Writer Roja Panda

Inspirational

5.0  

Writer Roja Panda

Inspirational

"ମୁଁ" ଆଉ "ମୋର"

"ମୁଁ" ଆଉ "ମୋର"

3 mins
498


ନନ୍ଦିନୀ ଘରର ବୋହୁ । ତାକୁ ଛାଡି ଘରେ ଆଉ ପାଞ୍ଚଜଣ ମଣିଷ । ଶାଶୁ ଓ ଶ୍ୱଶୁର, ସ୍ୱାମୀ ଆଉ ଦୁଇଟି ପିଲା । ନନ୍ଦିନୀ ବୋହୁ ହିସାବରେ ଶାଶୁ, ଶ୍ୱଶୁରଙ୍କ ଯତ୍ନ ନିଏ, ସ୍ତ୍ରୀ ହିସାବରେ ସ୍ୱାମୀଙ୍କର ଭଲମନ୍ଦ ବୁଝେ ଆଉ ଗୋଟେ ମାଆ ହିସାବରେ ଦୁଇ ପିଲାଙ୍କର ସବୁ ଦାୟିତ୍ୱ ନିଏ । ନନ୍ଦିନୀ ବିନା ଯେମିତି ଘର ବିଲକୁଲ ଅଧୁରା ଲାଗେ । ଘରର ସବୁ କାମ ତାହାରି ଉପରେ ନ୍ୟସ୍ତ ଥାଏ । ରୋଷେଇ ଠୁ ଆରମ୍ଭ କରି ଲୁଗା ଧୁଆ, ବାସନ ମଜା, ଇସ୍ତ୍ରୀ କରିବା, ପିଲାମାନଙ୍କୁ ପାଠ ପଢ଼ାଇବା, ସ୍ୱାମୀଙ୍କ ପାଇଁ ଟିଫିନ୍ ପ୍ରସ୍ତୁତ କରିବା, ଶାଶୁ, ଶ୍ୱଶୁରଙ୍କ ପାଇଁ ଚା'ଜଳଖିଆ ପ୍ରସ୍ତୁତ ଇତ୍ୟାଦି ସବୁ କାମ ନନ୍ଦିନୀ କରେ । ଏମିତିକି ବେଳେବେଳେ ବାହାର କାମ ବି ସେ କରେ ଯେମିତିକି ପରିବା କିଣିବା, ପିଲାମାନଙ୍କୁ ସ୍କୁଲରୁ ଆଣିବା, ବନ୍ଧୁ ବାନ୍ଧବଙ୍କୁ ଦେଖିବା ଇତ୍ୟାଦି । ଘରର ସବୁ ଦାୟିତ୍ୱ ନେଉଥିବାରୁ ନନ୍ଦିନୀ ଧୀରେ ଧୀରେ ସମସ୍ତଙ୍କର ପ୍ରିୟ ହେବାକୁ ଲାଗିଲା । ତାକୁ ସମସ୍ତେ ବହୁତ ପ୍ରଶଂସା କରୁଥିଲେ । ସେଇ ପ୍ରଶଂସା ସବୁ ଧୀରେ ଧୀରେ ନନ୍ଦିନୀ ମନରେ ଗର୍ବ ସଞ୍ଚାର କଲା । ସେ ଭାବିଲା ଯେ ତା ବିନା ତା ସଂସାରର ଗାଡି ଆଗକୁ ଗଡିବନାହିଁ । ସେ ହିଁ ତା ଛୋଟ ସଂସାରକୁ ଆଗକୁ ନେଉଛି । ତାପରେ ଧୀରେ ଧୀରେ ସେ ବାରମ୍ବାର କହିବୁଲିଲା ଯେ ସେ ବହୁତ କଷ୍ଟ କରୁଛି, ସେ ତା ପରିବାର ପାଇଁ ତ୍ୟାଗ କରୁଛି । ତାର ଅନୁପସ୍ଥିତିରେ ପରିବାର ଖଣ୍ଡ ବିଖଣ୍ଡିତ ହେଇଯିବ ଏମିତି ସବୁ ଚିନ୍ତା କରି ତାର ଅହଂକାର ବଢ଼ିଲା । ସେ ନିଜକୁ ପରିବାରର ମୁଖ୍ୟ ବୋଲି ଭାବିଲା । ତାପରେ ଏକଛତ୍ରବାଦ ଶାସନ କଲାପରି ନିଜ ଇଚ୍ଛାରେ ପରିବାରକୁ ଚଳାଇଲା । ଏସବୁ ଦେଖି ଜଣେ ଜ୍ଞାନିଲୋକ ତାକୁ ଏଇ ଅହଂକାର, ଗର୍ବ ସବୁ ମିଛ ବୋଲି ବୁଝାଇବାକୁ ଚେଷ୍ଟା କଲେ । କିନ୍ତୁ ବୋହୁ ମାନିବାକୁ ନାରାଜ । ତାକୁ ଲାଗୁଥିଲା ଯେ ତା ବିନା ତା ପରିବାର ଅସମ୍ପୂର୍ଣ୍ଣ । ତାର ଏହି ପିଲାଳିଆମୀ ଦେଖି ଜ୍ଞାନିଲୋକ ଜଣକ କହିଲେ ସଂସାରରେ କାହା ବିନା କିଛି ଅଟକେନାହିଁ । ଏହା ସବୁ କେବଳ ମନର ଭ୍ରମ । ସମସ୍ତେ ସମସ୍ତଙ୍କ ବିନା ସବୁକିଛି କରିପାରିବେ । ନନ୍ଦିନୀର ଆଖିରୁ ମିଛର ପରଦା ଖୋଲିବାକୁ ଜ୍ଞାନିଲୋକ ଜଣକ ତାକୁ କିଛିଦିନ ନିଜ ଘର ପରିତ୍ୟାଗ କରି ଲୁଚି ରହିବାକୁ କହିଲେ । ନନ୍ଦିନୀ ମଧ୍ୟ ଠିକ ସେମିତି କଲା । ଦିନେ ବଡି ଭୋରରୁ କାହାକୁ କିଛି ନକହି କୁଆଡେ ଚାଲିଗଲା । ଘରେ ପ୍ରଥମେ ପ୍ରଥମେ ତାକୁ ସମସ୍ତେ ଖୋଜିଲେ । ହେଲେ ବହୁତ ଖୋଜା ଖୋଜି ପରେ ବି ତାର କୌଣସି ସନ୍ଧାନ ପାଇଲେନାହିଁ । ତେଣୁ ସମସ୍ତେ ନିଜ ମନକୁ ବୁଝାଇ ପୁଣି ନିଜ ଜୀବନକୁ ଆଗେଇନେଲେ । ଘରର କାମ ସବୁ କରିବାପାଇଁ ନୂଆ ଚାକରାଣୀଟିଏ ଆଣି ରଖିଲେ । ଏମିତିରେ ଦୁଇ ବର୍ଷ ବିତିଗଲା । ଦିନେ ହଠାତ ନନ୍ଦିନୀ ଆସି ଘରେ ପହଞ୍ଚି ଦେଖିଲା ଘର ଏକଦମ ସୁରୁଖୁରୁରେ ଚାଲିଛି । ପିଲାମାନେ ବି ଠିକଠାକ ପାଠ ପଢୁଛନ୍ତି । ସ୍ୱାମୀ ବି ପ୍ରତ୍ୟେକ ଦିନ ନିଜ କାର୍ଯ୍ୟାଳୟକୁ ଯାଉଛନ୍ତି । ଶାଶୁ, ଶ୍ୱଶୁର ବି ଠିକଠାକ ଅଛନ୍ତି । ଏସବୁ ଦେଖି ସେ ବହୁତ ଅନୁତାପ କଲା । ତାର ସବୁ ଗର୍ବ, ଅହଂକାର ଭାଙ୍ଗିଗଲା । ସେ ବୁଝିଗଲା ଯେ ସମୟ ସହିତ ସବୁକିଛି ବଦଳିଯାଏ । ସେ ଘରେ ଥିଲାବେଳେ ଯେମିତି ସବୁ କାମ ହେଉଥିଲା ତାର ଅନୁପସ୍ଥିତିରେ ବି ଠିକ ସେମିତି ସବୁ କାମ ଚାଲିଛି । ତାପାଇଁ କିଛି ଅଟକି ଯାଇନାହିଁ । ସବୁକିଛି ଚାଲିଛି,ଚାଲିବ । ସମୟ କେବେ କାହାପାଇଁ ଅଟକିନାହିଁ କି ଅଟକିବନାହିଁ ମଧ୍ୟ । ସେଇ ସମୟର ତାଳେତାଳେ ମଣିଷ ବି ଆଗକୁ ଯିବେ । ଗୋଟିଏ ଲୋକ ପାଇଁ କିଛି ଅଟକିବନାହିଁ । କିନ୍ତୁ ଯିଏ ଭାବେ ଯେ ତା ବିନା କାମ ଅଟକିଯିବ କେବଳ ସେ ହିଁ ପଛରେ ରହିଯାଏ ଏଇ ଯେମିତି ନନ୍ଦିନୀ ଆଜି ରହିଯାଇଛି ପଛରେ । ସମୟର ବହୁତ ପଛରେ । କେବଳ ନନ୍ଦିନୀ ନୁହେଁ ତାପରି ବହୁତ ଲୋକ ମିଛ ଅହଂକାର ଭିତରେ ଆଜିବି ଅଛନ୍ତି । ସେମାନେ ବୁଝିନାହାନ୍ତି ଯେ ଜୀବନ କାହା ବିନା ଅଟକେନାହିଁ । ସମୟ ସହିତ ଜୀବନ ବି ଆଗକୁ ଚାଲେ ସଭିଙ୍କୁ ପଛରେ ପକାଇ । କାହାର ଅନୁପସ୍ଥିତି ଜୀବନର ରାସ୍ତାକୁ ରୋକିପାରେନାହିଁ । ଯଦି ସେମିତି ହେଇଥାନ୍ତା ତେବେ ଲକ୍ଷ ଲକ୍ଷ ଅନାଥ ନିଜ ବାପା, ମାଆଙ୍କ ବିନା ସେମିତି ସେଇଠି ଅଟକିଯାଇଥାନ୍ତେ । ଆଜି ତାଙ୍କ ଭିତରୁ କେହି ବଡ ବଡ ହାକିମ ହେଇପାରିନଥାନ୍ତେ । କୋଟି କୋଟି ବିର ଯୋଦ୍ଧାଙ୍କ ବିରଗତି ସହିତ ତାଙ୍କ ରାଜ୍ୟ, ତାଙ୍କ ପରିବାର ସେଇଠି ଅଟକିଯାଇଥାନ୍ତା । ଆଉ ସନ୍ତାନ ହରାଇଥିବା ହଜାର ହଜାର ବାପା,ମାଆମାନେ ଆଜି ପୋଷ୍ୟ ପୁତ୍ର ଗ୍ରହଣ କରି ନିଜ ଜୀବନର ଶେଷ ସୋପାନକୁ ଅତିକ୍ରମ କରିପାରିନଥାନ୍ତେ । ହଁ ଆପଣାର ଲୋକଙ୍କ ଅନୁପସ୍ଥିତି କେଇକ୍ଷଣ କଷ୍ଟ ତ ଦେଇଥାଏ ନିଶ୍ଚିତ କିନ୍ତୁ ଜୀବନର ରାସ୍ତାକୁ ରୋକିପାରେନାହିଁ । କେଇକ୍ଷଣର ଅନ୍ଧକାରକୁ ଚିରି ପୁଣି ସୂର୍ଯ୍ୟୋଦୟ ହୁଏ । ତେବେ ଏ ମିଛ ଅହଂକାର କଣ ପାଇଁ ? "ମୁଁ "ଆଉ "ମୋର" କଣ ? କେବଳ ଶବ୍ଦ ଦୁଇଟି ନା ? ଯାହାର ଅର୍ଥ ନିରର୍ଥକ । 


Rate this content
Log in

Similar oriya story from Inspirational