ବେଳେ ଏକ ଆଶ୍ରମରେ ଛୋଟ ବାଳକ ଟିଏ ସିଂହ ଶାବକ ସହ ଖେଳୁ ଥିବାର ଦେଖିଲେ। ସେଠାରେ ସେ ଜାଣି ପାରିଲେ କି ସେହି ବାଳକ ଟି ତାଙ୍କ ର ପୁତ୍ର ,ଶକୁନ୍ତଳା ଙ୍କ ଗର୍ଭ ରୁ ଜାତ। ତା ନାମ" ଭରତ"।

    ଏହାପରେ ରାଜା ଆଶ୍ରମ ରୁ ନିଜର ସ୍ତ୍ରୀ ଓ ପୁତ୍ର ଙ୍କୁ ନେଇ ନିଜ ପ୍ରାସାଦ କୁ ଫେରି ଆସିଲେ । ତାଙ୍କର ସେହି ପୁତ୍ର ଦିନେ ଭାରତ ର ଚକ୍ରବର୍ତ୍ତୀ ସମ୍ରାଟ ହେଲେ ।


     


Rate this content
Log in